ପିପିଲି ଅଞ୍ଚଳର ଚାଷୀଙ୍କ ନିଦ ହଜାଇଦେଇଛି ସାହାରା ରୋଗ
ନନ୍ଦିଘୋଷ ବ୍ୟୁରୋ: ପିପିଲି ବ୍ଲକର ଅନେକ ପଞ୍ଚାୟତରେ ଏବେ ପାଚିଲା ଧାନରେ ସାହାରା ରୋଗର ଆତଙ୍କ । ଏକର ଏକର... The post ପିପିଲି ଅଞ୍ଚଳର ଚାଷୀଙ୍କ ନିଦ ହଜାଇଦେଇଛି ସାହାରା ରୋଗ appeared first on .
ନନ୍ଦିଘୋଷ ବ୍ୟୁରୋ: ପିପିଲି ବ୍ଲକର ଅନେକ ପଞ୍ଚାୟତରେ ଏବେ ପାଚିଲା ଧାନରେ ସାହାରା ରୋଗର ଆତଙ୍କ । ଏକର ଏକର ପାଚିଲା ଧାନ ଫସଲରେ ସାହାରା ରୋଗ ଧାନ କେଣ୍ଡାକୁ ନଷ୍ଟ କରିବାକୁ ବସିଲେଣି । ଦିନ କେଇଟା ଭିତରେ ପାଚିଲା ଧାନଗଛକୁ କାଟି ଚାଷୀ ନିଜର ଖଳାକୁ ନେଇଥାନ୍ତା । ଏହି ରୋଗ ପାଚିଲା ଧାନକୁ ନଷ୍ଟ କରୁଛି । ଏହା ଫିମ୍ପି ଜନିତ ରୋଗ ହୋଇଥିବା ବେଳେ ଶୀତଳ ପବନ ମେଘୁଆ ପାଗ ଯଦି କିଛି ଦିନ ରୁହେ ତେବେ ଏହି ରୋଗ ସବୁ ଅଞ୍ଚଳରେ ପବନ ଦ୍ୱାରା ଅନ୍ୟ ବିଲ ଗୁଡ଼ାକୁ ବ୍ୟାପି ଯିବେ ବୋଲି କହିଛନ୍ତି ପିପିଲି ବ୍ଳକ ସହକାରୀ କୃଷି ଅଧିକାରିଣୀ। ଯାହାକୁ ନେଇ ଚାଷୀ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି ।
ଆସିଛି ଧାନ ଅମଳ ଋତୁ। ଚଷା ପୁଅ ଲାଗିପଡ଼ିଛି ଧାନ ଅମଳରେ । ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ଚାଷୀଙ୍କ ନିଦ ହଜାଇଦେଇଛି ସାହାରା ରୋଗ । ପୂଜା, କଳା ଚମ୍ପା, ହଜାର-୧୮ ଭଳି ଅନେକ ପ୍ରକାର ଧାନ ଚାଷ କରିଛନ୍ତି । ଚଳିତ ବର୍ଷ ଧାନ ଫସଲ ଭଲ ହୋଇଛି। ପାଚିଲା ଧାନ କ୍ଷେତକୁ ଦେଖି ଚାଷୀ ଖୁସୀ ହେବା ପରିବର୍ତ୍ତେ ଚିନ୍ତାରେ ପଡ଼ିଛି । ଆଖିକୁ ସୁନ୍ଦର ଦେଖାଯାଉଥିବା ପାଚିଲା ଧାନ ବିଲରେ କାଳ ସାଜିଛି ସାହାରା ରୋଗ । ଧାନର ଅମଳ ପରିମାଣ କମିବା ସହିତ ପାଚିଲା ଧାନକୁ ଏହି ରୋଗ ସମ୍ପୂର୍ଣ କଳା ପକାଇଦେବ । ଚାଷୀ ମୁଣ୍ଡର ଝାଳ ତୁଣ୍ଡରେ ମାରି ଋଣ କରି ଧାନ ଚାଷ କରିଥିଲା । ଧାନ କଳା ହୋଇଗଲେ ମଣ୍ଡିରେ ଧାନ ନେବେ ନାହିଁ, କି ବ୍ୟବସାୟୀ କିଣିବେ ନାହିଁ ଧାନ । ଧାନ ବିକ୍ରି ନହେଲେ ଋଣ ଟଙ୍କା କିପରି ପରିଶୋଧ କରିବେ, ସେଇ ଚିନ୍ତାରେ ଚାଷୀ ।
ପିପିଲି ଅଞ୍ଚଳରେ କ୍ଷେତରୁ କ୍ଷେତକୁ ମାଡ଼ି ଚାଲିଛି ସାହାରା ରୋଗ । ଚନ୍ଦ୍ରାଦେଇପୁର, ଜଗନ୍ନାଥପୁର, ଗୋବିନ୍ଦପୁର, ସଁପୁର, ନୂଆ ଶାସନ, ବୀରପୁରୁଷୋତ୍ତମପୁର ପଞ୍ଚାୟତ ସହିତ ଅନ୍ୟାନ୍ୟ ପଞ୍ଚାୟତର ୨୦୦ ଏକରରୁ ଅଧିକ ଧାନ ଫସଲରେ ସାହାରା ରୋଗ ପ୍ୟାପୀ ସାରିଲାଣି । ପ୍ରତିଷେଧକ ପ୍ରୟୋଗ ପାଇଁ ଦୋକାନରେ କୌଣସି କୀଟନାଶକ ମିଳୁନାହିଁ । ଯଦି ସଠିକ ସମୟରେ ପଦକ୍ଷେପ ନନିଆ ଯାଏ ତେବେ ପିପିଲିର ଏକ ତୃତୀୟାନ୍ସ ଧାନ ବିଲରେ ଏହି ରୋଗ ଧାନ ଚାଷକୁ ନଷ୍ଟ କରିଦେବ ବୋଲି ଆଶଙ୍କା କରିଛନ୍ତି ପିପିଲି କୃଷି ଅଧିକାରୀ ।
ଚାଷୀର ପିଚ୍ଚା ଛାଡୁନି ଦୁର୍ଦ୍ଦଶା, କେତେବେଳେ ଦୈବଦୁର୍ବିପାକ ତ ଆଉ କେତେବେଳେ ରୋଗପୋକ ଚାଷୀର ସୁନାର ଫସଲ ଉଜୁଡ଼ିଦେଉଛି । ସମୟ ଥାଉ ଥାଉ ଏଥିପ୍ରତି କୃଷି ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ଦାବି ହୋଇଛି ।
The post ପିପିଲି ଅଞ୍ଚଳର ଚାଷୀଙ୍କ ନିଦ ହଜାଇଦେଇଛି ସାହାରା ରୋଗ appeared first on .