ଘରେ ଶୋଇଥିବା ବେଳେ ଉପରେ ଖସିପଡ଼ିଲା ଚାଳ, ଜଣଙ୍କ ଜୀବନ ଗଲା
ବଣାଇଁ,୧୩ା୩(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଦୀର୍ଘଦିନ ହେବ ଗ୍ରାମର ଜେନା ମୁଣ୍ଡାରୀ ଘର ଖଣ୍ଡେ ପାଇଁ ପ୍ରଶାସନ ନିକଟରେ ଗୁହାରି କରି ନୟାନ୍ତ ହେବା ପରେ କିଛି ଖୁଣ୍ଟ ଆଉ ଖପରା ଘର କରି ରହୁଥିଲେଙ୍କ ପରିଶେଷରେ ବୁଧବାର ଘରେ ଶୋଇଥିବା ବେଳେ ଉପରେ ଚାଳ ଖସିପଡ଼ିଥିଲା। ଫଳରେ ବାପା ଜେନା ମୁଣ୍ଡାରୀ (୪୫)ଙ୍କ ମୃତ୍ୟୁ ଘଟିଛି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୁଇ ନାବାଳକ। […] The post ଘରେ ଶୋଇଥିବା ବେଳେ ଉପରେ ଖସିପଡ଼ିଲା ଚାଳ, ଜଣଙ୍କ ଜୀବନ ଗଲା appeared first on Dharitri Odia News.
ବଣାଇଁ,୧୩ା୩(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଦୀର୍ଘଦିନ ହେବ ଗ୍ରାମର ଜେନା ମୁଣ୍ଡାରୀ ଘର ଖଣ୍ଡେ ପାଇଁ ପ୍ରଶାସନ ନିକଟରେ ଗୁହାରି କରି ନୟାନ୍ତ ହେବା ପରେ କିଛି ଖୁଣ୍ଟ ଆଉ ଖପରା ଘର କରି ରହୁଥିଲେଙ୍କ ପରିଶେଷରେ ବୁଧବାର ଘରେ ଶୋଇଥିବା ବେଳେ ଉପରେ ଚାଳ ଖସିପଡ଼ିଥିଲା। ଫଳରେ ବାପା ଜେନା ମୁଣ୍ଡାରୀ (୪୫)ଙ୍କ ମୃତ୍ୟୁ ଘଟିଛି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୁଇ ନାବାଳକ। ଏଣିକି ଚାଳ ନଥିଲା ବେଳେ ମୁରବି ହରାଇ ଅସହାୟ ଅବସ୍ଥାରେ ରହିଛନ୍ତି ଶିଶୁ ଦୁଇଜଣ।ଦେଉଳହୁଡ଼ି ଗ୍ରାମର ମୁଣ୍ଡାରୀ ବସ୍ତିରେ ପାଞ୍ଚ ବର୍ଷ ହେଲା ଘର ପାଇଁ ଆବେଦନ କରି ବିଫଳ ହେବା ପରେ ନିଜେ ଏକ ଝାଟିମାଟି ଘର କରି ରହୁଥିଲେ। ଘର ଛପରରେ ଲାଗିଥିବା କଡ଼ି ଭାଙ୍ଗି ମାଡ଼ି ବସିଥିଲା, ଆହତ ଅବସ୍ଥାରେ ଜେନାଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଗ୍ରାମବାସୀ ଉଦ୍ଧାର କରି ଭର୍ତ୍ତି କରିଥିଲେ ହେଁ ଡାକ୍ତର ଏଠାରେ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି। ମୃତକଙ୍କ କକା ପୁଅ ଭାଇ କିଣୁ ମୁଣ୍ଡାରୀ ଏଭଳି ଘଟଣା ପାଇଁ ସିଧାସଳଖ ପ୍ରଶାସନକୁ ଦାୟୀ କରି ଥଇଥାନ ପାଇଁ ଦାବି ଜଣାଇଛନ୍ତି। ବ୍ଲକ ପ୍ରଶାସନ ତୁରନ୍ତ ଥଇଥାନ ଜନିତ ପଦକ୍ଷେପ ନେବାକୁ ସାଧାରଣରେ ମଧ୍ୟ ଦାବି ହୋଇଛି। ଅପରପକ୍ଷରେ ବଣାଇଁ ପୋଲିସ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ମୃତ ଜେନା ମୁଣ୍ଡାରୀଙ୍କ ଶବ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛି।
The post ଘରେ ଶୋଇଥିବା ବେଳେ ଉପରେ ଖସିପଡ଼ିଲା ଚାଳ, ଜଣଙ୍କ ଜୀବନ ଗଲା appeared first on Dharitri Odia News.