ଭରତପୁର ଥାନା ବିବାଦ ମାମଲା, ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି
ଭୁବନେଶ୍ୱର ୧୬।୧୧ : ଭରତପୁର ଥାନା ବିବାଦ ମାମଲା । ଘଟଣାରେ ତଦନ୍ତ କରୁଥିବା ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ତଦନ୍ତ କମିଶନ ଜଷ୍ଟିସ୍ ଚିତ୍ତ ରଞ୍ଜନ ଦାସଙ୍କ କାର୍ଯ୍ୟକାଳ ୩୧ ଜାନୁଆରୀ ୨୦୨୫ ଯାଏଁ ବୃଦ୍ଧି କରାଯାଇଛି । ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ସେନା ଅଫିସର ଏବଂ ତାଙ୍କ ବାନ୍ଧବୀ ସ୍ଥାନୀୟ ଯୁବକମାନେ ଦୁର୍ବବ୍ୟହାର କରିଥିବାର ଅଭିଯୋଗ ପାଇଁ ଆସିଥିଲେ । ଏହି ସମୟରେ ଥାନାରେ ପୋଲିସ ଏବଂ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।ଏପିରିକି ସେନା ଅଫିସରଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାରିଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ଯାହାକୁ ସେହି ସମୟରେ ରାଜ୍ୟ ହଇଚଇ ସୃଷ୍ଟି କରିଥିଲା । ଆଉ ଶେଷରେ ପୋଲିସ ଡିଜି ଭରତପୁର ତତ୍କାଳୀନ ଆଇଆଇସିଙ୍କ ସମତେ ୫ ଜଣଙ୍କ ସସ୍ପେଣ୍ଡ କରିଥିଲେ । ଆଉ ଏହାପରେ ଘଟଣାର ତ୍ୱରିତ ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇଥିଲେ । ସେପଟେ ମାମଲାର ଶୁଣାଣି କରୁଥିବା ସମୟରେ ହାଇକୋର୍ଟ ଏକ ତଦନ୍ତ କମିଶନ ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଏହାର ନେତୃତ୍ୱରେ ଜଣେ ପୂର୍ବତନ ଜଜ୍ଙ୍କୁ ଦେବା ପାଇଁ ମଧ୍ୟ କହିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଘଟଣାରେ ସତ୍
ଭୁବନେଶ୍ୱର ୧୬।୧୧ : ଭରତପୁର ଥାନା ବିବାଦ ମାମଲା । ଘଟଣାରେ ତଦନ୍ତ କରୁଥିବା ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ତଦନ୍ତ କମିଶନ ଜଷ୍ଟିସ୍ ଚିତ୍ତ ରଞ୍ଜନ ଦାସଙ୍କ କାର୍ଯ୍ୟକାଳ ୩୧ ଜାନୁଆରୀ ୨୦୨୫ ଯାଏଁ ବୃଦ୍ଧି କରାଯାଇଛି । ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ସେନା ଅଫିସର ଏବଂ ତାଙ୍କ ବାନ୍ଧବୀ ସ୍ଥାନୀୟ ଯୁବକମାନେ ଦୁର୍ବବ୍ୟହାର କରିଥିବାର ଅଭିଯୋଗ ପାଇଁ ଆସିଥିଲେ । ଏହି ସମୟରେ ଥାନାରେ ପୋଲିସ ଏବଂ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।ଏପିରିକି ସେନା ଅଫିସରଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାରିଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ଯାହାକୁ ସେହି ସମୟରେ ରାଜ୍ୟ ହଇଚଇ ସୃଷ୍ଟି କରିଥିଲା । ଆଉ ଶେଷରେ ପୋଲିସ ଡିଜି ଭରତପୁର ତତ୍କାଳୀନ ଆଇଆଇସିଙ୍କ ସମତେ ୫ ଜଣଙ୍କ ସସ୍ପେଣ୍ଡ କରିଥିଲେ । ଆଉ ଏହାପରେ ଘଟଣାର ତ୍ୱରିତ ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇଥିଲେ ।
ସେପଟେ ମାମଲାର ଶୁଣାଣି କରୁଥିବା ସମୟରେ ହାଇକୋର୍ଟ ଏକ ତଦନ୍ତ କମିଶନ ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଏହାର ନେତୃତ୍ୱରେ ଜଣେ ପୂର୍ବତନ ଜଜ୍ଙ୍କୁ ଦେବା ପାଇଁ ମଧ୍ୟ କହିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଘଟଣାରେ ସତ୍ୟପାଠ ଦାଖଲ ସହ ସମସ୍ତ ପକ୍ଷଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲେ ତଦନ୍ତ କମିଶନ । ଶେଷରେ ୧୪ ତାରିଖ ଦିନ ଗୁରୁବାର ଦିନ କମିଶନଙ୍କ ନିକଟରେ ହାଜର ହୋଇଥିଲେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀ । ଏଥିସହିତ ନିଲମ୍ବିତ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ରଙ୍କ ଓକିଲ ସନ୍ଦୀପ ରାଜ ପଣ୍ଡା ହାଜର ହୋଇଥିବା ବେଳେ ନିଲମ୍ବିତ ତିନି ମହିଳା ଥାନା କର୍ମଚାରୀଙ୍କ ଓକିଲ ହାଜର ହୋଇଥିଲେ । ବର୍ତ୍ତମାନ ସଂପୃକ୍ତ ଘଟଣା ତଦନ୍ତ ଚାଲିଥିବା ବେଳେ ୨୨ ନଭେମ୍ବରର ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ତାଙ୍କ କାର୍ଯ୍ୟକାଳକୁ ୨୦୨୫ ଜାନୁଆରୀ ୩୧କୁ ବୃଦ୍ଧି କରାଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଭରତପୁର ଥାନା ବିବାଦ ମାମଲା : ହାଜର ହେଲେ ସମସ୍ତ ପକ୍ଷ, ସ୍ପଟ ଭିଜିଟ କରିବେ କମିଶନ