ମହିଳା ପ୍ରିମିୟର ଲିଗ୍; ସଂଧ୍ୟାରେ ଏଲିମିନେଟର ମୁକାବିଲା, ମୁମ୍ବାଇକୁ ଭେଟିବ ଆର୍‌ସିବି

ନୂଆଦିଲ୍ଲୀ,୧୫/୦୩: ଡବ୍ଲ୍ୟୁପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏଲିମିନେଟର ମ୍ୟାଚ୍ । ଶୁକ୍ରବାର ସଂଧ୍ୟାରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ବହୁ ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଛି । ଭାରତୀୟ ମହିଳା ଦଳର ଅଧିନାୟକ ଓ ଉପଅଧିକାରୀଙ୍କ ମଧ୍ୟରେ ଏଲିମିନେଟର ମୁକାବିଲା ହେବ ।ଶେଷ ଲିଗ୍‌ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୭ ୱିକେଟ୍‌ରେ ମୁମ୍ବାଇକୁ ପରାଜିତ କରିଥିଲା । ଶୁକ୍ରବାର ଦଳ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ ପ୍ରସ୍ତୁତ ରହିଛି । ଅନ୍ୟ ପଟରେ ମୁମ୍ବାଇ ପ୍ରତିଶୋଧ ନେବାକୁ ବ୍ୟାକୁଳ ରହିଛି ।  ତେଣୁ ଶୁକ୍ରବାର ଉଭୟ ଦଳ ମଧ୍ୟରେ ଏକ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ । ପ୍ରଥମ ସିଜନରେ ପ୍ଲେ-ଅଫ୍‌କୁ ଉନ୍ନୀତ ହୋଇପାରି ନଥିବା ରୟାଲ୍‌ ଚ୍ୟାଲେଞ୍ଜର୍ସ ଏଥର ପ୍ରଭାବୀ ପ୍ରଦର୍ଶନ କରି ଟାଇଟଲ୍ ଦୌଡ଼ରେ ସାମିଲ୍‌ ହୋଇଛି । ଲିଗ୍‌ ପର୍ଯ୍ୟାୟରେ ଦଳ ୮ଟିରୁ ୪ଟି ମ୍ୟାଚ୍‌ ଜିତି ୮ପଏଣ୍ଟ ପାଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଅନ୍ତିମ ଲିଗ୍‌ରେ ଏଲିସ୍‌ ପେରୀଙ୍କ ଅଲରାଉଣ୍ଡ୍‌ ପ୍ରଦର୍ଶନ ବଳରେ ଦଳ ପ୍ଲେ- ଅଫ୍‌ରେ ପହଞ୍ଚିଥିଲା । ପେରୀ ୧୫ରନ୍‌ ଦେଇ ୬ଟି  ୱିକେଟ୍‌ ନେବା ସହ ଅପରାଜିତ ୪୦ରନ୍‌ କରି  ଦଳକୁ ବିଜୟୀ କରାଇଥିଲେ ।ଆଜି ତାଙ୍କ  ଉପରେ ସମସ୍ତଙ୍କର ନଜର ରହିବ । ଅଧିନାୟକ ସ୍ମୃତି ମନ୍ଧନା ଏବଂ ୱିକେଟ୍ କିପର ରିଚା ଘୋଷ୍ ଭ

ମହିଳା ପ୍ରିମିୟର ଲିଗ୍; ସଂଧ୍ୟାରେ ଏଲିମିନେଟର ମୁକାବିଲା,  ମୁମ୍ବାଇକୁ ଭେଟିବ ଆର୍‌ସିବି

ନୂଆଦିଲ୍ଲୀ,୧୫/୦୩: ଡବ୍ଲ୍ୟୁପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏଲିମିନେଟର ମ୍ୟାଚ୍ । ଶୁକ୍ରବାର ସଂଧ୍ୟାରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ବହୁ ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଛି । ଭାରତୀୟ ମହିଳା ଦଳର ଅଧିନାୟକ ଓ ଉପଅଧିକାରୀଙ୍କ ମଧ୍ୟରେ ଏଲିମିନେଟର ମୁକାବିଲା ହେବ ।

