ମୁଡ୍ ଠିକ୍ ନାହିଁ ? ତ ଆସନି ଅଫିସ୍, କର୍ମଚାରୀଙ୍କୁ ୧୦ ଦିନ ଛୁଟି ଦେଉଛି କମ୍ପାନୀ

ମୁମ୍ଵାଇ ୧୩।୦୪: ଚୀନ୍‌ର ଏକ କଂପାନି ଘୋଷଣା କରିଛି, ମନ ଦୁଃଖ  ଥିଲେ କର୍ମଚାରୀମାନେ ଅଧିକ ୧୦ ଦିନ ଛୁଟି  ନେଇପାରିବେ । ଏହାଦ୍ୱାରା ସେମାନଙ୍କର ବ୍ୟକ୍ତିଗତ  ଓ ବୃତ୍ତିଗତ ଜୀବନ ମଧ୍ୟରେ ସମନ୍ୱୟ ଆଣିବାରେ  ସହାୟତା ମିଳିପାରିବ ବୋଲି ଆଶା ପ୍ରକାଶ କରିଛି  କଂପାନି ।   ମାର୍ଚ୍ଚ ଶେଷଭାଗରେ ଚାଇନା ସୁପରମାର୍କେଟ୍‌ ୱିକ୍‌  ସମୟରେ ମଧ୍ୟଚୀନ୍‌ର ହେନାନ୍‌ ପ୍ରଦେଶରେ  ଥିବା ଏକ ରିଟେଲ୍‌ ଚେନ୍‌ ପାଙ୍ଗ ଡୋଙ୍ଗ୍‌ ଲାଇର  ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ୟୁ ଡୋଙ୍ଗ୍‌ଲାଇ ଏହି  ଘୋଷଣା କରିଛନ୍ତି । ସେ କହିଛନ୍ତି, ମୁଁ ଚାହୁଁଛି  ସବୁ କର୍ମଚାରୀଙ୍କୁ ସ୍ୱାଧୀନତା ମିଳୁ । ସମସ୍ତଙ୍କ  ଜୀବନରେ ଏମିତି ସମୟ ଆସିଥାଏ ଯେତେବେଳେ  ଆମେ ଖୁସି ନ ଥାଉ । ମନଦୁଃଖ ଥାଏ । ତେଣୁ  ଯଦି ଆପଣ (କର୍ମଚାରୀମାନେ) ଦୁଃଖୀ ଅଛନ୍ତି,  ତା’ହେଲେ କାମକୁ ଆସନ୍ତୁ ନାହିଁ । ୟୁ ଚାହୁଁଛନ୍ତି,  କର୍ମଚାରୀମାନେ ନିଜ ଆରାମର ସମୟକୁ ସ୍ୱାଧୀନ  ଭାବେ ସ୍ଥିର କରନ୍ତୁ । କାମ ପରେ ସେମାନଙ୍କୁ  ପର୍ଯ୍ୟାପ୍ତ ବିଶ୍ରାମ ମିଳୁ । ସେ ଆହୁରି କହିଛନ୍ତି, ଏପରି ଛୁଟିକୁ ପରିଚାଳନା କର୍ତ୍ତୃପକ୍ଷ ମନା  କରିପାରିବେ ନାହିଁ । ଏହାକୁ ମନା କରିବା ଏକ  ଉଲ୍ଲଂଘନ ହେବ । ଚାଇନା ସୁପରମାର୍କେଟ୍‌ ୱିକ୍‌ ହେଉଛି ଏକ ଛଅ  ଦିନିଆ ସମ୍ମିଳନୀ ଯାହା ଦେଶର ସୁପରମାର୍କେଟ୍‌  କ୍ଷେତ୍ରର ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ  ଆୟୋଜିତ ହୋଇଥାଏ । ସେଠାରେ ସୁପରମାର୍କେଟ୍‌  କ୍ଷେତ୍ର

