ଆଳୁ ସହ ଟେନସନ ବଢ଼ାଇଲାଣି ଅଣ୍ଡା ଦର: ଗୋଟାକୁ ଟପିଲାଣି ୮ଟଙ୍କା
କନକ ବ୍ୟୁରୋ: ବଜାରରେ ହୁ ହୁ ହୋଇ ବଢ଼ୁଥିବା ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଏବେ ଖାଉଟିଙ୍କୁ ଚିନ୍ତାରେ ପକାଇଛି। ଗତ କିଛି ଦିନ ହେଲା ଆଳୁ ଦରରେ ବ୍ରେକ ଲାଗୁନଥିବା ବେଳେ ଏବେ ଅଣ୍ଡା ଦର ଆକାଶଛୁଆଁ ହୋଇଛି। ପ୍ରଥମେ ଆଳୁ, ଏବେ ଅଣ୍ଡା । ଉଭୟ ହେଉଛି ମଧ୍ୟବର୍ଗୀୟଙ୍କ ପାଇଁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ। ମହଙ୍ଗା ଆଳୁ ଦରରୁ ଆଶ୍ବସ୍ତି ମିଳିନଥିବା ବେଳେ ଏବେ ଅଣ୍ଡା ଦରକୁ ନେଇ ଚିନ୍ତାରେ ଖାଉଟି । ଯେଉଁଠି ୫ରୁ ୬ ଟଙ୍କା ମଧ୍ୟରେ ଅଣ୍ଡା ମିଳୁଥିଲା। ତାହା ଏବେ ବଢ଼ି ୭ରୁ ୮ ଟଙ୍କାରେ ପହଞ୍ଚିଛି । ଯାହା ଖାଉଟିଙ୍କୁ ଖୁବ ବାଧୁଛି । ହୋଲସେଲ ଅଣ୍ଡା ପେଟିର ଦାମ ୧୩୫୦ରୁ ୧୪୦୦ ଟଙ୍କା ରହିଛିଖୁଚୁରା ବଜାରରେ ପ୍ରତି ଅଣ୍ଡା ପିଛା ଦାମ ୭ରୁ ୮ ଟଙ୍କାଅନେକ ଜାଗାରେ ମନଇଚ୍ଛା ୯ ଟଙ୍କାରେ ବିକ୍ରି କରୁଛନ୍ତି ଦୋକାନୀ ଆମିଷ ଖାଇବାକୁ ଇଚ୍ଛୁକ ଗ୍ରାହକଟି ଯେତେବେଳେ ମଟନ, ଚିକେନ, ମାଛ ଖାଇପାରୁନି। ସେତେବେଳେ ଅଣ୍ଡା ଖାଇ ଏହାର ଭରଣା କରିଥାନ୍ତି। ହେଲେ ହଠାତ୍ ବଜାରରେ ଅଣ୍ଡା ଦର ବୃଦ୍ଧି ଯୋଗୁଁ ନା କେବଳ ଗ୍ରାହକ ବରଂ ବ୍ୟବସାୟୀ ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି। ବ୍ୟବସାୟୀଙ୍କ କହିବା ଅନୁସାରେ, କୁକୁଡ଼ା ଦାନା ଦର ବୃଦ୍ଧି ଯୋଗୁଁ ଏହାର ପ୍ରଭାବ ଅଣ୍ଡା ଉପରେ ପଡ଼ୁଛି। ସେପଟେ ପରିବହନ ଖର୍ଚ୍ଚ ମଧ୍ୟ ଆଉ ଏକ କାରଣ । ଗୋଟିଏ ପଟେ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ମନ୍ତ୍ରୀଙ୍କ ପାଖରେ ଦର ବୃଦ୍ଧି ନେଇ କୌଣସି ଖବର ନାହିଁ । ମନ୍ତ୍ରୀ କହି

କନକ ବ୍ୟୁରୋ: ବଜାରରେ ହୁ ହୁ ହୋଇ ବଢ଼ୁଥିବା ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଏବେ ଖାଉଟିଙ୍କୁ ଚିନ୍ତାରେ ପକାଇଛି। ଗତ କିଛି ଦିନ ହେଲା ଆଳୁ ଦରରେ ବ୍ରେକ ଲାଗୁନଥିବା ବେଳେ ଏବେ ଅଣ୍ଡା ଦର ଆକାଶଛୁଆଁ ହୋଇଛି।
