ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ବିପକ୍ଷ ଦଳର ନେତା

ପାଟନା,୦୯।୭: ବିହାରର ପୁର୍ଣ୍ଣିଆ ଜିଲା ଅନ୍ତର୍ଗତ ରୁପାଉଲି ଆସନରେ ଉପନିର୍ବାଚନ ହେବାକୁ ଯାଇଛି । ଏଥିପାଇଁ ଜୁଲାଇ ୧୦ ତାରିଖରେ ଭୋଟ ହେବାକୁ ଥିବା ବେଳେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ବିପକ୍ଷ ଦଳର ନେତା ତେଜସ଼୍ବୀ ଯାଦବ ଦୁହେଁ ଦୁହିଁକୁ ଟାର୍ଗେଟ୍‌ କରିଛନ୍ତି । ନୀତିଶ କୁମାର ରାଷ୍ଟ୍ରୀୟ ଜନତା ଦଳ ବା ଆର୍‌ଜେଡିର ପ୍ରାର୍ଥୀ ବୀମା ଭାରତୀଙ୍କୁ ନେଇ ବଡ଼ ଟିପ୍ପଣୀ ଦେଇଛନ୍ତି । […] The post ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ବିପକ୍ଷ ଦଳର ନେତା appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ବିପକ୍ଷ ଦଳର ନେତା

ପାଟନା,୦୯।୭: ବିହାରର ପୁର୍ଣ୍ଣିଆ ଜିଲା ଅନ୍ତର୍ଗତ ରୁପାଉଲି ଆସନରେ ଉପନିର୍ବାଚନ ହେବାକୁ ଯାଇଛି । ଏଥିପାଇଁ ଜୁଲାଇ ୧୦ ତାରିଖରେ ଭୋଟ ହେବାକୁ ଥିବା ବେଳେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ବିପକ୍ଷ ଦଳର ନେତା ତେଜସ଼୍ବୀ ଯାଦବ ଦୁହେଁ ଦୁହିଁକୁ ଟାର୍ଗେଟ୍‌ କରିଛନ୍ତି ।

ନୀତିଶ କୁମାର ରାଷ୍ଟ୍ରୀୟ ଜନତା ଦଳ ବା ଆର୍‌ଜେଡିର ପ୍ରାର୍ଥୀ ବୀମା ଭାରତୀଙ୍କୁ ନେଇ ବଡ଼ ଟିପ୍ପଣୀ ଦେଇଛନ୍ତି । ସେ କହିଛନ୍ତି ଯେ ଆମେ ତାଙ୍କୁ ସବୁ ଶିଖାଇଲୁ, ହେଲେ ସେ ଆମକୁ ଛାଡ଼ି ଚାଲିଗଲେ । ତେବେ ନୀତିଶଙ୍କର ଏହି କଥାକୁ ନେଇ ବୀମା ଭାରତୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ମତେ ଜନତା ହିଁ ଏତେ ବାଟରେ ପହଞ୍ଚାଇଛନ୍ତି। ଅନ୍ୟପଟେ ତଜସ଼୍ବୀ ଯାଦବ ନୀତିଶଙ୍କ ଜନତା ଦଳ ଏବଂ ନୀତିଶଙ୍କ ଉପରେ ମହିଳାଙ୍କୁ ଅପମାନିତ କରିଥିବା ଅଭିଯୋଗ ଆଣିଛନ୍ତି।

The post ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ବିପକ୍ଷ ଦଳର ନେତା appeared first on Dharitri Odia News.