ମୁଡ୍ ଠିକ୍ ନାହିଁ ? ତ ଆସନି ଅଫିସ୍, କର୍ମଚାରୀଙ୍କୁ ୧୦ ଦିନ ଛୁଟି ଦେଉଛି କମ୍ପାନୀ

ମୁମ୍ଵାଇ ୧୩।୦୪ଚୀନ୍‌ର ଏକ କଂପାନି ଘୋଷଣା କରିଛି, ମନ ଦୁଃଖ  ଥିଲେ କର୍ମଚାରୀମାନେ ଅଧିକ ୧୦ ଦିନ ଛୁଟି  ନେଇପାରିବେ । ଏହାଦ୍ୱାରା ସେମାନଙ୍କର ବ୍ୟକ୍ତିଗତ  ଓ ବୃତ୍ତିଗତ ଜୀବନ ମଧ୍ୟରେ ସମନ୍ୱୟ ଆଣିବାରେ  ସହାୟତା ମିଳିପାରିବ ବୋଲି ଆଶା ପ୍ରକାଶ କରିଛି  କଂପାନି ।   ମାର୍ଚ୍ଚ ଶେଷଭାଗରେ ଚାଇନା ସୁପରମାର୍କେଟ୍‌ ୱିକ୍‌  ସମୟରେ ମଧ୍ୟଚୀନ୍‌ର ହେନାନ୍‌ ପ୍ରଦେଶରେ  ଥିବା ଏକ ରିଟେଲ୍‌ ଚେନ୍‌ ପାଙ୍ଗ ଡୋଙ୍ଗ୍‌ ଲାଇର  ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ୟୁ ଡୋଙ୍ଗ୍‌ଲାଇ ଏହି  ଘୋଷଣା କରିଛନ୍ତି । ସେ କହିଛନ୍ତି, ମୁଁ ଚାହୁଁଛି  ସବୁ କର୍ମଚାରୀଙ୍କୁ ସ୍ୱାଧୀନତା ମିଳୁ । ସମସ୍ତଙ୍କ  ଜୀବନରେ ଏମିତି ସମୟ ଆସିଥାଏ ଯେତେବେଳେ  ଆମେ ଖୁସି ନ ଥାଉ । ମନଦୁଃଖ ଥାଏ । ତେଣୁ  ଯଦି ଆପଣ (କର୍ମଚାରୀମାନେ) ଦୁଃଖୀ ଅଛନ୍ତି,  ତା’ହେଲେ କାମକୁ ଆସନ୍ତୁ ନାହିଁ । ୟୁ ଚାହୁଁଛନ୍ତି,  କର୍ମଚାରୀମାନେ ନିଜ ଆରାମର ସମୟକୁ ସ୍ୱାଧୀନ  ଭାବେ ସ୍ଥିର କରନ୍ତୁ । କାମ ପରେ ସେମାନଙ୍କୁ  ପର୍ଯ୍ୟାପ୍ତ ବିଶ୍ରାମ ମିଳୁ । ସେ ଆହୁରି କହିଛନ୍ତି, ଏପରି ଛୁଟିକୁ ପରିଚାଳନା କର୍ତ୍ତୃପକ୍ଷ ମନା  କରିପାରିବେ ନାହିଁ । ଏହାକୁ ମନା କରିବା ଏକ  ଉଲ୍ଲଂଘନ ହେବ । 

ଚାଇନା ସୁପରମାର୍କେଟ୍‌ ୱିକ୍‌ ହେଉଛି ଏକ ଛଅ  ଦିନିଆ ସମ୍ମିଳନୀ ଯାହା ଦେଶର ସୁପରମାର୍କେଟ୍‌  କ୍ଷେତ୍ରର ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ  ଆୟୋଜିତ ହୋଇଥାଏ । ସେଠାରେ ସୁପରମାର୍କେଟ୍‌  କ୍ଷେତ୍ରର ବିକାଶ ଲାଗି ବିଭିନ୍ନ ପ୍ରକାର ନୂଆ  କଥା ସଂପର୍କରେ ଆଲୋଚନା କରାଯାଏ । ୟୁ  ଡୋଙ୍ଗ୍‌ଲାଇଙ୍କର ଏହି ଅଭିନବ ଚିନ୍ତାଧାରା  ସଂପର୍କରେ ଖବର ପ୍ରକାଶିତ ହେବା ପରେ  ସୋସିଆଲ ମିଡିଆରେ ତାକୁ ବହୁ ଲୋକଙ୍କ  ସମର୍ଥନ ମିଳୁଛି । କର୍ମସ୍ଥଳରେ ମାନସିକ ଚିନ୍ତାଗ୍ରସ୍ତ ରହିବାକୁ ନେଇ  ଚୀନ୍‌ରେ ୨୦୨୧ରେ କରାଯାଇଥିବା ଏକ ସର୍ଭେ  ଅନୁସାରେ, ସେଠାରେ ୬୫ ପ୍ରତିଶତରୁ ଅଧିକ  ଲୋକେ କର୍ମସ୍ଥଳୀରେ କ୍ଲାନ୍ତ ଓ ଦୁଃଖୀ ଅନୁଭବ  କରିଥାନ୍ତି । କମ୍‌ ମଜୁରି, ଓଭରଟାଇମ୍‌ ସଂସ୍କୃତି  ଏହାର ମୁଖ୍ୟକାରଣ ।

 ୟୁଙ୍କର ନିଯୁକ୍ତି ନୀତି  ଅନୁସାରେ, କର୍ମଚାରୀମାନେ ଦିନରେ କେବଳ ୭  ଘଣ୍ଟା କାମ କରିବେ । ସପ୍ତାହନ୍ତରେ ଛୁଟି ନେବେ ।  ସେମାନଙ୍କୁ ବାର୍ଷିକ ୩୦-୪୦ ଦିନ ଛୁଟି ଦିଆଯିବ ।  ନୂଆବର୍ଷ ସମୟରେ ୫ ଦିନ ଛୁଟି ମିଳିବ । ନିଜ  କଂପାନିର ଭବିଷ୍ୟତ ସଂପର୍କରେ ୟୁ କହିଛନ୍ତି,  ଆମେ ବହୁତ ବଡ଼ ହେବାକୁ ଚାହୁଁନା । ଆମ  କର୍ମଚାରୀମାନେ ସୁସ୍ଥ ଓ ଆରାମଦାୟକ ଜୀବନ  ବଞ୍ଚନ୍ତୁ ବୋଲି ଆମେ ଚାହୁଁଛୁ । ତାଙ୍କ କଂପାନିରେ  କର୍ମଚାରୀଙ୍କର ମାସିକ ହାରାହାରି ଦରମା ପ୍ରାୟ ୮୦  ହଜାର । ସେହି ତୁଳନାରେ ଦେଶର ଅନ୍ୟ ରିଟେଲ୍‌  କଂପାନିରେ କାମ କରୁଥିବା କର୍ମଚାରୀଙ୍କର ମାସିକ  ହାରାହାରି ଦରମା ୪୧ ହଜାର ବୋଲି ୨୦୧୯ର ଏକ  ରିପୋର୍ଟରୁ ଜଣାପଡିଛି ।