ମଉଳିଲା ଫାଇନାଲ ଆଶା, ଭିନେଶ ଡିସ୍‌କ୍ୱାଲିଫାଏଡ୍‌ 

୫୦ କେଜିଠାରୁ ଭିନେଶ ମାତ୍ର କିଛି ଗ୍ରାମ୍‌ ଅଧିକ ଓଜନର ହୋଇଥିବା ସୂଚନା ମିଳିଛି।

ମଉଳିଲା ଫାଇନାଲ ଆଶା, ଭିନେଶ ଡିସ୍‌କ୍ୱାଲିଫାଏଡ୍‌ 

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଲାଗିଲା ବଡ଼ ଝଟ୍‌କା। ମଉଳିଲା ଗୋଲ୍ଡ ମେଡାଲ ଆଶା। ଫାଇନାଲ୍‌ ଫାଇଟ୍‌ ପୂର୍ବରୁ ଡିସ୍‌କ୍ୱାଲିଫାଏଡ୍‌ ଘୋଷିତ ହେଲେ ଭାରତୀୟ ରେସଲର୍ ଭିନେଶ ଫୋଗାଟ୍‌। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍‌କ୍ୱାଲିଫାଏଡ୍‌ ଘୋଷଣା କରାଯାଇଛି। ୫୦ କେଜିଠାରୁ ଭିନେଶ ମାତ୍ର କିଛି ଗ୍ରାମ୍‌ ଅଧିକ ଓଜନର ଥିବା ସୂଚନା ମିଳିଛି।

ରିପୋର୍ଟ ଅନୁସାରେ ଭିନେଶଙ୍କ ଓଜନ ଧାର୍ଯ୍ୟ ସୀମାଠାରୁ ମାତ୍ର ୧୦୦ ଗ୍ରାମ ଅଛି। ଏଥିପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଗତକାଲି ୫୦ କେଜି ଫ୍ରି-ଷ୍ଟାଇଲ  ଫାଇନାଲରେ ପହଁଚିଥିଲେ ଭିନେଶ। 

ସେମିଫାଇନାଲରେ କ୍ୟୁବା ପ୍ରତିଯୋଗୀଙ୍କୁ ଭିନେଶ ୫-୦ ପଏଣ୍ଟରେ ହରାଇଥିଲେ। ମ୍ୟାଚ୍ ଆରମ୍ଭରୁ ଶେଷ ଯାଏଁ ବିପକ୍ଷ ପ୍ରତିଯୋଗୀଙ୍କୁ ଚାପରେ ରଖିଥିଲେ ଭିନେଶ। ଆଟାକିଂ ଜାରି ରଖିଥିଲେ। ଫାଷ୍ଟ ହାଫରେ ୧-୦ରେ ଆଗୁଆ ଥିବା ଭିନେଶ ସେକେଣ୍ଡ ହାଫରେ ଆଉ ୪ ପଏଣ୍ଟ ପାଇ ୫-୦ରେ ଜିତିଥିଲେ। 

ଆଜି ଫାଇନାଲ୍‌ରେ ଆମେରିକାର ରେସଲରଙ୍କ ବିପକ୍ଷରେ ସ୍ୱର୍ଣ୍ଣ ପଦକ ପାଇଁ ଭିନେଟ୍‌ ମ୍ୟାଚ୍‌ ଖେଳି ଥାନ୍ତେ। କିନ୍ତୁ ବର୍ତ୍ତମାନ ସେ ଏହି ମ୍ୟାଚରୁ ଡିସ୍‌କ୍ୱାଲିଫାଏଡ୍ ହୋଇଯାଇଛନ୍ତି। ଏପରିକି ତାଙ୍କୁ ରୌପ୍ୟ ପଦକ ମଧ୍ୟ ମିଳିବ ନାହିଁ।