ଭୟ କାହିଁକି ? ପ୍ରତିଦିନ ଖସୁଛି ସେୟାର ବଜାର...ନିଫ୍ଟି ୫୦ରେ ଆହୁରି ୧୦୦୦ ପଏଣ୍ଟ କମିବା ଅନୁମାନ
ନୂଆଦିଲ୍ଲୀ: ଗତ କିଛି ଦିନ ହେଲା ଘରୋଇ ପୁଞ୍ଜି ବଜାରରେ ଏକ ଭୟର ମାହୋଲ ରହିଛି । ବଜାରରେ ଲଗାତାର ହ୍ରାସ ଯୋଗୁଁ ନିବେଶକଙ୍କୁ ବଡ଼ କ୍ଷତି ସହିବାକୁ ପଡୁଛି । ମଙ୍ଗଳବାର ସେନସେକ୍ସ ୯୩୦ ଅଙ୍କ ଏବଂ ନିଫ୍ଟି ୩୦୦ ଅଙ୍କ ଯାଏ ଖସି ଆସିଥିଲା । ସେହିପରି ବୁଧବାର କାରବାରରେ ବି ଲାଲ୍ ସଂକେତରେ ହୋଇଥିଲା । କେବଳ ମଙ୍ଗଳବାର କାରବାରରେ ନିବେଶକଙ୍କୁ ପ୍ରାୟ ୯ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଥିଲା । ଏହା ପୂର୍ବରୁ ସୋମବାର ବି ନିବେଶକଙ୍କୁ ୪ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଥିଲା । ଏହାରି ଭିତରେ ନିଫ୍ଟିକୁ ନେଇ ଏକ ନୂଆ ଆନୁମାନ ସାମନାକୁ ଆସିଛି ।ଆଜ୍ତକ୍ର ରିପୋର୍ଟ ଅନୁସାରେ ବ୍ରୋକରେଜ୍ ଫାର୍ମ ସିଏଲ୍ଏସ୍ଏ ପକ୍ଷରୁ କୁହାଯାଇଛି ଯେ ନିଫ୍ଟି ୫୦ ସୂଚକାଙ୍କ ବର୍ତ୍ତମାନର ସ୍ତରଠାରୁ ଆହୁରି ୧୦୦୦ ଅଙ୍କ ଖସିପାରେ । CLSAର ଟପ୍ ଚାର୍ଟିଷ୍ଟ ଲରେନ୍ସ ବାଲାଙ୍କୋଙ୍କ ପକ୍ଷରୁ ଏହି ଅନୁମାନ କରାଯାଇଛି । ନିଫ୍ଟି ନିଜର ୨୬,୨୭୭ ପଏଣ୍ଟର ସର୍ବକାଳୀନ ଉଚ୍ଚସ୍ତରଠାରୁ ୭% ପ୍ରତିଶତ ଖସି ସାରିଛି । ସିଏନ୍ବିସି-ଟିଭି ୧୮ର ରିପୋର୍ଟରେ ବାଲାଙ୍କୋ କହିଛନ୍ତି ଯେ ନିଫ୍ଟି ଆଗାମୀ ୨୦ କାରବାର ଦିନରେ ୨୩,୩୦୦ ସ୍ତର ଯାଏ ହ୍ରାସ ପାଇପାରେ । ବୁଧବାର ନିଫ୍ଟି ୩୭ ଅଙ୍କ ହ୍ରାସ ପାଇଁ ୨୪,୪୩୫ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ସେନସେକ୍ସ ୧୩୮ ଅଙ୍କ ଖସି ୮୦,୦୮୧ ସ୍ତରରେ ବନ୍ଦ ହୋଇଛି । ବ୍ୟାଙ୍କ ନିଫ୍ଟି ସମେତ ସ୍ମଲ୍ କ୍ୟାପ୍ ଏବଂ ମିଡ୍ କ୍ୟାପ୍ ସୂ
ନୂଆଦିଲ୍ଲୀ: ଗତ କିଛି ଦିନ ହେଲା ଘରୋଇ ପୁଞ୍ଜି ବଜାରରେ ଏକ ଭୟର ମାହୋଲ ରହିଛି । ବଜାରରେ ଲଗାତାର ହ୍ରାସ ଯୋଗୁଁ ନିବେଶକଙ୍କୁ ବଡ଼ କ୍ଷତି ସହିବାକୁ ପଡୁଛି । ମଙ୍ଗଳବାର ସେନସେକ୍ସ ୯୩୦ ଅଙ୍କ ଏବଂ ନିଫ୍ଟି ୩୦୦ ଅଙ୍କ ଯାଏ ଖସି ଆସିଥିଲା । ସେହିପରି ବୁଧବାର କାରବାରରେ ବି ଲାଲ୍ ସଂକେତରେ ହୋଇଥିଲା । କେବଳ ମଙ୍ଗଳବାର କାରବାରରେ ନିବେଶକଙ୍କୁ ପ୍ରାୟ ୯ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଥିଲା । ଏହା ପୂର୍ବରୁ ସୋମବାର ବି ନିବେଶକଙ୍କୁ ୪ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଥିଲା । ଏହାରି ଭିତରେ ନିଫ୍ଟିକୁ ନେଇ ଏକ ନୂଆ ଆନୁମାନ ସାମନାକୁ ଆସିଛି ।
