ବାରବାଟୀ-କଟକ ନିର୍ବାଚନୀ ମାମଲା ଶେଷ ହେଲା ଉଭୟ ପକ୍ଷର ଯୁକ୍ତି ଉପସ୍ଥାପନ: ୨୫ରେ ପରବର୍ତ୍ତୀ ଶୁଣାଣି
କଟକ,୧୯ା୧(କାର୍ତ୍ତିକ ସାହୁ): ବାରବାଟୀ-କଟକ ନିର୍ବାଚନୀ ମାମଲାରେ ଉଭୟ ପକ୍ଷର ଯୁକ୍ତି ଉପସ୍ଥାପନା ଶେଷ ହୋଇଛି। ଆବେଦନକାରୀ ତଥା ମାମଲାର ପ୍ରଥମ ପକ୍ଷ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଶୁକ୍ରବାର ଶେଷ ହୋଇଛି। ସାମନ୍ତରାୟଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଗତ ୨ ସପ୍ତାହ ଧରି ଚାଲିଥିଲା। ସାମନ୍ତରାୟଙ୍କ ପକ୍ଷରୁ କରାଯାଇଥିବା ଯୁକ୍ତିର ଉତ୍ତର ପ୍ରତିପକ୍ଷ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ଆସନ୍ତା ୨୫ ତାରିଖରେ ପ୍ରଦାନ କରାଯିବାକୁ ଧାର୍ଯ୍ୟ ହୋଇଛି। ଏହା ପୂର୍ବରୁ ବିଧାୟକ ମୋକିମଙ୍କ ପକ୍ଷରୁ […] The post ବାରବାଟୀ-କଟକ ନିର୍ବାଚନୀ ମାମଲା ଶେଷ ହେଲା ଉଭୟ ପକ୍ଷର ଯୁକ୍ତି ଉପସ୍ଥାପନ: ୨୫ରେ ପରବର୍ତ୍ତୀ ଶୁଣାଣି appeared first on Dharitri Odia News.
କଟକ,୧୯ା୧(କାର୍ତ୍ତିକ ସାହୁ): ବାରବାଟୀ-କଟକ ନିର୍ବାଚନୀ ମାମଲାରେ ଉଭୟ ପକ୍ଷର ଯୁକ୍ତି ଉପସ୍ଥାପନା ଶେଷ ହୋଇଛି। ଆବେଦନକାରୀ ତଥା ମାମଲାର ପ୍ରଥମ ପକ୍ଷ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଶୁକ୍ରବାର ଶେଷ ହୋଇଛି। ସାମନ୍ତରାୟଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଗତ ୨ ସପ୍ତାହ ଧରି ଚାଲିଥିଲା। ସାମନ୍ତରାୟଙ୍କ ପକ୍ଷରୁ କରାଯାଇଥିବା ଯୁକ୍ତିର ଉତ୍ତର ପ୍ରତିପକ୍ଷ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ଆସନ୍ତା ୨୫ ତାରିଖରେ ପ୍ରଦାନ କରାଯିବାକୁ ଧାର୍ଯ୍ୟ ହୋଇଛି। ଏହା ପୂର୍ବରୁ ବିଧାୟକ ମୋକିମଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଶେଷ ହୋଇଥିଲା। ହାଇକୋର୍ଟର ବିଚାରପତି ସଙ୍ଗମ କୁମାର ସାହୁ ମାମଲାର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ନିମନ୍ତେ ଆସନ୍ତା ୨୫ ତାରିଖକୁ ଧାର୍ଯ୍ୟ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ବାରବାଟୀ-କଟକ ବିଧାନସଭା ନିର୍ବାଚନୀ ମଣ୍ଡଳୀର ବିଜୟୀ ପ୍ରାର୍ଥୀ କଂଗ୍ରେସ ବିଧାୟକ ମହମ୍ମଦ୍ ମୋକିମ୍ଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ହାଇକୋର୍ଟରେ ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ବିଧାୟକ ମୋକିମ୍ ତାଙ୍କ ସତ୍ୟପାଠରେ ଅନେକ ତଥ୍ୟ ଲୁଚାଇଥିବା ଆବେଦନକାରୀ ସାମନ୍ତରାୟ ଅଭିଯୋଗ କରିଛନ୍ତି। ଆବେଦନକାରୀ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଲନ୍ କାନୁନ୍ଗୋ, ଆଇନଜୀବୀ ଗୋପାଳ ଅଗ୍ରଓ୍ବାଲ, ସିଦ୍ଧାର୍ଥ ଦାସ ଏବଂ ପ୍ରତିପକ୍ଷ ବିଧାୟକ ମୋକିମ୍ଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ଓ ତରଣୀକାନ୍ତ ବିଶ୍ୱାଳ ମାମଲା ପରିଚାଳନା କରୁଛନ୍ତି।
The post ବାରବାଟୀ-କଟକ ନିର୍ବାଚନୀ ମାମଲା ଶେଷ ହେଲା ଉଭୟ ପକ୍ଷର ଯୁକ୍ତି ଉପସ୍ଥାପନ: ୨୫ରେ ପରବର୍ତ୍ତୀ ଶୁଣାଣି appeared first on Dharitri Odia News.