ଝରିଗାଁରେ ଅଖିମୁଠି ଅନୁକୂଳ କଲେ ବିଧାୟକ

ଝରିଗାଁ,୩୦ା୪(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାସ୍ଥିତ ବଡ଼ପାଟଣା ଭିକାରୀ ନାୟକଙ୍କ କ୍ଷେତରେ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂହ ଭତ୍ରା ଯୋଗଦେଇ ନୀତିକାନ୍ତିରେ ପୂଜାର୍ଚ୍ଚନା କରିବା ପରେ ଅଖିମୁଠି ଅନୁକୂଳ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ସଭା ଏମ୍‌ପି ଭଗବାନ ମାଝୀ, ପୂର୍ବତନ ଜିଲାପରିଷଦ ସଭ୍ୟ ପଦ୍ମନାଭ ପାଣ୍ଡେ, ଚାଷୀ ଅଶୋକ କୁମାର ମୂର୍ତ୍ତି, ମୋହନ ପ୍ରଧାନୀ, […] The post ଝରିଗାଁରେ ଅଖିମୁଠି ଅନୁକୂଳ କଲେ ବିଧାୟକ appeared first on Dharitri Odia News.

ଝରିଗାଁରେ ଅଖିମୁଠି ଅନୁକୂଳ କଲେ ବିଧାୟକ

ଝରିଗାଁ,୩୦ା୪(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାସ୍ଥିତ ବଡ଼ପାଟଣା ଭିକାରୀ ନାୟକଙ୍କ କ୍ଷେତରେ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂହ ଭତ୍ରା ଯୋଗଦେଇ ନୀତିକାନ୍ତିରେ ପୂଜାର୍ଚ୍ଚନା କରିବା ପରେ ଅଖିମୁଠି ଅନୁକୂଳ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ସଭା ଏମ୍‌ପି ଭଗବାନ ମାଝୀ, ପୂର୍ବତନ ଜିଲାପରିଷଦ ସଭ୍ୟ ପଦ୍ମନାଭ ପାଣ୍ଡେ, ଚାଷୀ ଅଶୋକ କୁମାର ମୂର୍ତ୍ତି, ମୋହନ ପ୍ରଧାନୀ, ଆତ୍ମା ଅଧ୍ୟକ୍ଷ କୁନୁ ତିଓ୍ବାରୀ, ଏମ୍‌ପିଙ୍କ ବ୍ଲକ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ସରପଞ୍ଚ ଯୋଗେଶ୍ୱର ପୂଜାରୀ, ପ୍ରେମାନନ୍ଦ ପାଣ୍ଡେଙ୍କ ସହ କୃଷି ବିଭାଗ, ଉଦ୍ୟାନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

The post ଝରିଗାଁରେ ଅଖିମୁଠି ଅନୁକୂଳ କଲେ ବିଧାୟକ appeared first on Dharitri Odia News.