ଆର୍ଥିକ ନିଅଣ୍ଟ ୫.୧ ପ୍ରତିଶତ ହେବା ଆକଳନ…

ନୂଆଦିଲ୍ଲୀ,୧।୨ : ୨୦୨୪ ପାଇଁ କାମଚଳା ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ ନାହିଁ। ଗତ ୧୦ ବର୍ଷ ମଧ୍ୟରେ ଆୟକର ସଂଗ୍ରହ ତିନି ଗୁଣା ବୃଦ୍ଧି ପାଇଛି। ମୁଁ ଟିକସ ହାର ହ୍ରାସ କରିଛି। ୭ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ କୌଣସି ଟିକସ ପ୍ରଦାନ କରାଯାଏ ନାହିଁ। ୨୦୨୫-୨୬ ସୁଦ୍ଧା ନିଅଣ୍ଟକୁ ଆହୁରି ହ୍ରାସ କରାଯିବ। ଆର୍ଥିକ ନିଅଣ୍ଟ […] The post ଆର୍ଥିକ ନିଅଣ୍ଟ ୫.୧ ପ୍ରତିଶତ ହେବା ଆକଳନ… appeared first on Dharitri Odia News.

ଆର୍ଥିକ ନିଅଣ୍ଟ ୫.୧ ପ୍ରତିଶତ ହେବା ଆକଳନ…

ନୂଆଦିଲ୍ଲୀ,୧।୨ : ୨୦୨୪ ପାଇଁ କାମଚଳା ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି
ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ ନାହିଁ। ଗତ ୧୦ ବର୍ଷ ମଧ୍ୟରେ ଆୟକର ସଂଗ୍ରହ ତିନି ଗୁଣା ବୃଦ୍ଧି ପାଇଛି। ମୁଁ ଟିକସ ହାର ହ୍ରାସ କରିଛି। ୭ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ କୌଣସି ଟିକସ ପ୍ରଦାନ କରାଯାଏ ନାହିଁ।

୨୦୨୫-୨୬ ସୁଦ୍ଧା ନିଅଣ୍ଟକୁ ଆହୁରି ହ୍ରାସ କରାଯିବ। ଆର୍ଥିକ ନିଅଣ୍ଟ ୫.୧ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଏଠାରେ ୪୪.୯୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏବଂ ଆନୁମାନିକ ରାଜସ୍ବ ହେଉଛି ୩୦ ଲକ୍ଷ କୋଟି ଟଙ୍କା ଛୁଇଁଛି। ପ୍ରତିରକ୍ଷା ଖର୍ଚ୍ଚରେ ୧୧.୧ ପ୍ରତିଶତ ବୃଦ୍ଧି, ବର୍ତ୍ତମାନ ଏହା ଜିଡିପିର ୩.୪ ପ୍ରତିଶତ ହେବ ।

 

ସୀତାରମଣ କହିଛନ୍ତି ଏଫଡିଆଇର ଅର୍ଥ ହେଉଛି ପ୍ରଥମ ବିକାଶ ଭାରତ। ୨୦୧୪ ମଧ୍ୟରେ ୫୯୬ ବିଲିୟନ ଡ଼ଲାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ (ଏଫଡିଆଇ) ଆସିଥିଲା। ୨୦୦୫-୨୦୧୪ ରେ ଆସିଥିବା ଏଫଡିଆଇର ଏହା ଦ୍ୱିଗୁଣିତ ଥିଲା। ଆମେ ବିଦେଶୀ ଅଂଶୀଦାରମାନଙ୍କ ସହିତ ଦ୍ୱିପାକ୍ଷିକ ବିନିଯୋଗ ଚୁକ୍ତିରେ ପ୍ରବେଶ କରୁଛୁ।

 

 

The post ଆର୍ଥିକ ନିଅଣ୍ଟ ୫.୧ ପ୍ରତିଶତ ହେବା ଆକଳନ… appeared first on Dharitri Odia News.