କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା; ସୁପ୍ରିମକୋର୍ଟ ମାଗିଲେ ନୂଆ ଷ୍ଟାଟସ୍ ରିପୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା । ସୋମବାର ମୁଖ୍ୟ ବିଚାରପଚି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ ଜଷ୍ଟିସ ଜେ.ବି ପାରଦିଓ୍ବାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ୩ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରୁଛନ୍ତି । ସିବିଆଇ ଏହି ମାମଲାରେ ତଦନ୍ତ ଷ୍ଟାଟସ୍ ରିପୋର୍ଟ ସର୍ବୋଚ୍ଚ ଅଦାଲତଙ୍କୁ ପ୍ରଦାନ କରିଛି । ଖଣ୍ଡପୀଠ ବନ୍ଦ ଲଫାଫାରେ ଥିବା ଏହି ରିପୋର୍ଟକୁ ସମୀକ୍ଷା କରିଛନ୍ତି । ଶୁଣାଣି ବେଳେ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବାସଭବନ ହସ୍ପିଟାଲ ଠାରୁ କେତେ ଦୂର ବୋଲି ସିଜେଆଇ ଚନ୍ଦ୍ରଚୂଡ଼ ପ୍ରଶ୍ନ କରିଥିଲେ । ଏହାର ଜବାବରେ ସଲିସିଟର ଜେନେରାଲ କହିଥିଲେ, ସନ୍ଦୀପ ଘୋଷଙ୍କ ଘର ହସ୍ପିଟାଲ ଠାରୁ ମାତ୍ର ୧୫ରୁ ୨୦ ମିନିଟ୍ ହେବ । ଏହାଛଡ଼ା ବିକ୍ଷୋଭ ଯୋଗୁ ହସ୍ପିଟାଲରେ ହୋଇଥିବା ଭଙ୍ଗାରୁଜର ଷ୍ଟାଟସ୍ ରିପୋର୍ଟ ଅଦାଲତରେ ଦାଖଲ କରାଯାଇଛି ବୋଲି ପଶ୍ଚିମବଙ୍ଗ ସରକାର କହିଥିଲେ । ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ତଦନ୍ତ ରିପୋର୍ଟ ସିବିଆଇ ସୁପ୍ରିମକୋର୍ଟରେ ଦାଖଲ କରିଛି । ଖଣ୍ଡପୀଠ ଏହି ରିପୋର୍ଟକୁ ତର୍ଜମା କରିବା ସହିତ ନୂଆ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସିବିଆଇ କହିଛନ୍ତି । ଏଥିସହ ଏହି ମାମଲାର ଶୁଣାଣିକୁ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଟାଳି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ସିବ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା । ସୋମବାର ମୁଖ୍ୟ ବିଚାରପଚି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ ଜଷ୍ଟିସ ଜେ.ବି ପାରଦିଓ୍ବାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ୩ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରୁଛନ୍ତି । ସିବିଆଇ ଏହି ମାମଲାରେ ତଦନ୍ତ ଷ୍ଟାଟସ୍ ରିପୋର୍ଟ ସର୍ବୋଚ୍ଚ ଅଦାଲତଙ୍କୁ ପ୍ରଦାନ କରିଛି । ଖଣ୍ଡପୀଠ ବନ୍ଦ ଲଫାଫାରେ ଥିବା ଏହି ରିପୋର୍ଟକୁ ସମୀକ୍ଷା କରିଛନ୍ତି । ଶୁଣାଣି ବେଳେ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବାସଭବନ ହସ୍ପିଟାଲ ଠାରୁ କେତେ ଦୂର ବୋଲି ସିଜେଆଇ ଚନ୍ଦ୍ରଚୂଡ଼ ପ୍ରଶ୍ନ କରିଥିଲେ । ଏହାର ଜବାବରେ ସଲିସିଟର ଜେନେରାଲ କହିଥିଲେ, ସନ୍ଦୀପ ଘୋଷଙ୍କ ଘର ହସ୍ପିଟାଲ ଠାରୁ ମାତ୍ର ୧୫ରୁ ୨୦ ମିନିଟ୍ ହେବ ।
ଏହାଛଡ଼ା ବିକ୍ଷୋଭ ଯୋଗୁ ହସ୍ପିଟାଲରେ ହୋଇଥିବା ଭଙ୍ଗାରୁଜର ଷ୍ଟାଟସ୍ ରିପୋର୍ଟ ଅଦାଲତରେ ଦାଖଲ କରାଯାଇଛି ବୋଲି ପଶ୍ଚିମବଙ୍ଗ ସରକାର କହିଥିଲେ । ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ତଦନ୍ତ ରିପୋର୍ଟ ସିବିଆଇ ସୁପ୍ରିମକୋର୍ଟରେ ଦାଖଲ କରିଛି । ଖଣ୍ଡପୀଠ ଏହି ରିପୋର୍ଟକୁ ତର୍ଜମା କରିବା ସହିତ ନୂଆ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସିବିଆଇ କହିଛନ୍ତି । ଏଥିସହ ଏହି ମାମଲାର ଶୁଣାଣିକୁ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଟାଳି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।
ସିବିଆଇ କ’ଣ କହିଲେ ?
କୋଲକାତା କେସରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି । ଟିଏମସି ସରକାର ସିବିଆଇକୁ କ’ଣ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଅଦାଲତକୁ ଦିଆଯାଇଥିବା ଜବାବର କୌଣସି କପି ମିଳିନାହିଁ ବୋଲି ତୁଷାର ମେହଟ୍ଟା କହିଥିଲେ ।
ପଶ୍ଚିମବଙ୍ଗ ସରକାର କ’ଣ କହିଲେ ?
କୋଲକାତା କେସରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ପକ୍ଷ ରଖୁଛନ୍ତି । ସେ ଜବାବରେ କହିଛନ୍ତି, ଆମେ ଷ୍ଟାଟସ୍ ରିପୋର୍ଟର କପି ସୁପ୍ରିମକୋର୍ଟରେ ଜମା କରିଛୁ । ମାତ୍ର ଯାଞ୍ଚ ଏଜେନ୍ସିକୁ ଏହାର କପି ପଶ୍ଚିମବଙ୍ଗ ସରକାର ଏଯାଏଁ ଦେଇନାହାନ୍ତି । ପୀଡିତାଙ୍କୁ ନ୍ୟାୟ ଦାବିରେ ଡାକ୍ତର ଆନ୍ଦୋଳନ ଯୋଗୁ ଚିକିତ୍ସା ଅବହେଳା ହୋଇଥିଲା । ଏହି ସମୟରେ ହସ୍ପିଟାଲରେ ୨୩ଜଣ ମୃତ୍ୟୁ ହୋଇଛି ବୋଲିଜୀବୀ କପିଲ ଶିବଲ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭ ତାରିଖରେ ହେବ ।...