ନିଟ-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲା: ଦୁଇ ଜଣଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ନିଟ୍-ୟୁଜି ପେପର ଲିକ୍‌ ମାମଲାରେ ଗୁରୁବାର ପ୍ରଥମ ଗିରଫଦାରୀ ହୋଇଛି। ବିହାର ପାଟନାରୁ ମନୀଷ ପ୍ରକାଶ ଏବଂ ଆଶୁତୋଷ ନାମକ ଦୁଇ ଜଣଙ୍କୁ ଗିରଫ କରିଛି ସିବିଆଇ। ମନୀଷ ପ୍ରକାଶ, ଆଶୁତୋଷ ସହାୟତାରେ, ବିହାର ପାଟନାରେ ଥିବା ଲର୍ନ ପ୍ଲେ ସ୍କୁଲର ଏକ ବଏଜ୍ ହଷ୍ଟେଲରେ ପ୍ରାର୍ଥୀ ଯୋଗାଡ଼ କରି ନିଟ୍ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ମେ ୪ ତାରିଖରେ ପ୍ରଶ୍ନପତ୍ର ଓ ଉତ୍ତର ଦେଇଥିଲା। ଗୋଟିଏ ରାତି ପାଇଁ ଏହି ସ୍କୁଲ୍‌କୁ ବୁକ୍ କରାଯାଇଥିଲା। ତଦନ୍ତ ବେଳେ ସ୍କୁଲ୍‌ରୁ ନିଟ ପରୀକ୍ଷା ପ୍ରଶ୍ନପତ୍ର ଅଧାପୋଡ଼ା ଅବସ୍ଥାରେ ମିଳିଛି। ଏହି ମାମଲାରେ ଆଶୁତୋଷ ଓ ମନୀଷଙ୍କୁ ପଚରାଉଚରା ପରେ ସିବିଆଇ ଦୁଇ ଜଣଙ୍କୁ ଗିରଫ କରିଛି।  