ଜର୍ମାନୀରେ ଗଞ୍ଜେଇ ରଖିବା ବୈଧ

ବର୍ଲିନ୍‌,୨୪।୨: ଗଞ୍ଜେଇ ନିୟମ କୋହଳ କରିବା ପାଇଁ ସରକାରଙ୍କ ଯୋଜନାକୁ ଜର୍ମାନ ପାର୍ଲାମେଣ୍ଟ ଶୁକ୍ରବାର ଅନୁମୋଦନ କରିଛି। ଫଳରେ ସେଠାର ଜନସାଧାରଣ ବ୍ୟକ୍ତିଗତ ବ୍ୟବହାର ପାଇଁ ସୀମିତ ପରିମାଣର ଗଞ୍ଜେଇ ନିଜ ପାଖରେ ରଖିପାରିବେ, ଯାହାକୁ ଅପରାଧ ବିବେଚନା କରାଯିବ ନାହିଁ। ସେହିପରି ‘ଗଞ୍ଜେଇ କ୍ଲବ୍‌’ର ସଦସ୍ୟମାନଙ୍କୁ ମନୋରଞ୍ଜନ ଉଦ୍ଦେଶ୍ୟରେ ଗଞ୍ଜେଇ କିଣିବାକୁ ଅନୁମତି ମିଳିବ। ଗଞ୍ଜେଇର ବୈଧୀକରଣ ପାଇଁ ଜର୍ମାନ ଚାନ୍‌ସେଲର ଓଲାଫ୍‌ ସ୍କୋଲ୍‌ଜଙ୍କ ସରକାର ଆଣିଥିବା ପ୍ରସ୍ତାବକୁ ପାର୍ଲାମେଣ୍ଟର ନିମ୍ନ ସଦନ ସମର୍ଥନ ଜଣାଇଛି। […] The post ଜର୍ମାନୀରେ ଗଞ୍ଜେଇ ରଖିବା ବୈଧ appeared first on Dharitri Odia News.

ଜର୍ମାନୀରେ ଗଞ୍ଜେଇ ରଖିବା ବୈଧ

ବର୍ଲିନ୍‌,୨୪।୨: ଗଞ୍ଜେଇ ନିୟମ କୋହଳ କରିବା ପାଇଁ ସରକାରଙ୍କ ଯୋଜନାକୁ ଜର୍ମାନ ପାର୍ଲାମେଣ୍ଟ ଶୁକ୍ରବାର ଅନୁମୋଦନ କରିଛି। ଫଳରେ ସେଠାର ଜନସାଧାରଣ ବ୍ୟକ୍ତିଗତ ବ୍ୟବହାର ପାଇଁ ସୀମିତ ପରିମାଣର ଗଞ୍ଜେଇ ନିଜ ପାଖରେ ରଖିପାରିବେ, ଯାହାକୁ ଅପରାଧ ବିବେଚନା କରାଯିବ ନାହିଁ। ସେହିପରି ‘ଗଞ୍ଜେଇ କ୍ଲବ୍‌’ର ସଦସ୍ୟମାନଙ୍କୁ ମନୋରଞ୍ଜନ ଉଦ୍ଦେଶ୍ୟରେ ଗଞ୍ଜେଇ କିଣିବାକୁ ଅନୁମତି ମିଳିବ। ଗଞ୍ଜେଇର ବୈଧୀକରଣ ପାଇଁ ଜର୍ମାନ ଚାନ୍‌ସେଲର ଓଲାଫ୍‌ ସ୍କୋଲ୍‌ଜଙ୍କ ସରକାର ଆଣିଥିବା ପ୍ରସ୍ତାବକୁ ପାର୍ଲାମେଣ୍ଟର ନିମ୍ନ ସଦନ ସମର୍ଥନ ଜଣାଇଛି। ପ୍ରସ୍ତାବ ସପକ୍ଷରେ ୪୦୭ ଭୋଟ ମିଳିଥିବାବେଳେ ବିରୋଧରେ ୨୨୬ ଭୋଟ ପଡ଼ିଥିଲା। ୪ ଜଣ ସଦସ୍ୟ ଅନୁପସ୍ଥିତ ରହିଥିଲେ। ଗଞ୍ଜେଇର କଳାବଜାରୀ ରୋକିବା ଏବଂ ଯୁବବର୍ଗଙ୍କୁ ସୁରକ୍ଷା ଦେବା ଲକ୍ଷ୍ୟରେ ସରକାର ଏହି ପ୍ରସ୍ତାବ ଆଣିଥିବା ସ୍ବାସ୍ଥ୍ୟମନ୍ତ୍ରୀ କାର୍ଲ ଲୌଟେରବାଚ୍‌ କହିଛନ୍ତି।

The post ଜର୍ମାନୀରେ ଗଞ୍ଜେଇ ରଖିବା ବୈଧ appeared first on Dharitri Odia News.