ଗୋ ସମାବେଶ, ଓମଫେଡ଼କୁ ବିପଣନ ସହାୟତା ଏବଂ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମ:ଆଭାସୀରେ ଉଦଘାଟନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ:ଆଜି ରାଇରଙ୍ଗପୁର ମହତାବ ଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋ ସମାବେଶ, ଓମଫେଡ଼କୁ ବିପଣନ ସହାୟତା ଏବଂ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶୁଭାରମ୍ଭ କରିଛନ୍ତି। ଦୁଗ୍ଧ ହେଉଛି ଜୀବନୀ ଶକ୍ତିର ଉତ୍ସ ଏବଂ ଗୋ-ସେବା ଆମ ସଂସ୍କୃତିର ବହୁ ପୁରାତନ ପରମ୍ପରା। ରାଜ୍ୟରେ ଗୋ ସମ୍ପଦର ବିକାଶ ପାଇଁ ରାଜ୍ୟ ସରକାର କରିଥିବା କାମଧେନୁ ଯୋଜନା ଆରମ୍ଭ କରାଯାଇଛି। ଏଥିରେ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ଶଙ୍କର ଜାତୀୟ […]

ନୂଆଦିଲ୍ଲୀ:ଆଜି ରାଇରଙ୍ଗପୁର ମହତାବ ଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋ ସମାବେଶ, ଓମଫେଡ଼କୁ ବିପଣନ ସହାୟତା ଏବଂ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶୁଭାରମ୍ଭ କରିଛନ୍ତି।
ଦୁଗ୍ଧ ହେଉଛି ଜୀବନୀ ଶକ୍ତିର ଉତ୍ସ ଏବଂ ଗୋ-ସେବା ଆମ ସଂସ୍କୃତିର ବହୁ ପୁରାତନ ପରମ୍ପରା। ରାଜ୍ୟରେ ଗୋ ସମ୍ପଦର ବିକାଶ ପାଇଁ ରାଜ୍ୟ ସରକାର କରିଥିବା କାମଧେନୁ ଯୋଜନା ଆରମ୍ଭ କରାଯାଇଛି। ଏଥିରେ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ଶଙ୍କର ଜାତୀୟ ଗାଈ ତଥା ଦେଶୀୟ ପ୍ରଜାତିର ଗୀର ଓ ସହିୱାଲ ଆଦି ପ୍ରଜାତି ଗାଈ ପାଳନ ପାଇଁ ୭୦ ପ୍ରତିଶତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହା ସହିତ ଗାଈ, ମଇଁଷିଙ୍କ ବୀମା କରାଯାଇ ଗୋପାଳକମାନଙ୍କୁ ଆର୍ଥିକ ସୁରକ୍ଷା ଦିଆଯାଉଛି। ଏଥିରେ ବୀମା ପ୍ରିମିୟମ ରାଶିର ୮୫% ରାଜ୍ୟ ସରକାର ବହନ କରୁଛନ୍ତି।
ଏନ.ଡି.ଡି.ବି ଆନୁକୂଲ୍ୟରେ ରାଷ୍ଟ୍ରୀୟ ଗୋକୁଳ ମିଶନ କାର୍ଯ୍ୟକ୍ରମ ଅଧିନସ୍ଥ ପି.ଇ.ଏସ. ଯୋଜନା ମାଧ୍ୟମରେ ମୟୁରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକକୁ ସମୁଦାୟ ୩୦୦୦ଟି ଉନ୍ନତ ମାନର ଦୁଧିଆଳୀ ଗାଈ ହିତାଧିକାରୀମାନଙ୍କୁ ଯୋଗାଇଦେବା ନିମନ୍ତେ ବ୍ୟବସ୍ଥା ହୋଇଛି ଏବଂ ସେଥିମଧ୍ୟରୁ ରାଇରଙ୍ଗପୁର ସବଡିଭିଜନ ପାଇଁ ୧୦୦୦ଜଣ ହିତାଧିକାରୀଙ୍କୁ ଗୋଟିଏ ଲେଖାଏଁ ଗାଈ ଯୋଗାଇ ଦିଆଯିବ। ଏହାର ମୂଳ ଲକ୍ଷ୍ୟ ହେଉଛି ଗାଈ ପ୍ରଜାତିର ଆନୁବଂଶିକ ଉନ୍ନତି କରିବା, ଯଦ୍ୱାରା ଦୁଗ୍ଧ ଚାଷୀମାନେ ଉନ୍ନତ ମାନର କ୍ଷୀର ଉତ୍ପାଦକ ଗାଈ ଠାରୁ ଅଧିକ କ୍ଷୀର ଉତ୍ପାଦନ କରି ସ୍ୱାବଲମ୍ବୀ ହେବା ସହିତ ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ଏବଂ ସେମାନଙ୍କ ଜୀବନ ଶୈଳୀରେ ଉନ୍ନତି ଘଟିବ।
ଗିଫ୍ଟ ମିଲ୍କ ଯୋଜନାରେ ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ ୧୯ଟି ସରକାରୀ ବିଦ୍ୟାଳୟର ୧୧୮୪ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପୋଷଣ ତଥା ମାନସିକ ଓ ଶାରୀରିକ ବିକାଶ ନିମନ୍ତେ ମଧ୍ୟାହ୍ନ ଭୋଜନରେ ୨୦୦ ମି.ଲିର ଭିଟାମିନ ଏ ଓ ଡ଼ି ମିଶ୍ରିତ ପୁଷ୍ଟିଯୁକ୍ତ କ୍ଷୀର ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।