ଚାଷୀଙ୍କ ଆର୍ଥିକ ମେରୁଦଣ୍ଡରେ ଦୈବୀ ପ୍ରହାର: ପାଣିଘେରରୁ ଉଦ୍ଧାର ହୋଇନି ଧାନ, ଶୁଖିନି ବାଦାମ ବିଲ
କନକ ବ୍ୟୁରୋ: କଣାସରେ କୁତ୍ରିମ ବନ୍ୟାର ଭ୍ରମ ସୃଷ୍ଟି କରିଛି ଅଦିନିଆ ବର୍ଷା। ହଜାର ହଜାର ଏକର ବାଦାମ ବିଲରେ ଲହଡି ମାରୁଛି ବର୍ଷା ପାଣି। ବରୁଣେଇ ଓ ବାଜପୁର ଅଞ୍ଚଳରେ ନଷ୍ଟ ହୋଇଛି ଵାଦାମ ଫସଲ। ଚାଷ ପାଇଁ ସରକାରୀ ବିହନ ମିଳିଲା ନାହିଁ, ହାତ ଉଦ୍ଧାରି କରି ଚାଷ କରିଥିଲେ। ଗଛ ଗୁଡ଼ିକ ଛୋଟ ଛୋଟ ହୋଇଥିବା ବେଳେ ବିଲରେ ପାଣି ଦେଖି ଭାଙ୍ଗି ପଡ଼ିଛନ୍ତି ୪ଟି ପଞ୍ଚାୟତର ଚାଷୀ। ବର୍ଷା କମିବା ପରେ ଏବେ ବିଲରେ ଓଦା ହୋଇଥିବା ଧାନ ଫସଲ ଗୋଟାଉଛି ଚାଷୀ। କିଏ ଓଦା ଧାନକୁ ହିଡ଼ ମୁଣ୍ଡରେ ଗଦା କରୁଛି ତ ଆଉ କିଏ ଗଦାରୁ ପାଳକୁ ହଟାଇ ଧାନ ଶୁଖାଉଛି। ଗଞ୍ଜାମ ଆସିକା ବ୍ଳକ ଧନିଜା ଗାଁରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି। ଏପର୍ୟ୍ୟନ୍ତ ସରକାରୀ ଅଧିକାରୀ ମାନେ ଗ୍ରାଉଣ୍ଡରେ ନପହଁଚିବା କାରଣରୁ ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି। ସେପଟେ ପାଣିପାଗ ବିଭାଗ କହୁଛି, ଆସୁଛି ଆଉ ଏକ ଲଘୁଚାପ । ୨୦ ତାରିଖରୁ ପୁଣି ବର୍ଷାର ସମ୍ଭାବନା ରହିଛି। ଯାହା ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି।ଗତ ବର୍ଷା ଅସ୍ତରଙ୍ଗ ଏବଂ କାକଟପୁର ଅଞ୍ଚଳର ହଜାର ହଜାର ଚାଷୀଙ୍କ ଭାତହାଣ୍ଡି ଛଡାଇ ନେଇଛି। ଅମଳକ୍ଷମ ଧାନ ପାଣିରେ ଭାସୁଥିବା ବେଳେ ପାଣିରୁ ପରିଶ୍ରମର ମୂଲକୁ ଛାଣୁଛନ୍ତି ଚାଷୀ।

କନକ ବ୍ୟୁରୋ: କଣାସରେ କୁତ୍ରିମ ବନ୍ୟାର ଭ୍ରମ ସୃଷ୍ଟି କରିଛି ଅଦିନିଆ ବର୍ଷା। ହଜାର ହଜାର ଏକର ବାଦାମ ବିଲରେ ଲହଡି ମାରୁଛି ବର୍ଷା ପାଣି। ବରୁଣେଇ ଓ ବାଜପୁର ଅଞ୍ଚଳରେ ନଷ୍ଟ ହୋଇଛି ଵାଦାମ ଫସଲ। ଚାଷ ପାଇଁ ସରକାରୀ ବିହନ ମିଳିଲା ନାହିଁ, ହାତ ଉଦ୍ଧାରି କରି ଚାଷ କରିଥିଲେ। ଗଛ ଗୁଡ଼ିକ ଛୋଟ ଛୋଟ ହୋଇଥିବା ବେଳେ ବିଲରେ ପାଣି ଦେଖି ଭାଙ୍ଗି ପଡ଼ିଛନ୍ତି ୪ଟି ପଞ୍ଚାୟତର ଚାଷୀ।
ବର୍ଷା କମିବା ପରେ ଏବେ ବିଲରେ ଓଦା ହୋଇଥିବା ଧାନ ଫସଲ ଗୋଟାଉଛି ଚାଷୀ। କିଏ ଓଦା ଧାନକୁ ହିଡ଼ ମୁଣ୍ଡରେ ଗଦା କରୁଛି ତ ଆଉ କିଏ ଗଦାରୁ ପାଳକୁ ହଟାଇ ଧାନ ଶୁଖାଉଛି। ଗଞ୍ଜାମ ଆସିକା ବ୍ଳକ ଧନିଜା ଗାଁରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି। ଏପର୍ୟ୍ୟନ୍ତ ସରକାରୀ ଅଧିକାରୀ ମାନେ ଗ୍ରାଉଣ୍ଡରେ ନପହଁଚିବା କାରଣରୁ ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି।
ସେପଟେ ପାଣିପାଗ ବିଭାଗ କହୁଛି, ଆସୁଛି ଆଉ ଏକ ଲଘୁଚାପ । ୨୦ ତାରିଖରୁ ପୁଣି ବର୍ଷାର ସମ୍ଭାବନା ରହିଛି। ଯାହା ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି।ଗତ ବର୍ଷା ଅସ୍ତରଙ୍ଗ ଏବଂ କାକଟପୁର ଅଞ୍ଚଳର ହଜାର ହଜାର ଚାଷୀଙ୍କ ଭାତହାଣ୍ଡି ଛଡାଇ ନେଇଛି। ଅମଳକ୍ଷମ ଧାନ ପାଣିରେ ଭାସୁଥିବା ବେଳେ ପାଣିରୁ ପରିଶ୍ରମର ମୂଲକୁ ଛାଣୁଛନ୍ତି ଚାଷୀ।