ବାଲେଶ୍ୱର ଜିଲା ଚିକିତ୍ସାଳୟରୁ ଶିଶୁ ଚୋରି କରି ଗିରଫ ହେଲେ ମହିଳା
ବାଲେଶ୍ୱର,୧୦ା୬(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗତ ଶନିବାର ଜନ୍ମର ମାତ୍ର ୮ ଘଣ୍ଟା ପରେ ଏକ ଶିଶୁପୁତ୍ରକୁ ଚୋରି ହେବା ଘଟଣାରେ ବାଲେଶର ଜିଲା ପୋଲିସକୁ ମିଳିଛି ବଡ଼ ସଫଳତା। ସିସିଟିଭି ଫୁଟେଜ ତଥା ଗୋଇନ୍ଦା ସୂଚନା ଆଧାରରେ ପୋଲିସ ଜଳେଶ୍ୱର ମ୍ୟୁନିସିପାଲିଟି ଅଧୀନସ୍ଥ ଶାନ୍ତିଆ ଗ୍ରାମରେ ଥିବା ବ୍ଲକ କଲୋନୀ ନିକଟରୁ ଚୋରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କରିଛି। ଶିଶୁପୁତ୍ରକୁ ଚୋରି ଅଭିଯୋଗରେ ପୋଲିସ। ସନ୍ଧ୍ୟା ପାତ୍ର ଓରଫ ଝାମ୍ପଡ଼ି (୪୦) ନାମକ […] The post ବାଲେଶ୍ୱର ଜିଲା ଚିକିତ୍ସାଳୟରୁ ଶିଶୁ ଚୋରି କରି ଗିରଫ ହେଲେ ମହିଳା appeared first on Dharitri Odia News.
ବାଲେଶ୍ୱର,୧୦ା୬(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗତ ଶନିବାର ଜନ୍ମର ମାତ୍ର ୮ ଘଣ୍ଟା ପରେ ଏକ ଶିଶୁପୁତ୍ରକୁ ଚୋରି ହେବା ଘଟଣାରେ ବାଲେଶର ଜିଲା ପୋଲିସକୁ ମିଳିଛି ବଡ଼ ସଫଳତା। ସିସିଟିଭି ଫୁଟେଜ ତଥା ଗୋଇନ୍ଦା ସୂଚନା ଆଧାରରେ ପୋଲିସ ଜଳେଶ୍ୱର ମ୍ୟୁନିସିପାଲିଟି ଅଧୀନସ୍ଥ ଶାନ୍ତିଆ ଗ୍ରାମରେ ଥିବା ବ୍ଲକ କଲୋନୀ ନିକଟରୁ ଚୋରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କରିଛି। ଶିଶୁପୁତ୍ରକୁ ଚୋରି ଅଭିଯୋଗରେ ପୋଲିସ। ସନ୍ଧ୍ୟା ପାତ୍ର ଓରଫ ଝାମ୍ପଡ଼ି (୪୦) ନାମକ ଜଣେ ମହିଳାଙ୍କୁ ଗିରଫ କରିଛି। ସନ୍ଧ୍ୟା ପୂର୍ବରୁ ହାଇଦ୍ରାବାଦରେ ରହୁଥିବା ବେଳେ ସେହି ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଅଭିଯୁକ୍ତ ଚୋରି କରିଥିବା ଶିଶୁକୁ ବିକ୍ରି କରିଥାନ୍ତେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।
The post ବାଲେଶ୍ୱର ଜିଲା ଚିକିତ୍ସାଳୟରୁ ଶିଶୁ ଚୋରି କରି ଗିରଫ ହେଲେ ମହିଳା appeared first on Dharitri Odia News.