ବୁଧବାର ବସିବ ଇଣ୍ଡିଆ ବ୍ଲକ୍‌ର ଜରୁରୀ ବୈଠକ: କେନ୍ଦ୍ରରେ ଗଢ଼ିବେ କି ସରକାର…

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନରେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବା ବେଳେ ମ୍ୟାଜିକ୍‌ ସଂଖ୍ୟା ୨୭୨ ହାସଲ କରିବାରେ ବିଫଳ ହୋଇଛି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆ ବ୍ଲକ୍‌ର ସହଯୋଗୀ ଦଳ ନେତାଙ୍କ ଏକ ଜରୁରୀ ବୈଠକ ବୁଧବାର ଡକାଯାଇଛି। କେନ୍ଦ୍ରରେ ସରକାର ଗଢ଼ିବା ପାଇଁ ମେଣ୍ଟର ପୂର୍ବତନ ସହଯୋଗୀ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ତେଲୁଗୁ ଦେଶମ୍‌ ପାର୍ଟିକୁ ସାଙ୍ଗରେ ନେବା ପାଇଁ ନିବେଦନ କରାଯିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର […] The post ବୁଧବାର ବସିବ ଇଣ୍ଡିଆ ବ୍ଲକ୍‌ର ଜରୁରୀ ବୈଠକ: କେନ୍ଦ୍ରରେ ଗଢ଼ିବେ କି ସରକାର… appeared first on Dharitri Odia News.

ବୁଧବାର ବସିବ ଇଣ୍ଡିଆ ବ୍ଲକ୍‌ର ଜରୁରୀ ବୈଠକ: କେନ୍ଦ୍ରରେ ଗଢ଼ିବେ କି ସରକାର…

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନରେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବା ବେଳେ ମ୍ୟାଜିକ୍‌ ସଂଖ୍ୟା ୨୭୨ ହାସଲ କରିବାରେ ବିଫଳ ହୋଇଛି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆ ବ୍ଲକ୍‌ର ସହଯୋଗୀ ଦଳ ନେତାଙ୍କ ଏକ ଜରୁରୀ ବୈଠକ ବୁଧବାର ଡକାଯାଇଛି। କେନ୍ଦ୍ରରେ ସରକାର ଗଢ଼ିବା ପାଇଁ ମେଣ୍ଟର ପୂର୍ବତନ ସହଯୋଗୀ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ତେଲୁଗୁ ଦେଶମ୍‌ ପାର୍ଟିକୁ ସାଙ୍ଗରେ ନେବା ପାଇଁ ନିବେଦନ କରାଯିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର କହିଛନ୍ତି।

ଏହି ୨ ଦଳ ଏବେ ଏନ୍‌ଡିଏର ସହଯୋଗୀ ଅଛନ୍ତି। ଏହା ବ୍ୟତୀତ ବୈଠକରେ ଏକାଧିକ ପ୍ରଶ୍ନ ଉପରେ ଆଲୋଚନା କରାଯିବ ବୋଲି ରାହୁଲ ଏକ ଖବରଦାତା ସମ୍ମିଳନୀକୁ କହିଛନ୍ତି। ସହଯୋଗୀ ଦଳଗୁଡ଼ିକର ମତାମତ ନ ନେଇ ଆମେ କିଛି କହିପାରିବୁ ନାହିଁ। ବୁଧବାର ବୈଠକରେ ମେଣ୍ଟ ଯାହା ନିଷ୍ପତ୍ତି ନେବ ତାହା କାର୍ଯ୍ୟକାରୀ ହେବ ବୋଲି କଂଗ୍ରେସ ନେତା କହିଛନ୍ତି। ଲୋକ ସଭା ନିର୍ବାଚନରେ ଲଢ଼େଇ ମୁଖ୍ୟତଃ ସମ୍ବିଧାନର ସୁରକ୍ଷା ପାଇଁ ହୋଇଥିଲା। ଦେଶର ସବୁଠୁ ଗରିବ ଏବଂ ପଛୁଆ ବର୍ଗ ସମ୍ବିଧାନର ସୁରକ୍ଷା ପାଇଁ ଛିଡ଼ା ହୋଇଛନ୍ତି ବୋଲି ରାହୁଲ କହିଛନ୍ତି।

The post ବୁଧବାର ବସିବ ଇଣ୍ଡିଆ ବ୍ଲକ୍‌ର ଜରୁରୀ ବୈଠକ: କେନ୍ଦ୍ରରେ ଗଢ଼ିବେ କି ସରକାର… appeared first on Dharitri Odia News.