ପାଟଣାଗଡ଼ ପାର୍ସଲ ବୋମା ମାମଲା: ଆଜି ସାକ୍ଷୀ ଦେବେ କି ଅରୁଣ ବୋଥ୍ରା
ବଲାଙ୍ଗୀର,୨୩ା୧୨: ବଲାଙ୍ଗୀର ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ମାମଲାରେ ସୋମବାର ପାଟଣାଗଡ଼ ଏଡିଜେ କୋର୍ଟରେ ସାକ୍ଷ୍ୟ ଗହଣ କରାଯିବ। ଏହି ଘଟଣାରେ ତତ୍କାଳୀନ କ୍ରାଇମ୍ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସାକ୍ଷୀ ଦେଇପାରନ୍ତି। ବୋଥ୍ରା ଉକ୍ତ ଘଟଣାର ସମସ୍ତ ଭିଡିଓ ଡିସ୍ପ୍ଲେ କରିପାରନ୍ତି ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ୨୩ ଫେବୃଆରୀ ୨୦୧୮ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଜଣେ ନବ ବିବାହିତଙ୍କ ସମେତ ଦୁଇଜଣଙ୍କ ଜୀବନ ଚାଲିଥିଲା। ବର ସୌମ୍ୟଶେଖର ସାହୁ ଏବଂ ତାଙ୍କ ଜେଜେମା ପାର୍ସଲ ଖୋଲିବା […] The post ପାଟଣାଗଡ଼ ପାର୍ସଲ ବୋମା ମାମଲା: ଆଜି ସାକ୍ଷୀ ଦେବେ କି ଅରୁଣ ବୋଥ୍ରା appeared first on Dharitri Odia News.
ବଲାଙ୍ଗୀର,୨୩ା୧୨: ବଲାଙ୍ଗୀର ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ମାମଲାରେ ସୋମବାର ପାଟଣାଗଡ଼ ଏଡିଜେ କୋର୍ଟରେ ସାକ୍ଷ୍ୟ ଗହଣ କରାଯିବ। ଏହି ଘଟଣାରେ ତତ୍କାଳୀନ କ୍ରାଇମ୍ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସାକ୍ଷୀ ଦେଇପାରନ୍ତି। ବୋଥ୍ରା ଉକ୍ତ ଘଟଣାର ସମସ୍ତ ଭିଡିଓ ଡିସ୍ପ୍ଲେ କରିପାରନ୍ତି ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ୨୩ ଫେବୃଆରୀ ୨୦୧୮ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଜଣେ ନବ ବିବାହିତଙ୍କ ସମେତ ଦୁଇଜଣଙ୍କ ଜୀବନ ଚାଲିଥିଲା। ବର ସୌମ୍ୟଶେଖର ସାହୁ ଏବଂ ତାଙ୍କ ଜେଜେମା ପାର୍ସଲ ଖୋଲିବା ସମୟରେ ବିସ୍ଫୋରଣରେ ପ୍ରାଣ ହରାଇଥିଲେ। କୋରିଅର ମାଧ୍ୟମରେ ବିବାହ ଉପହାର ଭାବରେ ପଠାଯାଇଥିଲା। ଏହି ବିସ୍ଫୋରଣରେ ମୃତ ସୌମ୍ୟଙ୍କ ସ୍ତ୍ରୀ ରୀମା ସାହୁ ଗୁରୁତର ହୋଇଥିଲେ।
ତେବେ ସାକ୍ଷୀ ଭାବରେ ଉଭୟ ତଦନ୍ତର ନେତୃତ୍ୱ ନେଇଥିଲେ ଅରୁଣ ବୋଥ୍ରା। ସେ ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ କରି ମୁଖ୍ୟ ସନ୍ଦିଗ୍ଧ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଧରିଥିଲେ।
ସମଗ୍ର ଅନୁସନ୍ଧାନରେ ପୁଞ୍ଜଲାଲ କିପରି ପାର୍ସଲ ବୋମା ତିଆରି କରିବା ଏବଂ କୋରିଅର ମାଧ୍ୟମରେ ପୀଡ଼ିତାଙ୍କ ପରିବାରକୁ ପଠାଇବା ପ୍ରକ୍ରିୟାକୁ ବୋଥ୍ରା ଧରିଥିଲେ।
The post ପାଟଣାଗଡ଼ ପାର୍ସଲ ବୋମା ମାମଲା: ଆଜି ସାକ୍ଷୀ ଦେବେ କି ଅରୁଣ ବୋଥ୍ରା appeared first on Dharitri Odia News.