ଡାଏଟିଂରେ ଅଛି ବିଲେଇ, ଓଜନ ବଢିବା ଯୋଗୁଁ କରିପାରୁ ନାହିଁ ଚଲାବୁଲା

ନୂଆଦିଲ୍ଲୀ ୧୨।୦୯: ରୁଷ୍‌ରେ ଏକ ବିଲେଇ ଅତ୍ୟଧିକ ଓଜନ ଯୋଗୁ ଡାଏଟିଂରେ ଅଛି ।  କ୍ରୋଶିକ୍‌ ନାମକ ବିଲେଇର ଓଜନ ୧୭ କିଲୋ । ଏକ ପୋଷା ବିଲେଇର ଓଜନ ସାଧାରଣତଃ ୪-୫ କିଲୋ ମଧ୍ୟରେ ରହିଥାଏ ।  ତେବେ ଅତ୍ୟଧିକ ଖାଇବା ଅଭ୍ୟାସ ଯୋଗୁ କ୍ରୋଶିକ୍‌ର ଓଜନ  ଗୋଟିଏ ମଣିଷ ପିଲା ଭଳି ହୋଇଛି । ସେଥିଯୋଗୁ ସେ ଭଲରେ   ଚଲାବୁଲା କରିପାରୁନାହିଁ । ଏଭଳିସ୍ଥିତିରେ ଓଜନ କମାଇବା ଲାଗି  ତାକୁ ଏକ ପୁନର୍ବାସ କେନ୍ଦ୍ରକୁ ନିଆଯାଉଛି । ସେଠାରେ ଖାଦ୍ୟ ବିଶେଷଜ୍ଞମାନେ ତାକୁ ସ୍ପେଶାଲ ଡାଏଟ୍‌ରେ ରଖିଛନ୍ତି ।  ରିପୋର୍ଟ ମୁତାବକ, ପଶ୍ଚିମ ରୁଷ୍‌ର ପର୍ମ ସହରସ୍ଥିତ ଏକ  ହସ୍ପିଟାଲର ବେସ୍‌ମେଣ୍ଟରେ ବିଲେଇଟି ରହୁଛି । ତାର ପୂର୍ବତନ  ମାଲିକ ତାକୁ ଆଣି ସେଇଠି ଛାଡ଼ି ଦେଇଯାଇଥିଲେ । ତା’  ପରଠାରୁ ହସ୍ପିଟାଲ କର୍ମଚାରୀମାନେ ତାକୁ ଖାଇବାକୁ ଦେଇ  ବଞ୍ଚାଇଥିଲେ । ସେମାନଙ୍କ ନିକଟରୁ ଲଗାତର ପାଉଁରୁଟି, ସୁପ୍‌,  ହ୍ୱିସ୍କି, ମାଂସ ଖାଇଖାଇ ବିଲେଇର ଓଜନ ଏତେ ବଢ଼ିଗଲା ଯେ  ସେ ଚଲାବୁଲା କରିପାରିଲା ନାହିଁ । ଏହାପରେ ପଶୁ କଲ୍ୟାଣ  ଲାଗି କାମ କରୁଥିବା ଏକ ସ୍ୱେଚ୍ଛାସେବୀ ସଂଗଠନ ତାକୁ ଉଦ୍ଧାର  କରି ମାଟ୍ରୋସ୍କିନ୍‌ ପୁନର୍ବାସ କେନ୍ଦ୍ରକୁ ନେଲା । ସେଠାରେ ଏତେ   ଅଧିକ ଓଜନ ଯୋଗୁ ତା’ ଶରୀରର ଅନ୍ୟ ଅଙ୍ଗ ଉପରେ କିଛି  ପ୍ରଭାବ ପଡି଼ଛି କି ନାହିଁ ତାହା ଜାଣିବା ଲାଗି ଡାକ୍ତରମାନେ  ଅଲ୍‌ଟ୍ରାସାଉଣ୍ଡ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଅତ୍ୟଧି

