IPL 2025 Retention List: ଫ୍ରାଞ୍ଚାଇଜ ଜାରି କଲେ ଲିଷ୍ଟ, ବାହାରିଲେ ପନ୍ତ, ଆୟର

ନୂଆଦିଲ୍ଲୀ,୩୧।୧୦: ସମସ୍ତ ଦଳ ଆଇପିଏଲ ୨୦୨୫ ପାଇଁ ସେମାନଙ୍କର ରିଟେନସନ ଲିଷ୍ଟ ପ୍ରକାଶ କରିଛନ୍ତି। ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ ଶ୍ରେୟସ ଆୟରଙ୍କୁ ରିଟେନ କରି ନାହାଁନ୍ତି। ଏଥି ସହିତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଦଳ ପାଇଁ ଖେଳିବେ ନାହିଁ। ରସିଦ ଖାନଙ୍କୁ ରିଟେନ କରାଯାଇଛି। ଗୁଜୁରାଟ ଟାଇଟାନ୍ସ ତାଙ୍କୁ ବଜାୟ ରଖିଛନ୍ତି। ଚାଲନ୍ତୁ ସଂପୂର୍ଣ୍ଣ ତାଲିକା ଦେଖିବା। ରିଟେନ ହୋଇଥିବା ଖେଳାଳିମାନଙ୍କର ସମ୍ପୂର୍ଣ୍ଣ ତାଲିକା: ଚେନ୍ନାଇ ସୁପର କିଙ୍ଗ୍ସ ଏହି ଖେଳାଳୀମାନଙ୍କୁ […] The post IPL 2025 Retention List: ଫ୍ରାଞ୍ଚାଇଜ ଜାରି କଲେ ଲିଷ୍ଟ, ବାହାରିଲେ ପନ୍ତ, ଆୟର appeared first on Dharitri Odia News.

IPL 2025 Retention List: ଫ୍ରାଞ୍ଚାଇଜ ଜାରି କଲେ ଲିଷ୍ଟ, ବାହାରିଲେ ପନ୍ତ, ଆୟର

ନୂଆଦିଲ୍ଲୀ,୩୧।୧୦: ସମସ୍ତ ଦଳ ଆଇପିଏଲ ୨୦୨୫ ପାଇଁ ସେମାନଙ୍କର ରିଟେନସନ ଲିଷ୍ଟ ପ୍ରକାଶ କରିଛନ୍ତି। ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ ଶ୍ରେୟସ ଆୟରଙ୍କୁ ରିଟେନ କରି ନାହାଁନ୍ତି। ଏଥି ସହିତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଦଳ ପାଇଁ ଖେଳିବେ ନାହିଁ। ରସିଦ ଖାନଙ୍କୁ ରିଟେନ କରାଯାଇଛି। ଗୁଜୁରାଟ ଟାଇଟାନ୍ସ ତାଙ୍କୁ ବଜାୟ ରଖିଛନ୍ତି। ଚାଲନ୍ତୁ ସଂପୂର୍ଣ୍ଣ ତାଲିକା ଦେଖିବା।
ରିଟେନ ହୋଇଥିବା ଖେଳାଳିମାନଙ୍କର ସମ୍ପୂର୍ଣ୍ଣ ତାଲିକା:
ଚେନ୍ନାଇ ସୁପର କିଙ୍ଗ୍ସ ଏହି ଖେଳାଳୀମାନଙ୍କୁ ବଜାୟ ରଖିଥିଲେ: ଏମଏସ ଧୋନି, ରବିନ୍ଦ୍ର ଜାଡେଜା, ମଥିସା ପାଥିରାନା, ଶିବମ ଦୁବେ, ରିତୁରାଜ ଗାୟକୱାଡ।
ଦିଲ୍ଲୀ କ୍ୟାପିଟାଲ୍ସ ଏହି ଖେଳାଳୀମାନଙ୍କୁ ବଜାୟ ରଖିଛି: ଅକ୍ଷର ପଟେଲ, କୁଲଦୀପ ଯାଦବ, ଟ୍ରିଷ୍ଟଟନ ଷ୍ଟବ୍ସ, ଅଭିଷେକ ପୋରେଲ।
ମୁମ୍ବାଇ ଇଣ୍ଡିଆନ୍ସ ଏହି ଖେଳାଳିମାନଙ୍କୁ ବଜାୟ ରଖିଥିଲେ: ଜସପ୍ରୀତ ବୁମରା, ରୋହିତ ଶର୍ମା, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା।
ରୟାଲ ଚ୍ୟାଲେଞ୍ଜର୍ସ ଏହି ଖେଳାଳିମାନଙ୍କୁ ବଜାୟ ରଖିଥିଲେ: ବିରାଟ କୋହଲି, ରଜତ ପାଟିଦାର, ୟଶ ଦୟାଲ।
ରାଜସ୍ଥାନର ରିଟେନ ଖେଳାଳି- ସଞ୍ଜୁ ସାମସନ, ଯଶସ୍ବୀ ଜୟସୱାଲ, ରିୟାନ ପରାଗ, ଧ୍ରୁବ ଜୁରେଲ, ଶିମରନ ହେଟମାୟର, ସନ୍ଦୀପ ଶର୍ମା।
ଲକ୍ଷ୍ନୌ ଦ୍ୱାରା ରିଟେନ ହୋଇଥିବା ଖେଳାଳିମାନେ: ନିକଲସ ପୁରନ, ରବି ବିଷ୍ଣୋଇ, ମୟଙ୍କ ଯାଦବ, ମୋହସିନ ଖାନ, ଆୟୁଷ ବାଡୋନି।
ପଞ୍ଜାବ କିଙ୍ଗସ ଦ୍ୱାରା ରଖାଯାଇଥିବା ଖେଳାଳି: ଶଶାଙ୍କ ସିଂ, ପ୍ରଭାସୀମରନ ସିଂ।
ଗୁଜୁରାଟ ଟାଇଟାନ୍ସ ଦ୍ୱାରା ରଖାଯାଇଥିବା ଖେଳାଳିମାନେ: ରସିଦ ଖାନ, ଶୁବମନ ଗିଲ, ସାଇ ସୁଦର୍ଶନ, ରାହୁଲ ତେବତିୟା, ଶାହାରୁଖ ଖାନ।
କେକେଆର ଦ୍ୱାରା ରଖାଯାଇଥିବା ଖେଳାଳିମାନେ: ରିଙ୍କୁ ସିଂ, ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନରେନ, ଆଣ୍ଡ୍ରେ ରସେଲ, ହର୍ଷିତ ରାଣା, ରମଣଦୀପ ସିଂ।
ଏହି ଖେଳାଳିଙ୍କ ଉପରେ ସନରାଇଜର୍ସ ହାଇଦ୍ରାବାଦ ଆତ୍ମବିଶ୍ୱାସ ବ୍ୟକ୍ତ କରିଛି: ହେନରିଚ କ୍ଲାସେନ, ପ୍ୟାଟ କମିନ୍ସ, ଅଭିଷେକ ଶର୍ମା, ଟ୍ରାଭିସ ହେଡ, ନୀତୀଶ କୁମାର ରେଡ୍ଡୀ।

The post IPL 2025 Retention List: ଫ୍ରାଞ୍ଚାଇଜ ଜାରି କଲେ ଲିଷ୍ଟ, ବାହାରିଲେ ପନ୍ତ, ଆୟର appeared first on Dharitri Odia News.