ଶେଷ ଲିଗ୍‌ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୭ ୱିକେଟ୍‌ରେ ମୁମ୍ବାଇକୁ ପରାଜିତ କରିଥିଲା । ଶୁକ୍ରବାର ଦଳ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ ପ୍ରସ୍ତୁତ ରହିଛି । ଅନ୍ୟ ପଟରେ ମୁମ୍ବାଇ ପ୍ରତିଶୋଧ ନେବାକୁ ବ୍ୟାକୁଳ ରହିଛି ।  ତେଣୁ ଶୁକ୍ରବାର ଉଭୟ ଦଳ ମଧ୍ୟରେ ଏକ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ । 

ପ୍ରଥମ ସିଜନରେ ପ୍ଲେ-ଅଫ୍‌କୁ ଉନ୍ନୀତ ହୋଇପାରି ନଥିବା ରୟାଲ୍‌ ଚ୍ୟାଲେଞ୍ଜର୍ସ ଏଥର ପ୍ରଭାବୀ ପ୍ରଦର୍ଶନ କରି ଟାଇଟଲ୍ ଦୌଡ଼ରେ ସାମିଲ୍‌ ହୋଇଛି । ଲିଗ୍‌ ପର୍ଯ୍ୟାୟରେ ଦଳ ୮ଟିରୁ ୪ଟି ମ୍ୟାଚ୍‌ ଜିତି ୮ପଏଣ୍ଟ ପାଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଅନ୍ତିମ ଲିଗ୍‌ରେ ଏଲିସ୍‌ ପେରୀଙ୍କ ଅଲରାଉଣ୍ଡ୍‌ ପ୍ରଦର୍ଶନ ବଳରେ ଦଳ ପ୍ଲେ- ଅଫ୍‌ରେ ପହଞ୍ଚିଥିଲା । ପେରୀ ୧୫ରନ୍‌ ଦେଇ ୬ଟି  ୱିକେଟ୍‌ ନେବା ସହ ଅପରାଜିତ ୪୦ରନ୍‌ କରି  ଦଳକୁ ବିଜୟୀ କରାଇଥିଲେ ।

ଆଜି ତାଙ୍କ  ଉପରେ ସମସ୍ତଙ୍କର ନଜର ରହିବ । ଅଧିନାୟକ ସ୍ମୃତି ମନ୍ଧନା ଏବଂ ୱିକେଟ୍ କିପର ରିଚା ଘୋଷ୍ ଭଲ ଫର୍ମରେ ରହିଛନ୍ତି । ମନ୍ଧନା ୨୫୯ ରନ୍‌ ଏବଂ ରିଚା ୨୨୬ ରନ୍‌ ସଂଗ୍ରହ କରି ସାରିଛନ୍ତି । ଉଭୟ ସଫଳ ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବିଶାଳ ସ୍କୋର ଛିଡ଼ା କରିପାରିବ । ବୋଲିଂ ବିଭାଗରେ ପେରୀଙ୍କ ସମେତ ସ୍ପିନର ଶ୍ରେୟଙ୍କା ପାଟିଲ ଲୟରେ ରହିଛନ୍ତି । ଶୁକ୍ରବାର ରୟାଲ୍‌ ଚ୍ୟାଲେଞ୍ଜର୍ସ ବୋଲର ଓ ମୁମ୍ବାଇ   ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ । 

ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ସିଜନରେ ଚାମ୍ପିଅନ୍‌ ହୋଇଥିଲା । ଏଥର ମଧ୍ୟ ଦଳ ଚମକପ୍ରଦ ପ୍ରଦର୍ଶନ କରି ପ୍ଲେ-ଅଫ୍‌ରେ ପହଞ୍ଚିଛି । ଦଳରେ ଅନେକ ଷ୍ଟାର୍‌ ବ୍ୟାଟର ରହିଛନ୍ତି। ହେଲି ମାଥ୍ୟୁସ, ନାତାଲି  ସ୍କିଭର-ବ୍ରଣ୍ଟ୍‌, ହର୍ମନପ୍ରୀତ କୌର ବିସ୍ଫୋରକ ବ୍ୟାଟିଂରେ ସିଦ୍ଧହସ୍ତ। ବୋଲିଂ ବିଭାଗରେ ସବ୍‌ନିମ  ଇସ୍‌ମାଇଲ୍‌, ବ୍ରଣ୍ଟ୍‌ ଏବଂ ସାଇକା ଇସାକଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି । ସବ୍‌ନିମ୍‌ ଓ  ବ୍ରଣ୍ଟ୍‌ ପ୍ରତ୍ୟେକ ୮ଟି ଲେଖାଏଁ ୱିକେଟ୍‌  ନେଇ ସାରିଛନ୍ତି ।