ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଲାଭଦାୟକ କଳାରାଶି, ଜାଣନ୍ତୁ କେଉଁ ରୋଗରୁ ଦେବ ମୁକ୍ତି ?

ନୂଆଦିଲ୍ଲୀ ୦୯।୦୫: କଳାରାଶି । ଅନେକଙ୍କ ଘରେ ନିଶ୍ଚୟ ରହିବ । କିନ୍ତୁ ଜାଣନ୍ତି କି ରୋଷେଇ ଘରେ ମିଳୁଥିବା ଏହି ରାଶି ମଣିଶ ଶରୀର ପାଇଁ ବେଶ୍ ଉପକାରୀ । ଖାସ୍ କରି ମଧୁମେହରେ ପୀଡିତ ବ୍ୟକ୍ତିମାନେ ବେଶ୍  ଲାଭବାନ ହୋଇପାରିବେ । ମଧୁମେହ ରୋଗୀ ଦୈନନ୍ଦିନ ଖାଦ୍ୟରେ କଳା ରାଶି ଅନ୍ତର୍ଭୁକ୍ତ କରିବା ଉଚିତ୍ ।ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ମଧୁମେହ ରୋଗୀଙ୍କ ଖାଉଥିବା ଔଷଧ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ। କଳା ରାଶି ଖାଇବା ଦ୍ବାରା  ହଜମ ପ୍ରକ୍ରିୟାରେ ଉନ୍ନତି ଆସିଥାଏ । କଳା ରାଶିରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଥାଏ। ଏଗୁଡିକ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ। ମଧୁମେହ ରୋଗୀମାନେ ସେମାନଙ୍କ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ । କଳା ରାଶିରେ ଥିବା ପୋଷକ ତତ୍ତ୍ୱ ଶରୀରର ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। କଳା ରାଶିରେ କ୍ୟାଲସିୟମ, ଫସଫରସ୍, ଆଇରନ୍ ଏବଂ ବିଭିନ୍ନ ଭିଟାମିନ୍ ଭରପୂର ରହିଥାଏ। ଏଗୁଡ଼ିକ ଶରୀରକୁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଯୋଗାଇଥାଏ। କଳା ରାଶି ଫାଇବରରେ ଭରପୂର ରହିଥାଏ। ଏହା ଚିନିର ଅବଶୋଷଣକୁ ମନ୍ଥର କରିଥାଏ। କଳା ରାଶି ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର କମିଯାଏ।ଏଥିରେ ଥିବା କ୍ୟାଲସିୟମ ହାଡ ଏବଂ ଦାନ୍ତକୁ ଦୃଢ଼ କରିଥାଏ। ଏହାର ବ୍ୟବହାର ହାଡକୁ ମଜବୁତ କରିବାରେ ସାହାଯ୍ୟ କରେ। 

ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଲାଭଦାୟକ କଳାରାଶି, ଜାଣନ୍ତୁ କେଉଁ ରୋଗରୁ ଦେବ ମୁକ୍ତି ?

ନୂଆଦିଲ୍ଲୀ ୦୯।୦୫: କଳାରାଶି । ଅନେକଙ୍କ ଘରେ ନିଶ୍ଚୟ ରହିବ । କିନ୍ତୁ ଜାଣନ୍ତି କି ରୋଷେଇ ଘରେ ମିଳୁଥିବା ଏହି ରାଶି ମଣିଶ ଶରୀର ପାଇଁ ବେଶ୍ ଉପକାରୀ । ଖାସ୍ କରି ମଧୁମେହରେ ପୀଡିତ ବ୍ୟକ୍ତିମାନେ ବେଶ୍  ଲାଭବାନ ହୋଇପାରିବେ । ମଧୁମେହ ରୋଗୀ ଦୈନନ୍ଦିନ ଖାଦ୍ୟରେ କଳା ରାଶି ଅନ୍ତର୍ଭୁକ୍ତ କରିବା ଉଚିତ୍ ।

ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ମଧୁମେହ ରୋଗୀଙ୍କ ଖାଉଥିବା ଔଷଧ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ। କଳା ରାଶି ଖାଇବା ଦ୍ବାରା  ହଜମ ପ୍ରକ୍ରିୟାରେ ଉନ୍ନତି ଆସିଥାଏ । କଳା ରାଶିରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଥାଏ। ଏଗୁଡିକ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ। 

ମଧୁମେହ ରୋଗୀମାନେ ସେମାନଙ୍କ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ । କଳା ରାଶିରେ ଥିବା ପୋଷକ ତତ୍ତ୍ୱ ଶରୀରର ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। କଳା ରାଶିରେ କ୍ୟାଲସିୟମ, ଫସଫରସ୍, ଆଇରନ୍ ଏବଂ ବିଭିନ୍ନ ଭିଟାମିନ୍ ଭରପୂର ରହିଥାଏ। ଏଗୁଡ଼ିକ ଶରୀରକୁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଯୋଗାଇଥାଏ। 

କଳା ରାଶି ଫାଇବରରେ ଭରପୂର ରହିଥାଏ। ଏହା ଚିନିର ଅବଶୋଷଣକୁ ମନ୍ଥର କରିଥାଏ। କଳା ରାଶି ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର କମିଯାଏ।ଏଥିରେ ଥିବା କ୍ୟାଲସିୟମ ହାଡ ଏବଂ ଦାନ୍ତକୁ ଦୃଢ଼ କରିଥାଏ। ଏହାର ବ୍ୟବହାର ହାଡକୁ ମଜବୁତ କରିବାରେ ସାହାଯ୍ୟ କରେ।