ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା: ଲୋକଙ୍କୁ ଫେରାଯିବ ବେଦାନ୍ତ ଜମି, ସରକାର ଏନେଇ…
ଭୁବନେଶ୍ୱର,୧୩ା୧୧: ପୁରୀରେ ଅନ୍ତର୍ଜାତୀୟ ସ୍ତରର ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ବେଦାନ୍ତ କମ୍ପାନୀ ନେଇଥିବା ଜମି ଲୋକଙ୍କୁ ଫେରସ୍ତ କରାଯିବ। ଜମି ଫେରସ୍ତ ପାଇଁ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ବେଦାନ୍ତ କମ୍ପାନୀର ଅନିଲ ଅଗ୍ରଓ୍ବାଲ ଫାଉଣ୍ଡେଶନ ପାଇଥିବା ଜମି ଲୋକଙ୍କୁ ଫେରାଯିବ। ଜମି ଫେରସ୍ତ ପାଇଁ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ […] The post ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା: ଲୋକଙ୍କୁ ଫେରାଯିବ ବେଦାନ୍ତ ଜମି, ସରକାର ଏନେଇ… appeared first on Dharitri Odia News.
ଭୁବନେଶ୍ୱର,୧୩ା୧୧: ପୁରୀରେ ଅନ୍ତର୍ଜାତୀୟ ସ୍ତରର ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ବେଦାନ୍ତ କମ୍ପାନୀ ନେଇଥିବା ଜମି ଲୋକଙ୍କୁ ଫେରସ୍ତ କରାଯିବ। ଜମି ଫେରସ୍ତ ପାଇଁ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ବେଦାନ୍ତ କମ୍ପାନୀର ଅନିଲ ଅଗ୍ରଓ୍ବାଲ ଫାଉଣ୍ଡେଶନ ପାଇଥିବା ଜମି ଲୋକଙ୍କୁ ଫେରାଯିବ। ଜମି ଫେରସ୍ତ ପାଇଁ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ମୋଟ୍ ୩୩୪୨.୫୩ ଏକର ଘରୋଇ ଜମି ଅଧିଗ୍ରହଣ କରାଯାଇଥିଲା। ଜମିହରାଙ୍କୁ ଚିହ୍ନଟ କରି ସେମାନଙ୍କ ଜମି ଫେରସ୍ତ କରାଯିବ। ଏନେଇ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରାଯିବ। ଲୋକଙ୍କୁ ସେମାନଙ୍କ ଜମି ମିଳିବା ସହ ସେମାନେ ଉକ୍ତ ଜମିକୁ ନିଜ ଦଖଲକୁ ନେବେ। ଫେରି ପାଉଥିବା ଜମିକୁ ସମ୍ପୃକ୍ତ ଲୋକଙ୍କ ନାଁରେ ପଞ୍ଜୀକରଣ କରାଯିବ। ଜମି ପାଇଁ ଲୋକମାନେ ପାଇଥିବା କ୍ଷତିପୂରଣ ସରକାରଙ୍କୁ ଫେରାଇବେ ବୋଲି ମନ୍ତ୍ରୀ କହିଛନ୍ତି।
The post ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା: ଲୋକଙ୍କୁ ଫେରାଯିବ ବେଦାନ୍ତ ଜମି, ସରକାର ଏନେଇ… appeared first on Dharitri Odia News.