ଭୁବନେଶ୍ୱରରେ ପହଞ୍ଚିଲେ ନୂଆ ରାଜ୍ୟପାଳ: ରାଜଭବନ ପକ୍ଷରୁ ଦିଆଗଲା ଗାର୍ଡ ଅଫ୍‌ ଅନର

ଭୁବନେଶ୍ୱର,୨ା୧: ଭୁବନେଶ୍ୱରରେ ପହଞ୍ଚିଛନ୍ତି ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଉପସ୍ଥିତ ରହି ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ। ପରେ ରାଜଭବନ ପକ୍ଷରୁ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ୩ ତାରିଖରେ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ରହିଛି। ମିଜୋରାମର ପୂର୍ବତନ ରାଜ୍ୟପାଳ ହରିବାବୁ ଓଡ଼ିଶାର ରାଜ୍ୟପାଳ ଭାବେ […] The post ଭୁବନେଶ୍ୱରରେ ପହଞ୍ଚିଲେ ନୂଆ ରାଜ୍ୟପାଳ: ରାଜଭବନ ପକ୍ଷରୁ ଦିଆଗଲା ଗାର୍ଡ ଅଫ୍‌ ଅନର appeared first on Dharitri Odia News.

ଭୁବନେଶ୍ୱରରେ ପହଞ୍ଚିଲେ ନୂଆ ରାଜ୍ୟପାଳ: ରାଜଭବନ ପକ୍ଷରୁ ଦିଆଗଲା ଗାର୍ଡ ଅଫ୍‌ ଅନର

ଭୁବନେଶ୍ୱର,୨ା୧: ଭୁବନେଶ୍ୱରରେ ପହଞ୍ଚିଛନ୍ତି ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଉପସ୍ଥିତ ରହି ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ। ପରେ ରାଜଭବନ ପକ୍ଷରୁ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

୩ ତାରିଖରେ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ରହିଛି। ମିଜୋରାମର ପୂର୍ବତନ ରାଜ୍ୟପାଳ ହରିବାବୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି। ହରିବାବୁ ୨୦୨୧ ଜୁଲାଇ ୧୯ରେ ମିଜୋରାମର ରାଜ୍ୟପାଳ ଭାବେ ଶପଥ ନେଇଥିଲେ।

ସୂଚନାଯୋଗ୍ୟ, ଓଡ଼ିଶା ରାଜ୍ୟପାଳ ଥିବା ରଘୁବର ଦାସଙ୍କୁ ନିକଟରେ ହଟାଇ ଦିଆଯାଇଛି। ରଘୁବରଙ୍କୁ ଏପରି ହଠାତ୍‌ କାହିଁକି ରାଜ୍ୟପାଳ ପଦରୁ ହଟାଇ ଦିଆଗଲା ସେନେଇ କେହି ଆଉ ମୁହଁ ଖୋଲିନାହାନ୍ତି। ରଘୁବର ରାଜନୀତି ପ୍ରତି ରୁଚି ରଖୁଥିବା କାରଣରୁ ତାଙ୍କୁ କେନ୍ଦ୍ରରେ କିଛି ବଡ଼ ଦାୟିତ୍ୱ ମିଳିପାରେ ବୋଲି ଭାଜପା ନେତାମାନଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା।

The post ଭୁବନେଶ୍ୱରରେ ପହଞ୍ଚିଲେ ନୂଆ ରାଜ୍ୟପାଳ: ରାଜଭବନ ପକ୍ଷରୁ ଦିଆଗଲା ଗାର୍ଡ ଅଫ୍‌ ଅନର appeared first on Dharitri Odia News.