ପୁଣି ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହେଲେ ଜେଫ ବେଜାସ

ଓ୍ବାଶିଂଟନ୍‌,୫।୩: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ପୁଣି ଥରେ ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହୋଇଛନ୍ତି। ଏଲନ ମସ୍କକୁ ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଏହା ଜଣାପଡିଛି। ଜେଫ ବେଜୋସଙ୍କର ବର୍ତ୍ତମାନ ୨୦୦ ବିଲିୟନ ଡଲାର ସମ୍ପତ୍ତି ଅଛି ଏବଂ ଏହା ସହିତ ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଯଦିଓ ଜେଫ ବେଜୋସଙ୍କ ସମ୍ପତ୍ତି ୫୦୦ ମିଲିୟନ ଡଲାରରେ ହ୍ରାସ ପାଇଛି, ତଥାପି ତାଙ୍କର ମୋଟ ସମ୍ପତ୍ତି ୨୦୦ […] The post ପୁଣି ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହେଲେ ଜେଫ ବେଜାସ appeared first on Dharitri Odia News.

ପୁଣି ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହେଲେ ଜେଫ ବେଜାସ

ଓ୍ବାଶିଂଟନ୍‌,୫।୩: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ପୁଣି ଥରେ ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହୋଇଛନ୍ତି। ଏଲନ ମସ୍କକୁ ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଏହା ଜଣାପଡିଛି।
ଜେଫ ବେଜୋସଙ୍କର ବର୍ତ୍ତମାନ ୨୦୦ ବିଲିୟନ ଡଲାର ସମ୍ପତ୍ତି ଅଛି ଏବଂ ଏହା ସହିତ ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଯଦିଓ ଜେଫ ବେଜୋସଙ୍କ ସମ୍ପତ୍ତି ୫୦୦ ମିଲିୟନ ଡଲାରରେ ହ୍ରାସ ପାଇଛି, ତଥାପି ତାଙ୍କର ମୋଟ ସମ୍ପତ୍ତି ୨୦୦ ବିଲିୟନ ଡଲାରରେ ଅଛି, ଯାହା ଏଲନ ମସ୍କଙ୍କ ମୋଟ ସମ୍ପତ୍ତିଠାରୁ ଅଧିକ। ଚଳିତ ବର୍ଷ ଏପର୍ଯ୍ୟନ୍ତ ଜେଫ ବେଜୋସ ତାଙ୍କର ସମ୍ପତ୍ତିକୁ ୨୩.୪ ବିଲିୟନ ଡଲାରରେ ବୃଦ୍ଧି କରିଥିବାବେଳେ ମସ୍କଙ୍କ ନିଟ ମୂଲ୍ୟ ଚଳିତ ବର୍ଷ ୩୧.୩ ବିଲିୟନ ଡଲାର ହ୍ରାସ ପାଇଛି।
ବିଶ୍ୱ ବଜାରରେ ଏଲନ ମସ୍କଙ୍କ କମ୍ପାନୀ ଟେସଲା ଶେୟାରରେ ବହୁତ ହ୍ରାସ ଘଟିଛି ଏବଂ ଏହି କାରଣରୁ ଗତକାଲି ଏଲନ ମସ୍କର ନିଟ ମୂଲ୍ୟ ୧୭.୬ ବିଲିୟନ ଡଲାର ହ୍ରାସ ପାଇଛି। ଟେସଲା ଶେୟାରର ମୋଟ ପୁଞ୍ଜି ହ୍ରାସ ହେତୁ ମସ୍କଙ୍କ ନିଟ ମୂଲ୍ୟ ୨୦୦ ବିଲିୟନ ଡଲାରକୁ ଖସି ଆସିଛି। ସମ୍ପ୍ରତି ୧୯୮ ବିଲିୟନ ଡଲାର ସମ୍ପତ୍ତି ସହିତ ମସ୍କ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି।
ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ଭାରତୀୟ ବିଲିୟନେୟାର ବ୍ୟବସାୟୀ ମୁକେଶ ଅମ୍ବାନୀ ୧୧ତମ ସ୍ଥାନରେ ଅଛନ୍ତି ଏବଂ ତାଙ୍କ ମୂଲ୍ୟ ୧୧୫ ବିଲିୟନ ଡଲାର ଅଟେ। ଅନ୍ୟ ଜଣେ ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀ ଏହି ତାଲିକାରେ ୧୨ ନମ୍ବରରେ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କର ସମ୍ପତ୍ତି ୧୦୪ ବିଲିୟନ ଡଲାର ଅଟେ।

The post ପୁଣି ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହେଲେ ଜେଫ ବେଜାସ appeared first on Dharitri Odia News.