ସଙ୍ଗଠନ ମଜଭୁତ କରିବାକୁ ନବୀନଙ୍କ ଗୁରୁମନ୍ତ୍ର
ଭୁବନେଶ୍ୱର, ୨୯। ୯(ଅନୀଲ ଦାସ): ନୟାଗଡ଼ ଜିଲା ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀ ଶନିବାର ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ଜିଲାର କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସଙ୍ଗଠନ ବିଷୟରେ ସିଧାସଳଖ ଆଲୋଚନା କରିଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକ ଉଦ୍ବୋଧନ ଦେଇ କହିଛନ୍ତି ଯେ, ବିଜେଡି ସରକାର ସମୟରେ ଓଡ଼ିଶାର ବହୁତ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି। ଆପଣମାନେ ଆଗାମୀ ଦିନରେ […] The post ସଙ୍ଗଠନ ମଜଭୁତ କରିବାକୁ ନବୀନଙ୍କ ଗୁରୁମନ୍ତ୍ର appeared first on Dharitri Odia News.
ଭୁବନେଶ୍ୱର, ୨୯। ୯(ଅନୀଲ ଦାସ): ନୟାଗଡ଼ ଜିଲା ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀ ଶନିବାର ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ଜିଲାର କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସଙ୍ଗଠନ ବିଷୟରେ ସିଧାସଳଖ ଆଲୋଚନା କରିଛନ୍ତି।
ଦଳର ସଭାପତି ନବୀନ ପଟ୍ଟନାୟକ ଉଦ୍ବୋଧନ ଦେଇ କହିଛନ୍ତି ଯେ, ବିଜେଡି ସରକାର ସମୟରେ ଓଡ଼ିଶାର ବହୁତ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି। ଆପଣମାନେ ଆଗାମୀ ଦିନରେ ପରିଶ୍ରମ କରି ଲୋକଙ୍କ ନିକଟକୁ ଯାଇ ସେବା କରନ୍ତୁ। ନିଶ୍ଚିତ ଭାବେ ଓଡ଼ିଶାବାସୀ ପୁଣି ସେବା କରିବାର ସୁଯୋଗ ଆମକୁ ଦେବେ। ରାଜ୍ୟରେ ଭାଜପା ସରକାରର ଭ୍ରଷ୍ଟାଚାର ଓ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି। ମିଛ କହି ଲୋକଙ୍କ ଠାରୁ ଭୋଟ ନେଇଥିବା ଭାଜପା ଏବେ କେବଳ ଲୋକଙ୍କୁ ପ୍ରତାରଣା ଦେଇ ଚାଲିଛି। ଆପଣମାନେ ଏକତ୍ରିତ ହୋଇ ଏ ସରକାର ଓ ଦୁର୍ନୀତି ବିରୋଧରେ ଲଢ଼େଇ ଜାରି ରଖନ୍ତୁ ।
ମୁଁ ଆପଣମାନଙ୍କ ସହ ସର୍ବଦା ରହିଛି। ବର୍ଷା ପରେ ନୟାଗଡ଼ ଜିଲାକୁ ଯାଇ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିବି ବୋଲି ନବୀନ କହିଛନ୍ତି। ଏହି ସଭାରେ ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିଲେ। ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ ସାହୁ, ଦଶପଲ୍ଲା ବିଧାୟକ ରମେଶ ବେହେରା, ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଭାପୁର ବ୍ଲକର ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଓ ଜିଲାର ନେତୃବର୍ଗ ଯୋଗଦେଇଥିଲେ।
The post ସଙ୍ଗଠନ ମଜଭୁତ କରିବାକୁ ନବୀନଙ୍କ ଗୁରୁମନ୍ତ୍ର appeared first on Dharitri Odia News.