ଆଜ୍ତକ୍ର ରିପୋର୍ଟ ଅନୁସାରେ ବ୍ରୋକରେଜ୍ ଫାର୍ମ ସିଏଲ୍ଏସ୍ଏ ପକ୍ଷରୁ କୁହାଯାଇଛି ଯେ ନିଫ୍ଟି ୫୦ ସୂଚକାଙ୍କ ବର୍ତ୍ତମାନର ସ୍ତରଠାରୁ ଆହୁରି ୧୦୦୦ ଅଙ୍କ ଖସିପାରେ । CLSAର ଟପ୍ ଚାର୍ଟିଷ୍ଟ ଲରେନ୍ସ ବାଲାଙ୍କୋଙ୍କ ପକ୍ଷରୁ ଏହି ଅନୁମାନ କରାଯାଇଛି । ନିଫ୍ଟି ନିଜର ୨୬,୨୭୭ ପଏଣ୍ଟର ସର୍ବକାଳୀନ ଉଚ୍ଚସ୍ତରଠାରୁ ୭% ପ୍ରତିଶତ ଖସି ସାରିଛି । ସିଏନ୍ବିସି-ଟିଭି ୧୮ର ରିପୋର୍ଟରେ ବାଲାଙ୍କୋ କହିଛନ୍ତି ଯେ ନିଫ୍ଟି ଆଗାମୀ ୨୦ କାରବାର ଦିନରେ ୨୩,୩୦୦ ସ୍ତର ଯାଏ ହ୍ରାସ ପାଇପାରେ ।
ବୁଧବାର ନିଫ୍ଟି ୩୭ ଅଙ୍କ ହ୍ରାସ ପାଇଁ ୨୪,୪୩୫ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ସେନସେକ୍ସ ୧୩୮ ଅଙ୍କ ଖସି ୮୦,୦୮୧ ସ୍ତରରେ ବନ୍ଦ ହୋଇଛି । ବ୍ୟାଙ୍କ ନିଫ୍ଟି ସମେତ ସ୍ମଲ୍ କ୍ୟାପ୍ ଏବଂ ମିଡ୍ କ୍ୟାପ୍ ସୂଚକାଙ୍କରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି । ବିଏସ୍ଇ ଶୀର୍ଷ ୩୦ ସେୟାର ମଧ୍ୟରୁ ୮ ସେୟାର ସବୁଜ ଏବଂ ୨୨ ସେୟାର ଲଲ୍ ସଂକେତରେ ବନ୍ଦ ହୋଇଛି ।
ବିଶେଷଜ୍ଞଙ୍କ ଅନୁସାରେ ଏହି ହ୍ରାସ ପଛରେ ସବୁଠୁ ବଡ଼ କାରଣ କମ୍ପାନିଗୁଡ଼ିକର ଲାଭରେ ହ୍ରାସ ଘଟିବା । ଅନେକ କମ୍ପାନିର ତ୍ରୈମାସିକ ରେଜଲ୍ଟ ଅନୁମାନ ଠାରୁ ଖରାପ ରହିଛି । ଯେଉଁଥି ପାଇଁ ଲାଭ ଅସୁଲ ପାଇଁ ସେୟାର ବିକ୍ରି କରାଯାଉଛି । ଚଳିତ ମାସରେ ବିଦେଶୀ ନିବେଶକ ଭାରତୀୟ ପୁଞ୍ଜିବଜାରରୁ ରେକର୍ଡ ପରିମାଣରେ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି । ଏହି ସଂଖ୍ୟା ୧ ଲକ୍ଷ କୋଟି ଟଙ୍କା ପାଖାପାଖି ପହଞ୍ଚିଛି । ସେପଟେ ଗ୍ଲୋବାଲ୍ ମାର୍କେଟରେ ଲଗାତାର ଚାପ ରହିଛି । ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଯୋଗୁଁ ମଧ୍ୟ ବିଶ୍ୱ ବଜାର ଚାପରେ ରହିଛି ।
(disclaimer- ଏହା କେବଳ ଏକ ଖବର, ନିବେଶକ ସମ୍ପର୍କିତ କୌଣସି ପରାମର୍ଶ ନୁହେଁ । ନିବେଶ ପୂର୍ବରୁ ବିଶେଷଜ୍ଞଙ୍କ ଠାରୁ ନିଶ୍ଚିତ ପରାମର୍ଶ ନିଅନ୍ତୁ )