୨୦୦୪ ଭୟଙ୍କର ଗ୍ରେନେଡ ମାଡ଼ ଘଟଣାରେ ଦୋଷମୁକ୍ତ ହେଲେ ଖାଲିଦା ଜିଆଙ୍କ ପୁଅ: ବଦଳିଲା କୋର୍ଟଙ୍କ ରାୟ
ଢାକା: ବାଂଲାଦେଶରେ ସରକାର ବଦଳିବା ପରେ ବଦଳିଲା କୋର୍ଟଙ୍କ ରାୟ। ଗ୍ରେନେଡ୍ ମାଡ଼ ଅଭିଯୋଗରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପୁଅ। ରବିବାର ବାଂଲାଦେଶ ହାଇକୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପୁଅ ତାରିକ ରହମାନ ଏବଂ ଅନ୍ୟ ୪୮ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୨୦୦୪ରେ ଏକ ରାଜନୈତିକ ରାଲିରେ ହୋଇଥିବା ଗ୍ରେନେଡ୍ ମାଡ଼ରେ ଏମାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ହେଲେ ରବିବାର କୋର୍ଟ ତାଙ୍କ ରାୟରେ ପରିବର୍ତ୍ତନ କରି ଏମାନଙ୍କୁ ଦୋଷମୁକ୍ତ କରିଛନ୍ତି।ବାଂଲାଦେଶରେ ଶେଖ ହସିନାଙ୍କ ସରକାରର ପତ୍ତନ ପରେ ସେଠାରେ ରାଜନୈତିକ ଅସ୍ଥିରତା ଲାଗି ରହିଛି। ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବଢିବା ସହିତ ଇସ୍ଲାମିକ ଦେଶ ଗଠନ କରିବାକୁ ଚରମପନ୍ଥୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ଏଥିପାଇଁ ନାନା ଉତ୍ଥାପତ୍ତନ ଦେଖିବାକୁ ମିଳିଛି। ତାରିକ ରେହମାନ ଦୋଷୀ ସାବ୍ୟସ୍ତ ହେବା ପରେ ଲଣ୍ଡନରେ ଆତ୍ମଗୋପନ କରିଥିଲେ। ସେଠାରେ ସେ ଖାଲିଦା ଜିଆଙ୍କ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର କାର୍ଯ୍ୟଭାର ସମ୍ଭାଳିଥିଲେ। ଶେଖ ହାସିନାଙ୍କ ପରେ ବାଂଲାଦେଶରେ ନିର୍ବାଚନ ହେଲେ ଯଦି ବିଏନ୍ପି ଜିତେ ତେବେ ରହମାନ ମନ୍ତ୍ରୀ ହୋଇପାରନ୍ତି। ୨୦୦୪ ଶେଖ ହସିନା ବିରୋଧୀ ଦଳର ନେତା ଥିବା ବେଳେ ତାଙ୍କ ନେତୃତ୍ୱରେ ଆୟୋଜିତ ଏକ ରାଲିରେ ଗ୍ରେନେଡ୍ ମାଡ଼ ହୋଇଥିଲା। ଏଥିରେ ୨୪ରୁ ଅଧିକ ଲୋକଙ୍କ ମୃ
ଢାକା: ବାଂଲାଦେଶରେ ସରକାର ବଦଳିବା ପରେ ବଦଳିଲା କୋର୍ଟଙ୍କ ରାୟ। ଗ୍ରେନେଡ୍ ମାଡ଼ ଅଭିଯୋଗରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପୁଅ।
ରବିବାର ବାଂଲାଦେଶ ହାଇକୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପୁଅ ତାରିକ ରହମାନ ଏବଂ ଅନ୍ୟ ୪୮ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୨୦୦୪ରେ ଏକ ରାଜନୈତିକ ରାଲିରେ ହୋଇଥିବା ଗ୍ରେନେଡ୍ ମାଡ଼ରେ ଏମାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ହେଲେ ରବିବାର କୋର୍ଟ ତାଙ୍କ ରାୟରେ ପରିବର୍ତ୍ତନ କରି ଏମାନଙ୍କୁ ଦୋଷମୁକ୍ତ କରିଛନ୍ତି।
ବାଂଲାଦେଶରେ ଶେଖ ହସିନାଙ୍କ ସରକାରର ପତ୍ତନ ପରେ ସେଠାରେ ରାଜନୈତିକ ଅସ୍ଥିରତା ଲାଗି ରହିଛି। ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବଢିବା ସହିତ ଇସ୍ଲାମିକ ଦେଶ ଗଠନ କରିବାକୁ ଚରମପନ୍ଥୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ଏଥିପାଇଁ ନାନା ଉତ୍ଥାପତ୍ତନ ଦେଖିବାକୁ ମିଳିଛି।
ତାରିକ ରେହମାନ ଦୋଷୀ ସାବ୍ୟସ୍ତ ହେବା ପରେ ଲଣ୍ଡନରେ ଆତ୍ମଗୋପନ କରିଥିଲେ। ସେଠାରେ ସେ ଖାଲିଦା ଜିଆଙ୍କ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର କାର୍ଯ୍ୟଭାର ସମ୍ଭାଳିଥିଲେ। ଶେଖ ହାସିନାଙ୍କ ପରେ ବାଂଲାଦେଶରେ ନିର୍ବାଚନ ହେଲେ ଯଦି ବିଏନ୍ପି ଜିତେ ତେବେ ରହମାନ ମନ୍ତ୍ରୀ ହୋଇପାରନ୍ତି।
୨୦୦୪ ଶେଖ ହସିନା ବିରୋଧୀ ଦଳର ନେତା ଥିବା ବେଳେ ତାଙ୍କ ନେତୃତ୍ୱରେ ଆୟୋଜିତ ଏକ ରାଲିରେ ଗ୍ରେନେଡ୍ ମାଡ଼ ହୋଇଥିଲା। ଏଥିରେ ୨୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ୩୦୦ ଆହତ ହୋଇଥିଲେ। ଏହି ମାମଲାରେ ଶୁଣାଣି କରି କୋର୍ଟ ୧୯ ଜଣଙ୍କୁ ଫାସୀ ଦଣ୍ଡାଦେଶ ଶୁଣାଇବା ସହିତ ରେହମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିଲା।