ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ନିର୍ବାଚନୀ ବଣ୍ଡ ଅସାମ୍ବିଧାନିକ
ନିର୍ବାଚନ ବଣ୍ଡ ସ୍କିମ୍ ଉପରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।
ନିର୍ବାଚନୀ ବଣ୍ଡ ସ୍କିମ୍ ଉପରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଯୋଜନାକୁ ଅସାମ୍ବିଧାନିକ ବୋଲି କହିବା ସହ ଏହାକୁ ରଦ୍ଦ କରି ଦେଇଛନ୍ତି ସୁପ୍ରିମକୋର୍ଟ।
ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ନିର୍ବାଚନୀ ବଣ୍ଡ ସ୍କିମ୍ ଲୋକଙ୍କର ସୂଚନା ଅଧିକାରକୁ କ୍ଷୂର୍ଣ୍ଣ କରୁଛି ବୋଲି କହିଛନ୍ତି। ଏଥିସହ କଳା ଟଙ୍କା ରୋକିବା ପାଇଁ ଏହା ଏକ ମାଧ୍ୟମ ନୁହେଁ, ଏଥିପାଇଁ ଅନ୍ୟ ଉପାୟ ମଧ୍ୟ ଅବଲମ୍ବନ କରାଯାଇ ପାରିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।