କାହିଁକି ଶଗଡ ଚଢି ନାମାଙ୍କନ ଦାଖଲ କରିବାକୁ ଆସିଲେ ମନ୍ମଥ, କହିଲେ କାରଣ…

ଭୁବନେଶ୍ୱର,୨।୫: ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡିର ମନ୍ମଥ ରାଉତରାୟ । ଆଜି ବିରାଟ ଶୋଭାଯାତ୍ରାରେ ନିଜ ହଜାର ହଜାର ସମର୍ଥକଙ୍କ ସହ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି। ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ସକାଳୁ ସକାଳୁ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଭୁଙ୍କ ଆଶୀର୍ବାଦ ନେଇ ନାମାଙ୍କନ ପାଇଁ ବାହାରିଥିଲେ । ତେବେ ନାମାଙ୍କନ ଦାଖଲ ପୂର୍ବରୁ […] The post କାହିଁକି ଶଗଡ ଚଢି ନାମାଙ୍କନ ଦାଖଲ କରିବାକୁ ଆସିଲେ ମନ୍ମଥ, କହିଲେ କାରଣ… appeared first on Dharitri Odia News.

କାହିଁକି ଶଗଡ ଚଢି ନାମାଙ୍କନ ଦାଖଲ କରିବାକୁ ଆସିଲେ ମନ୍ମଥ, କହିଲେ କାରଣ…

ଭୁବନେଶ୍ୱର,୨।୫: ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡିର ମନ୍ମଥ ରାଉତରାୟ । ଆଜି ବିରାଟ ଶୋଭାଯାତ୍ରାରେ ନିଜ ହଜାର ହଜାର ସମର୍ଥକଙ୍କ ସହ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି।

ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ସକାଳୁ ସକାଳୁ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଭୁଙ୍କ ଆଶୀର୍ବାଦ ନେଇ ନାମାଙ୍କନ ପାଇଁ ବାହାରିଥିଲେ । ତେବେ ନାମାଙ୍କନ ଦାଖଲ ପୂର୍ବରୁ ମନ୍ମଥ ଲିଙ୍ଗରାଜ ମନ୍ଦିରରୁ ଜଟଣୀରେ ପହଞ୍ଚିଥିଲେ। ଏହାପରେ ନିଜ ସମର୍ଥକଙ୍କ ସହ ଶଗଡ ଜରିଆରେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସମର୍ଥକମାନେ ପାଇକ ବେଶରେ ସଜ୍ଜିତ ହୋଇଥିବା ବେଳେ ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା। ତେବେ ଶଗଡ଼ରେ ଯାଇ ନାମାଙ୍କନ ଦାଖଲ କରିଥିବା ବେଳେ ତାହାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ତେବେ ସେ କାହିଁକି ଏଭଳି ନିଆରା ପଦକ୍ଷେପ ନେଲେ ତାହାର ଖୁଲାସା ନିଜେ ମନ୍ମଥ କରିଛନ୍ତି। ମନ୍ମଥ କହିଛନ୍ତି, ମୁଁ ପାଇକ ପୁଅ ତେଣୁ ମୁଁ ଶଗଡରେ ଆସିଲି। ବହୁତ ଭଲ ରେଜଲ୍ଟ ହେବ। ଶ୍ରୀ ଲିଙ୍ଗରାଜ, ଶ୍ରୀ ଜଗନ୍ନାଥ ଯେମିତି ହେଲେ ବହୁତ ମାତ୍ରାରେ ଭଲ ପାଇବା, ଆଶୀର୍ବାଦ ଅଛି। ମୁଁ କାହା ସହିତ ଲଢେଇ କରିବାକୁ ଆସିନାହିଁ। ମୁଁ ଓଡ଼ିଶାବାସୀଙ୍କୁ ବହୁତ ସମ୍ମାନ ଦିଏ।

 

The post କାହିଁକି ଶଗଡ ଚଢି ନାମାଙ୍କନ ଦାଖଲ କରିବାକୁ ଆସିଲେ ମନ୍ମଥ, କହିଲେ କାରଣ… appeared first on Dharitri Odia News.