ଡାଏଟିଂରେ ଅଛି ବିଲେଇ, ଓଜନ ବଢିବା ଯୋଗୁଁ କରିପାରୁ ନାହିଁ ଚଲାବୁଲା

ନୂଆଦିଲ୍ଲୀ ୧୨।୦୯: ରୁଷ୍‌ରେ ଏକ ବିଲେଇ ଅତ୍ୟଧିକ ଓଜନ ଯୋଗୁ ଡାଏଟିଂରେ ଅଛି ।  କ୍ରୋଶିକ୍‌ ନାମକ ବିଲେଇର ଓଜନ ୧୭ କିଲୋ । ଏକ ପୋଷା ବିଲେଇର ଓଜନ ସାଧାରଣତଃ ୪-୫ କିଲୋ ମଧ୍ୟରେ ରହିଥାଏ ।  ତେବେ ଅତ୍ୟଧିକ ଖାଇବା ଅଭ୍ୟାସ ଯୋଗୁ କ୍ରୋଶିକ୍‌ର ଓଜନ  ଗୋଟିଏ ମଣିଷ ପିଲା ଭଳି ହୋଇଛି । ସେଥିଯୋଗୁ ସେ ଭଲରେ   ଚଲାବୁଲା କରିପାରୁନାହିଁ । ଏଭଳିସ୍ଥିତିରେ ଓଜନ କମାଇବା ଲାଗି  ତାକୁ ଏକ ପୁନର୍ବାସ କେନ୍ଦ୍ରକୁ ନିଆଯାଉଛି । ସେଠାରେ ଖାଦ୍ୟ ବିଶେଷଜ୍ଞମାନେ ତାକୁ ସ୍ପେଶାଲ ଡାଏଟ୍‌ରେ ରଖିଛନ୍ତି ।  

ରିପୋର୍ଟ ମୁତାବକ, ପଶ୍ଚିମ ରୁଷ୍‌ର ପର୍ମ ସହରସ୍ଥିତ ଏକ  ହସ୍ପିଟାଲର ବେସ୍‌ମେଣ୍ଟରେ ବିଲେଇଟି ରହୁଛି । ତାର ପୂର୍ବତନ  ମାଲିକ ତାକୁ ଆଣି ସେଇଠି ଛାଡ଼ି ଦେଇଯାଇଥିଲେ । ତା’  ପରଠାରୁ ହସ୍ପିଟାଲ କର୍ମଚାରୀମାନେ ତାକୁ ଖାଇବାକୁ ଦେଇ  ବଞ୍ଚାଇଥିଲେ । ସେମାନଙ୍କ ନିକଟରୁ ଲଗାତର ପାଉଁରୁଟି, ସୁପ୍‌,  ହ୍ୱିସ୍କି, ମାଂସ ଖାଇଖାଇ ବିଲେଇର ଓଜନ ଏତେ ବଢ଼ିଗଲା ଯେ  ସେ ଚଲାବୁଲା କରିପାରିଲା ନାହିଁ । ଏହାପରେ ପଶୁ କଲ୍ୟାଣ  ଲାଗି କାମ କରୁଥିବା ଏକ ସ୍ୱେଚ୍ଛାସେବୀ ସଂଗଠନ ତାକୁ ଉଦ୍ଧାର  କରି ମାଟ୍ରୋସ୍କିନ୍‌ ପୁନର୍ବାସ କେନ୍ଦ୍ରକୁ ନେଲା । ସେଠାରେ ଏତେ   ଅଧିକ ଓଜନ ଯୋଗୁ ତା’ ଶରୀରର ଅନ୍ୟ ଅଙ୍ଗ ଉପରେ କିଛି  ପ୍ରଭାବ ପଡି଼ଛି କି ନାହିଁ ତାହା ଜାଣିବା ଲାଗି ଡାକ୍ତରମାନେ  ଅଲ୍‌ଟ୍ରାସାଉଣ୍ଡ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଅତ୍ୟଧିକ  ଚର୍ବି ଯୋଗୁ ସେନ୍ସର ଠିକ୍‌ ଭାବେ କାମ କରିନଥିଲା ।

ଏ  ସଂପର୍କରେ ପୁନର୍ବାସ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଏହା  ଏକ ଅତି ବିରଳ ଘଟଣା । ବିଲେଇର ମାଲିକ ତାକୁ ଏତେ  ଭଲ ପାଉଥିଲେ ଯେ ତାକୁ ଅତ୍ୟଧିକ ଖୁଆଇ ଗତିହୀନ  କରିଦେଇଛନ୍ତି । ବର୍ତ୍ତମାନ ଆମ ସେଣ୍ଟରରେ ଫିଜିକାଲ୍‌  ଥେରାପି ସହିତ ତାର ଡାଏଟ୍‌କୁ କଡ଼ାକଡ଼ି ଜଗାଯିବ ।  ସୁସ୍ଥ ହେବା ଲାଗି ବିଲେଇକୁ ପ୍ରତି ସପ୍ତାହରେ ୭୦-୧୫୦   ଗ୍ରାମ ଓଜନ କମାଇବାକୁ ହେବ । ସପ୍ତାହେ ହେଲା କ୍ରୋଶିକ୍‌  ସେଠାକୁ ଯାଉଥିବାବେଳେ ଧୀରେ ଧୀରେ ଚାଲିବା ପାଇଁ  ତାଲିମ ନେଉଛି । ପୁନର୍ବାସ କେନ୍ଦ୍ର ପକ୍ଷରୁ କ୍ରୋଶିକ୍‌ର  ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ  ଅପଲୋଡ୍‌ କରାଯାଇଛି ।