ଇଣ୍ଡିଗୋ ବିମାନରେ ବୋମା ଧମକ, ମୁମ୍ବାଇରେ ହେଲା ଏମର୍ଜେନ୍ସି ଲ୍ୟାଣ୍ଡିଂ

ନୂଆଦିଲ୍ଲୀ ୦୧/୦୬: ବିମାନରେ ପୁଣି ବୋମା ଆତଙ୍କ । ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନ ବୋମା ଆତଙ୍କ । ଏହି ସୂଚନା ମିଳିବା ପରେ ମୁମ୍ବାଇରେ ଜରୁରୀକାଳୀନ ଅବତରଣ କରିଥିଲା ଇଣ୍ଡିଗୋ ବିମାନ । ବିମାନରେ ଥିଲେ ୧୭୨ ଜଣ ଯାତ୍ରୀ ଏବଂ କ୍ରିୟୁ ସଦସ୍ୟ । ଇଣ୍ଡିଗୋ ପକ୍ଷରୁ କୁହାଯାଉଛି ଯେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ରେସ୍କ୍ୟୁ କରାଯାଇଛି । ଏହା ପରେ ଘଟଣାର ଯାଞ୍ଚ ଆରମ୍ଭ ହୋଇଛି । ସୂଚନା ଥାଉକି, ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନ ବୋମା ଧମକ ପରେ ମୁମ୍ବାଇରେ ଜରୁରୀକାଳୀନ ଅବତରଣ କରିଥିଲା । ଇଣ୍ଡିଗୋ ଶନିବାର ଦିନ ଏକ ବିବୃତ୍ତି ଜାରି କରି କହିଛି ଯେ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଇଣ୍ଡିଗୋ ବିମାନ 6E 5314 ରେ ବୋମା ଥିବା ନେଇ ଧମକ ମିଳିଥିଲା । ମୁମ୍ବାଇରେ ଅବତରଣ କରିବା ପରେ କର୍ମଚାରୀମାନେ ପ୍ରୋଟୋକଲ୍ ଅନୁସରଣ କରିଥିଲେ ଏବଂ ସୁରକ୍ଷା ଏଜେନ୍ସିର ନିର୍ଦ୍ଦେଶାବଳୀ ଅନୁଯାୟୀ ବିମାନକୁ ପୃଥକ ଭାବରେ ନିଆଯାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଦିଆଗଲା । ଗତ ମେ ୨୮ ବା ୪ ଦିନ ତଳେ ଦିଲ୍ଲୀରୁ ବାରଣାସୀ ଯିବା ବିମାନକୁ ଏମିତି ଢଙ୍ଗରେ ମିଳିଥିଲା ଧମକ । ବୋମାରେ ଉଡାଇଦେବାକୁ ଧମକ ମିଳିବା ପରେ ଓହ୍ଲାଇ ପଡିଥିଲେ ଯାତ୍ରୀ .

ଇଣ୍ଡିଗୋ ବିମାନରେ ବୋମା ଧମକ, ମୁମ୍ବାଇରେ ହେଲା ଏମର୍ଜେନ୍ସି ଲ୍ୟାଣ୍ଡିଂ

ନୂଆଦିଲ୍ଲୀ ୦୧/୦୬: ବିମାନରେ ପୁଣି ବୋମା ଆତଙ୍କ । ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନ ବୋମା ଆତଙ୍କ । ଏହି ସୂଚନା ମିଳିବା ପରେ ମୁମ୍ବାଇରେ ଜରୁରୀକାଳୀନ ଅବତରଣ କରିଥିଲା ଇଣ୍ଡିଗୋ ବିମାନ । 

ବିମାନରେ ଥିଲେ ୧୭୨ ଜଣ ଯାତ୍ରୀ ଏବଂ କ୍ରିୟୁ ସଦସ୍ୟ । ଇଣ୍ଡିଗୋ ପକ୍ଷରୁ କୁହାଯାଉଛି ଯେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ରେସ୍କ୍ୟୁ କରାଯାଇଛି । ଏହା ପରେ ଘଟଣାର ଯାଞ୍ଚ ଆରମ୍ଭ ହୋଇଛି । 

ସୂଚନା ଥାଉକି, ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନ ବୋମା ଧମକ ପରେ ମୁମ୍ବାଇରେ ଜରୁରୀକାଳୀନ ଅବତରଣ କରିଥିଲା । ଇଣ୍ଡିଗୋ ଶନିବାର ଦିନ ଏକ ବିବୃତ୍ତି ଜାରି କରି କହିଛି ଯେ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଇଣ୍ଡିଗୋ ବିମାନ 6E 5314 ରେ ବୋମା ଥିବା ନେଇ ଧମକ ମିଳିଥିଲା । 

ମୁମ୍ବାଇରେ ଅବତରଣ କରିବା ପରେ କର୍ମଚାରୀମାନେ ପ୍ରୋଟୋକଲ୍ ଅନୁସରଣ କରିଥିଲେ ଏବଂ ସୁରକ୍ଷା ଏଜେନ୍ସିର ନିର୍ଦ୍ଦେଶାବଳୀ ଅନୁଯାୟୀ ବିମାନକୁ ପୃଥକ ଭାବରେ ନିଆଯାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଦିଆଗଲା । ଗତ ମେ ୨୮ ବା ୪ ଦିନ ତଳେ ଦିଲ୍ଲୀରୁ ବାରଣାସୀ ଯିବା ବିମାନକୁ ଏମିତି ଢଙ୍ଗରେ ମିଳିଥିଲା ଧମକ । ବୋମାରେ ଉଡାଇଦେବାକୁ ଧମକ ମିଳିବା ପରେ ଓହ୍ଲାଇ ପଡିଥିଲେ ଯାତ୍ରୀ .