ଡାକ୍ତରଙ୍କୁ ଦୁଷ୍କର୍ମ ପରେ ବିଭତ୍ସ ହତ୍ୟା: ନ୍ୟାୟ ଦାବିରେ ତେଜୁଛି ପ୍ରତିବାଦ
କନକ ବ୍ୟୁରୋ: କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କ ବଡ ନିଷ୍ପତ୍ତି ନେଇଛନ୍ତି । ରବିବାର ସୁଦ୍ଧା ରାଜ୍ୟ ପୁଲିସ ମାମଲାର ତଦନ୍ତ ନସାରିଲେ ସିବିଆଇକୁ ତଦନ୍ତଭାର ଦିଆଯିବ ବୋଲି ମମତା ଆଜି ଘୋଷଣା କରିଛନ୍ତି । ସେପଟେ ନ୍ୟାୟ ଦାବିରେ ସାରାଦେଶରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ କରୁଛନ୍ତି । ଏହି ପ୍ରତିବାଦ ନ୍ୟାୟ ପାଇଁ। ଏହି ପ୍ରତିବାଦ ଦୋଷୀଙ୍କୁ କଠୋର ଶାସ୍ତି ଦେବାକୁ । ଦେଶର ବିଭିନ୍ନ ଘରୋଇ, ଆବାସିକ ହସ୍ପିଟାଲର […] The post ଡାକ୍ତରଙ୍କୁ ଦୁଷ୍କର୍ମ ପରେ ବିଭତ୍ସ ହତ୍ୟା: ନ୍ୟାୟ ଦାବିରେ ତେଜୁଛି ପ୍ରତିବାଦ first appeared on Kanak News.

କନକ ବ୍ୟୁରୋ: କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କ ବଡ ନିଷ୍ପତ୍ତି ନେଇଛନ୍ତି । ରବିବାର ସୁଦ୍ଧା ରାଜ୍ୟ ପୁଲିସ ମାମଲାର ତଦନ୍ତ ନସାରିଲେ ସିବିଆଇକୁ ତଦନ୍ତଭାର ଦିଆଯିବ ବୋଲି ମମତା ଆଜି ଘୋଷଣା କରିଛନ୍ତି । ସେପଟେ ନ୍ୟାୟ ଦାବିରେ ସାରାଦେଶରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ କରୁଛନ୍ତି ।
ଏହି ପ୍ରତିବାଦ ନ୍ୟାୟ ପାଇଁ। ଏହି ପ୍ରତିବାଦ ଦୋଷୀଙ୍କୁ କଠୋର ଶାସ୍ତି ଦେବାକୁ । ଦେଶର ବିଭିନ୍ନ ଘରୋଇ, ଆବାସିକ ହସ୍ପିଟାଲର ଶହଶହ ଡାକ୍ତର ଆଜି କାମ ଛାଡି ଧାରଣାରେ ବସିଛନ୍ତି ।ଗତ ସପ୍ତାହରେ ମହିଳା ଜୁନିୟର ଡାକ୍ତରଙ୍କୁ ଗଣଦୁଷ୍କର୍ମ କରି ବିଭତ୍ସ ହତ୍ୟା କରାଯାଇଥିବା ଘଟଣାକୁ ବିରୋଧ କରାଯାଉଛି । ସୋମବାର ସାରା ଦେଶରେ ବନ୍ଦ ଡାକରା ଦେଇଛି ଜୁନିୟର ଡାକ୍ତର ସଂଘ । ଶହଶହ ଡାକ୍ତର ଆନ୍ଦୋଳନରେ ବସିଥିବାରୁ ଚିକିତ୍ସାସେବା ବାଧାପ୍ରାପ୍ତ ହୋଇଛି । ଫେଡେରେସନ ଅଫ ଅଲ ଇଣ୍ଡିଆ ରେସିଡେଂଟ ଡକ୍ଟର ଆସୋସିଏସନ ସହ ସରକାରୀ ହସ୍ପିଟାଲ,ଏମ୍ସ ରେସିଡେଂଟ ଡାକ୍ତରମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।
ସେପଟେ ଆଇଏମଏ ମାମଲାର ନିରପେକ୍ଷ ଯାଂଚ ପାଇଁ ଦାବି କରିଛି । ଅନ୍ୟପଟେ ଆନ୍ଦୋଳନକୁ ଓହ୍ଲାଇଥିବା ଡାକ୍ତରଙ୍କ ପ୍ରମୁଖ ଦାବି ରହିଛି..
