୪୫ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ପୋଲାଣ୍ଡରେ ମୋଦୀ । ଦୁଇଦିନିଆ ଗସ୍ତରେ ଦ୍ୱିପାକ୍ଷୀକ ଆଲୋଚନା

କନକ ବ୍ୟୁରୋ : ପୋଲାଣ୍ଡରେ ପହଁଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ବିମାନବନ୍ଦରରେ ମୋଦୀଙ୍କ ପୋଲାଣ୍ଡ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ବାଗତ ଜଣାଯାଇଛି ।ପରେ ପ୍ରବାସୀ ଭାରତୀୟଙ୍କ ଗହଣରେ ପହଁଚି ସେମାନଙ୍କୁ ଭେଟିବା ସହ ଅଭିବାଦନ ଗ୍ରହଣ କରିଛନ୍ତି । ଗତ ୪୫ ବର୍ଷ ମଧ୍ୟରେ ପୋଲାଣ୍ଡ ଗସ୍ତରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ। ପୋଲାଣ୍ଡର ୱାର୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଛି । ଏଠାରେ ସେ ରାଷ୍ଟ୍ରପତି ଆଣ୍ଡ୍ରଜେ ସେବାଷ୍ଟିଆନ୍ […] The post ୪୫ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ପୋଲାଣ୍ଡରେ ମୋଦୀ । ଦୁଇଦିନିଆ ଗସ୍ତରେ ଦ୍ୱିପାକ୍ଷୀକ ଆଲୋଚନା first appeared on Kanak News.

୪୫ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ପୋଲାଣ୍ଡରେ ମୋଦୀ । ଦୁଇଦିନିଆ ଗସ୍ତରେ ଦ୍ୱିପାକ୍ଷୀକ ଆଲୋଚନା

କନକ ବ୍ୟୁରୋ : ପୋଲାଣ୍ଡରେ ପହଁଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ବିମାନବନ୍ଦରରେ ମୋଦୀଙ୍କ ପୋଲାଣ୍ଡ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ବାଗତ ଜଣାଯାଇଛି ।ପରେ ପ୍ରବାସୀ ଭାରତୀୟଙ୍କ ଗହଣରେ ପହଁଚି ସେମାନଙ୍କୁ ଭେଟିବା ସହ ଅଭିବାଦନ ଗ୍ରହଣ କରିଛନ୍ତି । ଗତ ୪୫ ବର୍ଷ ମଧ୍ୟରେ ପୋଲାଣ୍ଡ ଗସ୍ତରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ। ପୋଲାଣ୍ଡର ୱାର୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଛି । ଏଠାରେ ସେ ରାଷ୍ଟ୍ରପତି ଆଣ୍ଡ୍ରଜେ ସେବାଷ୍ଟିଆନ୍ ଡୁଡାଙ୍କୁ ଭେଟିବେ। ଏଥିସହ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହା ବ୍ୟତୀତ ପିଏମ ମୋଦି ପୋଲାଣ୍ଡରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ଭେଟିବା କାର୍ୟ୍ୟକ୍ରମ ରହିଛି। ସେପଟେ ପୋଲାଣ୍ଡରେ ରହୁଥିବା ଭାରତୀୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ତାଙ୍କୁ ସ୍ୱାଗତ କରିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ପୋଲାଣ୍ଡ ପରେ ମୋଦି ଅଗଷ୍ଟ ୨୩ ତାରିଖରେ ୟୁକ୍ରେନ ଗସ୍ତ ମଧ୍ୟ କରିବେ। ଏଥିପାଇଁ ସେ ପୋଲାଣ୍ଡରୁ ୟୁକ୍ରେନ ପର୍ୟ୍ୟନ୍ତ ୧୦ ଘଣ୍ଟା ଟ୍ରେନରେ ଯାତ୍ରା କରିବେ। ୧୯୯୨ ମସିହାରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରେ ୟୁକ୍ରେନକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ହେବ ପ୍ରଥମ ଗସ୍ତ। ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ ତଥା ବିସ୍ତାର କରିବାରେ ସହାୟକ ହେବ

The post ୪୫ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ପୋଲାଣ୍ଡରେ ମୋଦୀ । ଦୁଇଦିନିଆ ଗସ୍ତରେ ଦ୍ୱିପାକ୍ଷୀକ ଆଲୋଚନା first appeared on Kanak News.