ଶ୍ରୀମନ୍ଦିର ରତ୍ନଭଣ୍ଡାର ଅନୁଧ୍ୟାନ ଓ ମରାମତି ପ୍ରସଙ୍ଗ, ବୁଧବାର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
ପୁରୀ ୨୪।୦୭ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଅନୁଧ୍ୟାନ ଓ ମରାମତି ପ୍ରସଙ୍ଗ। ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧକ୍ଷତାରେ ଆଜି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ନିଳାଦ୍ରୀ ଭକ୍ତ ନିବାସ ଠାରେ ବସିବ ଏହି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସହିତ ଜିଲ୍ଲାପାଳ ଓ କମିଟିର ସମସ୍ତ ସଦସ୍ୟ ରହିବେ ଉପସ୍ଥିତ। କେବେ ଏବଂ କେଉଁ ଭଳି ଭାବେ ରତ୍ନଭଣ୍ଡାରର ଅନୁଧ୍ୟାନ ସହ ମରାମତି କରାଯିବ ସେନେଇ ଆଲୋଚନା ହେବ।ଅନ୍ୟପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପରେ ଜଷ୍ଟିସ୍ ରଥ କହିଛନ୍ତି ଯେ, ଅଳଙ୍କାର ଗଣତି ପାଇଁ ଏସ୍ଓପି ପ୍ରସ୍ତୁତ କରାଯାଇଛି । ରତ୍ନଭଣ୍ଡାର ମରାମତି ପାଇଁ ଏଏସ୍ଆଇ ହସ୍ତାନ୍ତର କରାଯିବ । ଏଏସଆଇର ମରାମତି ସରିଲା ପରେ ରତ୍ନଭଣ୍ଡାର ଭିତରେ ହେବ ଗଣତି ଏବଂ ମଣତି । ସୁରକ୍ଷା ଦୃଷ୍ଟିରୁ ରତ୍ନଭଣ୍ଡାର ଭିତରେ ହେବ ଗଣତି ।
ପୁରୀ ୨୪।୦୭ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଅନୁଧ୍ୟାନ ଓ ମରାମତି ପ୍ରସଙ୍ଗ। ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧକ୍ଷତାରେ ଆଜି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ନିଳାଦ୍ରୀ ଭକ୍ତ ନିବାସ ଠାରେ ବସିବ ଏହି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସହିତ ଜିଲ୍ଲାପାଳ ଓ କମିଟିର ସମସ୍ତ ସଦସ୍ୟ ରହିବେ ଉପସ୍ଥିତ। କେବେ ଏବଂ କେଉଁ ଭଳି ଭାବେ ରତ୍ନଭଣ୍ଡାରର ଅନୁଧ୍ୟାନ ସହ ମରାମତି କରାଯିବ ସେନେଇ ଆଲୋଚନା ହେବ।
ଅନ୍ୟପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପରେ ଜଷ୍ଟିସ୍ ରଥ କହିଛନ୍ତି ଯେ, ଅଳଙ୍କାର ଗଣତି ପାଇଁ ଏସ୍ଓପି ପ୍ରସ୍ତୁତ କରାଯାଇଛି । ରତ୍ନଭଣ୍ଡାର ମରାମତି ପାଇଁ ଏଏସ୍ଆଇ ହସ୍ତାନ୍ତର କରାଯିବ । ଏଏସଆଇର ମରାମତି ସରିଲା ପରେ ରତ୍ନଭଣ୍ଡାର ଭିତରେ ହେବ ଗଣତି ଏବଂ ମଣତି । ସୁରକ୍ଷା ଦୃଷ୍ଟିରୁ ରତ୍ନଭଣ୍ଡାର ଭିତରେ ହେବ ଗଣତି ।