-ମାମଲାର ସିବିଆଇ ତଦନ୍ତ କରାଯାଉ
-ଦୋଷୀକୁ କଠୋର ଶାସ୍ତି ମିଳୁ
-ମୃତ ଡାକ୍ତରଙ୍କ ପରିବାରକୁ ଅନୁକମ୍ପା ସାହାଯ୍ୟ ରାଶି ଦିଆଯାଉ
-ଡାକ୍ତରଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉ
ମାମଲାରେ କୋଲକାତାର ମେଡିକାଲ କଲେଜ ଅଧ୍ୟକ୍ଷ ଇସ୍ତଫା ଦେଇଛନ୍ତି ସେପଟେ କଲେଜ ସୁପରିଟେଣ୍ଡଙ୍କୁ ରାତାରାତି ହଟାଯାଇଛି । ମାମଲାରେ ଜେରା ପାଇଁ ୩ଜଣ ଡାକ୍ତରଙ୍କୁ ସମନ ମଧ୍ୟ ପଠାଇଛି କୋଲାକାତା ପୁଲିସ । ସେପଟେ ମୁଖ୍ୟ ଅଭିଯୁକ୍ତ ସଂଜୟ ରୟକୁ ଘରୁ ଗିରଫ କରିଛି ପୁଲିସ । ସଂଜୟ ହସ୍ପିଟାଲର କର୍ମଚାରୀ ହୋଇନଥିଲେ ବି ଭଲ୍ୟୁଟାରୀ ଭାବେ କାମ କରୁଥିଲା ।ଏପରିକି ୩ଜଣ ସ୍ତ୍ରୀକୁ ଛାଡିବା ପରେ ନିକଟରେ ୪ର୍ଥର ପାଇଁ ବାହାହୋଇଥିଲା ।ତେବେ ହତ୍ୟାର କେବଳ ୬ଘଂଟା ପରେ ଅପରାଧୀକୁ କାବୁ କରିପାରିଛି ପୁଲିସ ।
ଡାକ୍ତରଙ୍କ ହତ୍ୟା ମାମଲା କ୍ରମଶ ରାଜନୈତିକ ମୋଡ ନେଉଛି । ମମତା ସରକାରଙ୍କୁ ସମାଲୋଚନା କରିବା ସହ ରାଜ୍ୟରେ ଅପରାଧ ବଢ଼ୁଥିବା ଦର୍ଶାଇ ପ୍ରଶ୍ନ କରୁଛି ବିଜେପି
ଗତ ସପ୍ତାହରେ ହସ୍ପିଟାଲ ବିଲଡିଂରୁ ଡାକ୍ତରଙ୍କୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା ।ନାଇଟ ଡ୍ୟୁଟି ପରେ ବିଶ୍ରାମ ନେଉଥିବା ସମୟରେ ଅଭିଯୁକ୍ତ ଦୁଷ୍କର୍ମ ପରି ବିଭତ୍ସ ହତ୍ୟା କରି ଫେରାର ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ।
The post ଡାକ୍ତରଙ୍କୁ ଦୁଷ୍କର୍ମ ପରେ ବିଭତ୍ସ ହତ୍ୟା: ନ୍ୟାୟ ଦାବିରେ ତେଜୁଛି ପ୍ରତିବାଦ first appeared on Kanak News.