ଘର ତାଲା ଖୋଲି ସୁନା-ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହିଞ୍ଜିଳିକାଟୁ, ୨୨।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମଠପଦର ସାହିରେ ଜଣଙ୍କ ଘରର ଚାବି ଖୋଲି ଦୁର୍ବୃତ୍ତ ଆଲମାରୀରୁ ସୁନା ଅଳଙ୍କାର ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀକୁ ଲୁଟ କରିଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ହିଞ୍ଜିଳି ମଠପଦର ସାହିର ସୁଷମା ପଣ୍ଡା ପୂର୍ବାହ୍ନରେ ଘରର ତାଲା ପକାଇ ଉକ୍ତ ଚାବିକାଠିକୁ ଘର ସାମନାରେ ଏକ ସ୍ଥାନରେ ରଖି ମୂଲ ମଜୁରୀ କାମ ପାଇଁ ଚାଲିଯାଇଥିଲେ। କାମରୁ ଫେରିବା ପରେ ସେ ଘର ଭିତରେ ଆଲମାରୀରୁ […] The post ଘର ତାଲା ଖୋଲି ସୁନା-ଟଙ୍କା ଲୁଟିନେଲେ ଦୁର୍ବୃତ୍ତ appeared first on Dharitri Odia News.

ଘର ତାଲା ଖୋଲି ସୁନା-ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହିଞ୍ଜିଳିକାଟୁ, ୨୨।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମଠପଦର ସାହିରେ ଜଣଙ୍କ ଘରର ଚାବି ଖୋଲି ଦୁର୍ବୃତ୍ତ ଆଲମାରୀରୁ ସୁନା ଅଳଙ୍କାର ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀକୁ ଲୁଟ କରିଥିବା ଅଭିଯୋଗ ହୋଇଛି।
ପ୍ରକାଶ ଯେ, ହିଞ୍ଜିଳି ମଠପଦର ସାହିର ସୁଷମା ପଣ୍ଡା ପୂର୍ବାହ୍ନରେ ଘରର ତାଲା ପକାଇ ଉକ୍ତ ଚାବିକାଠିକୁ ଘର ସାମନାରେ ଏକ ସ୍ଥାନରେ ରଖି ମୂଲ ମଜୁରୀ କାମ ପାଇଁ ଚାଲିଯାଇଥିଲେ। କାମରୁ ଫେରିବା ପରେ ସେ ଘର ଭିତରେ ଆଲମାରୀରୁ କେହି ପ୍ରାୟ ତିନି ତୋଳା ଓଜନର ସୁନା ନାନୁ ମାଳି, କାନ ଫୁଲ, ମୁଦି ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀକୁ ନେଇଯାଇଥିବା ଜାଣିବା ପରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଘର ସାମନାରେ ଚାବିକାଠି ରଖିବା ବେଳେ କେହି ଜାଣି ଏପରି କରିଥିବା ସନ୍ଦେହ କରାଯାଉଛି। ଥାନାରେ ନଂ ୧୦୩୬/୨୪ରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି।

The post ଘର ତାଲା ଖୋଲି ସୁନା-ଟଙ୍କା ଲୁଟିନେଲେ ଦୁର୍ବୃତ୍ତ appeared first on Dharitri Odia News.