‘ମଦ ଭଗବାନଙ୍କ ଉପହାର, ସେଥିପାଇଁ ମଣିଷଙ୍କୁ ମିଳିଛି’, ପୋପ ଫ୍ରାନ୍ସିସଙ୍କ ଆଶ୍ଚର୍ଯ୍ୟଜନକ ବୟାନ
ଭାଟିକାନ ସିଟି,୨୭।୧: କ୍ୟାଥୋଲିକ ଚର୍ଚ୍ଚର ବର୍ତ୍ତମାନର ମୁଖ୍ୟ ରୋମର ବିଶପ ତଥା ଭାଟିକାନ ସିଟିର ସାର୍ବଭୌମ ପୋପ ଫ୍ରାନ୍ସିସଙ୍କ ତାଜା ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ କହିଛନ୍ତି, ମଦ ହେଉଛି ‘ଭଗବାନଙ୍କ ଉପହାର’ । ସେଥିପାଇଁ ଏହା ମନୁଷ୍ୟଙ୍କୁ ମିଳିଛି। ମଦବିକ୍ରି, ପିଇବା ଓ ନିଷେଧ ଉପରେ ଦେଶ ଓ ବିଦେଶରେ ବିଭିନ୍ନ ଆଇନକାନୁନ ରହିଛି। କେଉଁଠି ଏହାଯୋଗୁ ଅପରାଧ ଘଟେଇବା ପାଇଁ ବ୍ୟବହାର ହେଉଛି ତ ଆଉ କେଉଁଠି କିଛି ସୁଖଦ […] The post ‘ମଦ ଭଗବାନଙ୍କ ଉପହାର, ସେଥିପାଇଁ ମଣିଷଙ୍କୁ ମିଳିଛି’, ପୋପ ଫ୍ରାନ୍ସିସଙ୍କ ଆଶ୍ଚର୍ଯ୍ୟଜନକ ବୟାନ appeared first on Dharitri Odia News.
ଭାଟିକାନ ସିଟି,୨୭।୧: କ୍ୟାଥୋଲିକ ଚର୍ଚ୍ଚର ବର୍ତ୍ତମାନର ମୁଖ୍ୟ ରୋମର ବିଶପ ତଥା ଭାଟିକାନ ସିଟିର ସାର୍ବଭୌମ ପୋପ ଫ୍ରାନ୍ସିସଙ୍କ ତାଜା ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ କହିଛନ୍ତି, ମଦ ହେଉଛି ‘ଭଗବାନଙ୍କ ଉପହାର’ । ସେଥିପାଇଁ ଏହା ମନୁଷ୍ୟଙ୍କୁ ମିଳିଛି।
ମଦବିକ୍ରି, ପିଇବା ଓ ନିଷେଧ ଉପରେ ଦେଶ ଓ ବିଦେଶରେ ବିଭିନ୍ନ ଆଇନକାନୁନ ରହିଛି। କେଉଁଠି ଏହାଯୋଗୁ ଅପରାଧ ଘଟେଇବା ପାଇଁ ବ୍ୟବହାର ହେଉଛି ତ ଆଉ କେଉଁଠି କିଛି ସୁଖଦ ମୂହୁର୍ତ୍ତକୁ ପାଳନ ପାଇଁ। ତେବେ ଏସମ୍ପର୍କରେ ୮୭ ବର୍ଷୀୟ ପୋପ କହିଛନ୍ତି, ମଦ ହେଉଛି ଭଗବାନଙ୍କଠାରୁ ମିଳିଥିବା ଉପହାର । ଏହା ଆମକୁ ମିଳିଛି କାରଣ ଆମେ ଏହାକୁ ସୁଖର ପ୍ରକୃତ ଉତ୍ସ ବୋଲି ବିବେଚନା କରୁ। ସେ ଆହୁରି ଥଟ୍ଟା କରି ଲୋକଙ୍କୁ କହିଛନ୍ତି, ଏହା ଏକ ମଦ୍ୟପ ପୋପଙ୍କ କଥା ପରି ମନେହେଉଥିବ କିନ୍ତୁ ଏହା ସତ ।
ସୂଚନାଥାଉ କି, ଇଟାଲୀୟ ମଦ ପ୍ରସ୍ତୁତକାରୀଙ୍କ ସହ ହୋଇଥିବା ଏକ ବ୍ୟକ୍ତିଗତ ବୈଠକରେ ସେ ଏପରି ବୟାନ ଦେଇଥିଲେ। ଯାହାକୁ ପ୍ରଶଂସା କରାଯାଇଥିଲା କାରଣ
ସେ ୟୁରୋପୀୟ ସ୍ବାସ୍ଥ୍ୟ ଚେତାବନୀ ବିରୋଧରେ ଲଢେଇ କରିବାକୁ ଆହ୍ବାନ ଦେଇଥିଲେ।
କହିରଖୁଛୁ କି, ଯୌନସୁଖ ମଧ୍ୟ ‘ଭଗବାନଙ୍କ ଉପହାର’ ଅଟେ ବୋଲି କିଛିଦିନ ପୂର୍ବରୁ ସେ କହିଥିହିଲେ । ଏନେଇ ସେ ଆହୁରି କହିଥିଲେ ଯେ, ଯୌନ ସୁଖକୁ ଉପଭୋଗ କର, ଏବଂ ପ୍ରେମକୁ ସୁରକ୍ଷା ଦେବା ସେମାନଙ୍କର କର୍ତ୍ତବ୍ୟ । କାରଣ ଏହା ବିନା ଜୀବନ ଦୁଃଖଦାୟକ ଓ ନିସଙ୍ଗ । ଖ୍ରୀଷ୍ଟିଆନ ଧର୍ମରେ ଯୌନ ପ୍ରବୃତ୍ତିର କୌଣସି ନିନ୍ଦା କରାଯାଏନି।
ପୋପ କହିଛନ୍ତି, ମଦ, ଜମି, କୃଷି ଦକ୍ଷତା ଏବଂ ଉଦ୍ୟୋଗ ହେଉଛି ଇଶ୍ୱରଙ୍କ ଉପହାର । ଏସବୁକୁ ଆମ ପାଇଁ ପ୍ରସ୍ତୁତ କରାଯାଇଛି । କାରଣ ଆମେ ସମ୍ବେଦନଶୀଳ ଥିବା ସମୟରେ ଏହାକୁ ପ୍ରକୃତ ସୁଖର ଉତ୍ସ ମାନିିଥାଉ। ସୁସ୍ଥ ପାନୀୟ ଅଭ୍ୟାସକୁ ଉତ୍ସାହିତ କରିବା ସହ
ଶ୍ରମିକମାନଙ୍କୁ ଏହା ସମ୍ମାନର ସହ ବ୍ୟବହାର କରିବାକୁ ସେ କହିଛନ୍ତି ।
The post ‘ମଦ ଭଗବାନଙ୍କ ଉପହାର, ସେଥିପାଇଁ ମଣିଷଙ୍କୁ ମିଳିଛି’, ପୋପ ଫ୍ରାନ୍ସିସଙ୍କ ଆଶ୍ଚର୍ଯ୍ୟଜନକ ବୟାନ appeared first on Dharitri Odia News.