ପ୍ରଥମେ ଆଳୁ, ଏବେ ଅଣ୍ଡା । ଉଭୟ ହେଉଛି ମଧ୍ୟବର୍ଗୀୟଙ୍କ ପାଇଁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ। ମହଙ୍ଗା ଆଳୁ ଦରରୁ ଆଶ୍ବସ୍ତି ମିଳିନଥିବା ବେଳେ ଏବେ ଅଣ୍ଡା ଦରକୁ ନେଇ ଚିନ୍ତାରେ ଖାଉଟି । ଯେଉଁଠି ୫ରୁ ୬ ଟଙ୍କା ମଧ୍ୟରେ ଅଣ୍ଡା ମିଳୁଥିଲା। ତାହା ଏବେ ବଢ଼ି ୭ରୁ ୮ ଟଙ୍କାରେ ପହଞ୍ଚିଛି । ଯାହା ଖାଉଟିଙ୍କୁ ଖୁବ ବାଧୁଛି ।
ହୋଲସେଲ ଅଣ୍ଡା ପେଟିର ଦାମ ୧୩୫୦ରୁ ୧୪୦୦ ଟଙ୍କା ରହିଛି
ଖୁଚୁରା ବଜାରରେ ପ୍ରତି ଅଣ୍ଡା ପିଛା ଦାମ ୭ରୁ ୮ ଟଙ୍କା
ଅନେକ ଜାଗାରେ ମନଇଚ୍ଛା ୯ ଟଙ୍କାରେ ବିକ୍ରି କରୁଛନ୍ତି ଦୋକାନୀ
ଆମିଷ ଖାଇବାକୁ ଇଚ୍ଛୁକ ଗ୍ରାହକଟି ଯେତେବେଳେ ମଟନ, ଚିକେନ, ମାଛ ଖାଇପାରୁନି। ସେତେବେଳେ ଅଣ୍ଡା ଖାଇ ଏହାର ଭରଣା କରିଥାନ୍ତି। ହେଲେ ହଠାତ୍ ବଜାରରେ ଅଣ୍ଡା ଦର ବୃଦ୍ଧି ଯୋଗୁଁ ନା କେବଳ ଗ୍ରାହକ ବରଂ ବ୍ୟବସାୟୀ ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି। ବ୍ୟବସାୟୀଙ୍କ କହିବା ଅନୁସାରେ, କୁକୁଡ଼ା ଦାନା ଦର ବୃଦ୍ଧି ଯୋଗୁଁ ଏହାର ପ୍ରଭାବ ଅଣ୍ଡା ଉପରେ ପଡ଼ୁଛି। ସେପଟେ ପରିବହନ ଖର୍ଚ୍ଚ ମଧ୍ୟ ଆଉ ଏକ କାରଣ ।
ଗୋଟିଏ ପଟେ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ମନ୍ତ୍ରୀଙ୍କ ପାଖରେ ଦର ବୃଦ୍ଧି ନେଇ କୌଣସି ଖବର ନାହିଁ । ମନ୍ତ୍ରୀ କହିଛନ୍ତି, ଆନ୍ଧ୍ରରେ ନୂଆ ରୋଗ ଯୋଗୁଁ ପର୍ୟ୍ୟାପ୍ତ ପରିମାଣର ଅଣ୍ଡା ଆସିପାରୁନାହିଁ । ଯାହାର ପ୍ରଭାବ ଓଡ଼ିଶା ବଜାରରେ ପଢ଼ୁଛି । ଏପରିକି ଓଡ଼ିଶା ଅଣ୍ଡା ଉପରେ ପଶ୍ଚିମବଙ୍ଗ ନିର୍ଭର କରୁଛି । ତେଣୁ ଆନ୍ଧ୍ରରୁ ଅଣ୍ଡା ଆସିପାରୁନଥିବାରୁ ଓଡ଼ିଶା ଅଣ୍ଡା ପଶ୍ଚିମବଙ୍ଗ ପଳାଉଛି।
ମୁଣ୍ଡ ଟେକିଥିବା ଅଣ୍ଡା ଦର ସମସ୍ୟା ସମାଧାନ ହେବ, ନା ଖାଉଟି ହନ୍ତସନ୍ତ ହେବେ, ନା ମନ୍ତ୍ରୀ ଖାଉଟିଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବେ, ତା’ ଉପରେ ରହିଛି ନଜର।