ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ୩ ଅଭିଯୁକ୍ତ
ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପଳାସପୁର ଗ୍ରାମ ଛକରେ ଦୋକାନ କରିଥିବା ପଳାସପୁର ଗ୍ରାମର ବ୍ୟବସାୟୀ ବରୁଣାନନ୍ଦ ପାଢ଼ୀଙ୍କୁ ସଂଘବଦ୍ଧ ଭାବେ ହତ୍ୟା ଉଦ୍ୟମ କରିଥିବା ୩ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି।ଥାନା ମାମଲା ନଂ.୧୧୮/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତମାନେ ହେଲେ ପାଟପୁର ଲଛାବିଲ […] The post ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ୩ ଅଭିଯୁକ୍ତ appeared first on Dharitri Odia News.
ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପଳାସପୁର ଗ୍ରାମ ଛକରେ ଦୋକାନ କରିଥିବା ପଳାସପୁର ଗ୍ରାମର ବ୍ୟବସାୟୀ ବରୁଣାନନ୍ଦ ପାଢ଼ୀଙ୍କୁ ସଂଘବଦ୍ଧ ଭାବେ ହତ୍ୟା ଉଦ୍ୟମ କରିଥିବା ୩ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି।ଥାନା ମାମଲା ନଂ.୧୧୮/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତମାନେ ହେଲେ ପାଟପୁର ଲଛାବିଲ ସାହିର ଶୁଭମ ସ୍ବାଇଁ ଓରଫ ବାଘ, ବ୍ରିଜ ସାହିର ମଙ୍ଗୁଳୁ ସାହୁ ଏବଂ ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମର ରାଜା ସାହୁ।
ପଳାସପୁର ଗାଁ ଛକ ନିକଟ ଶ୍ରୀ ବୁଦ୍ଧେଶ୍ୱର ଶୈବପୀଠରେ ଜାଗର ଯାତ୍ରା ନିମନ୍ତେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିବାବେଳେ ଅଭିଯୁକ୍ତ ମାନେ ବୁଧବାର ରାତି ପ୍ରାୟ ସାଢ଼େ ୧୧ ଟାରେ ୨ ଟି ବାଇକରେ ଆସି ବ୍ୟବସାୟୀ ବରୁଣାନନ୍ଦ ଙ୍କୁ ଆପତ୍ତି ଜନକ ଭାଷାରେ ଗାଳି କରିଥିଲେ। ପ୍ରତିବାଦ କରିବାରୁ ଶୁଭମ ତାଙ୍କ ବେକକୁ ଚିପି ତଳେ ପକାଇ ଦେବାସହ ଡାହାଣ ହାତ ବୁଢ଼ା ଆଙ୍ଗୁଠି କୁ କାମୁଡି ରକ୍ତାକ୍ତ କରିଦେଇଥିଲେ। ପରେ ସମସ୍ତେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ଗହଳି ହେବାରୁ ଅଭିଯୁକ୍ତମାନେ ଦୌଡ଼ି ପଳାଇଥିଲେ। ବରୁଣାନନ୍ଦ ଚିକିତ୍ସିତ ହେବା ପରେ ପାଟପୁର ଥାନାରେ ପହଞ୍ଚି ଏତଲା ଦେଇଥିଲେ।
The post ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ୩ ଅଭିଯୁକ୍ତ appeared first on Dharitri Odia News.