ଗ୍ୟାସ ଟ୍ୟାଙ୍କି ଫାଟି ଜଳିଗଲା ଘର, ୪ ଛେଳି ଜୀବନ୍ତ ଦଗ୍ଧ

ଯାଜପୁର: ଗ୍ୟାସ ଟ୍ୟାଙ୍କି ଫାଟି ଜଳିଗଲା ଘର, ୪ ଛେଳି ଜୀବନ୍ତ ଦଗ୍ଧ। ଏହି ଭୟଙ୍କର ଅଘଟଣ ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବଉଳମାଳ ପଞ୍ଚାୟାତର ବରମୁଣ୍ଡୁଲି ଗ୍ରାମରେ। ଗ୍ରାମର ଚାନ୍ଦିଆ ମଳିକଙ୍କ ରୋଷେଇ ଘରେ ଗ୍ୟାସ ଟ୍ୟାଙ୍କି ଫାଟି ଘଟିଛି ଦୁର୍ଘଟଣା।  ସୂଚନା ଅନୁସାରେ, ରୋଷେଇ ସମୟରେ ଗ୍ୟାସ ଟ୍ୟାଙ୍କି ଲିକେଜ୍ ହୋଇଥିଲା। ଆଉ ରୋଷେଇ ଚାଲିଥିବାରୁ ନିଆଁ ଲାଗିଯାଇ ବିସ୍ଫୋରଣ ହୋଇଥିଲା। ଫଳରେ ରୋଷେଇ ଘର ସମେତ ତିନି ବଖରା ଘର ଏବଂ ଗୁହାଳ ଘରେ ମଧ୍ୟ ନିଆଁ ଲାଗିଥିଲା। ତେବେ ଏଥିରେ ଚାନ୍ଦିଆ ମଳିକଙ୍କ ପରିବାରର କେହି ସଦସ୍ୟ ଆହତ ହୋଇନଥିଲେ ବି ଗୁହାଳରେ ଥିବା ଚାରୋଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସେହିଭଳି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଚଢ଼େଇଧରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ଗ୍ୟାସ ଟ୍ୟାଙ୍କି ଫାଟି ଜଳିଗଲା ଘର, ୪ ଛେଳି ଜୀବନ୍ତ ଦଗ୍ଧ

ଯାଜପୁର: ଗ୍ୟାସ ଟ୍ୟାଙ୍କି ଫାଟି ଜଳିଗଲା ଘର, ୪ ଛେଳି ଜୀବନ୍ତ ଦଗ୍ଧ। ଏହି ଭୟଙ୍କର ଅଘଟଣ ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବଉଳମାଳ ପଞ୍ଚାୟାତର ବରମୁଣ୍ଡୁଲି ଗ୍ରାମରେ। ଗ୍ରାମର ଚାନ୍ଦିଆ ମଳିକଙ୍କ ରୋଷେଇ ଘରେ ଗ୍ୟାସ ଟ୍ୟାଙ୍କି ଫାଟି ଘଟିଛି ଦୁର୍ଘଟଣା।  

ସୂଚନା ଅନୁସାରେ, ରୋଷେଇ ସମୟରେ ଗ୍ୟାସ ଟ୍ୟାଙ୍କି ଲିକେଜ୍ ହୋଇଥିଲା। ଆଉ ରୋଷେଇ ଚାଲିଥିବାରୁ ନିଆଁ ଲାଗିଯାଇ ବିସ୍ଫୋରଣ ହୋଇଥିଲା। ଫଳରେ ରୋଷେଇ ଘର ସମେତ ତିନି ବଖରା ଘର ଏବଂ ଗୁହାଳ ଘରେ ମଧ୍ୟ ନିଆଁ ଲାଗିଥିଲା। 

ତେବେ ଏଥିରେ ଚାନ୍ଦିଆ ମଳିକଙ୍କ ପରିବାରର କେହି ସଦସ୍ୟ ଆହତ ହୋଇନଥିଲେ ବି ଗୁହାଳରେ ଥିବା ଚାରୋଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସେହିଭଳି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଚଢ଼େଇଧରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।