ଦୁର୍ଘଟଣାରେ ନେଲା ଡିଏସ୍‌ପିଙ୍କ ଜୀବନ

ଯାଜପୁର:ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍‌ ଧକ୍କାରେ ଡିଏସ୍‌ପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ଡିଏସ୍‌ପି ବଳରାମ ନାୟକଙ୍କ ମୃତ୍ୟୁ ହୋଇଛି।। ଡିଏସ୍‌ପି ଶ୍ରୀ ନାୟକ କେନ୍ଦୁଝର ଜିଲ୍ଲା ଘଟଗାଁସ୍ଥିତ ତାଙ୍କ ଘରୁ ଯାଜପୁର ଆସୁଥିଲେ। ସେ ଏକ କାର୍ଯ୍ୟକ୍ରମରେ ସନ୍ଧ୍ୟାରେ ଯୋଗ ଦେଇଥାନ୍ତେ। ସୂଚନା‌ ଅନୁସାରେ ଡିଏସ୍‌ପି ବଳରାମ ନାୟକ ଆଜି ଅପରାହ୍ଣରେ ଘଟଗାଁସ୍ଥିତ ନିଜର ଘରୁ ଜଣେ ସଂପର୍କୀୟଙ୍କ […]

ଦୁର୍ଘଟଣାରେ ନେଲା ଡିଏସ୍‌ପିଙ୍କ ଜୀବନ

ଯାଜପୁର:ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍‌ ଧକ୍କାରେ ଡିଏସ୍‌ପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ଡିଏସ୍‌ପି ବଳରାମ ନାୟକଙ୍କ ମୃତ୍ୟୁ ହୋଇଛି।। ଡିଏସ୍‌ପି ଶ୍ରୀ ନାୟକ କେନ୍ଦୁଝର ଜିଲ୍ଲା ଘଟଗାଁସ୍ଥିତ ତାଙ୍କ ଘରୁ ଯାଜପୁର ଆସୁଥିଲେ। ସେ ଏକ କାର୍ଯ୍ୟକ୍ରମରେ ସନ୍ଧ୍ୟାରେ ଯୋଗ ଦେଇଥାନ୍ତେ।
ସୂଚନା‌ ଅନୁସାରେ ଡିଏସ୍‌ପି ବଳରାମ ନାୟକ ଆଜି ଅପରାହ୍ଣରେ ଘଟଗାଁସ୍ଥିତ ନିଜର ଘରୁ ଜଣେ ସଂପର୍କୀୟଙ୍କ ସହିତ ଯାଜପୁର ଯାଉଥିଲେ। ପାଣିକୋଇଲି ଥାନା କୃପାଳୁ ରାଇସ ମିଲ ନିକଟରେ ତାଙ୍କ କାରକୁ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ କାର୍‌ରେ ଥିବା ୨ ଜଣ ଗୁରୁତର ହୋଇଥିଲେ। ଉଭୟଙ୍କୁ ସେଠାରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।