ଟ୍ରକ ପଛରେ ପିଟି ହୋଇ ଚାଲିଗଲା ୨ବାଇକ୍ ଆରୋହୀଙ୍କ ଜୀବନ
ସୁନ୍ଦରଗଡ଼,୧୫।୩(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ବିଜୁ ଏକ୍ସପ୍ରେସ ଓ୍ବେରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ବିଜୁ ଏକ୍ସପ୍ରେସ ଓ୍ବେରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଶନିବାର ସନ୍ଧ୍ୟାରେ ଏକ ଟ୍ରକ୍ ଛିଡା ହୋଇଥିଲା। ସେତିକିବେଳେ ଏକ ବାଇକ୍ ଭାରସାମ୍ୟ ହରାଇ ଟ୍ରକ ପଛପଟେ ପିଟି ହୋଇଯାଇଥିଲା। ଫଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ବାଇକ୍ ଆରୋହୀଙ୍କ […] The post ଟ୍ରକ ପଛରେ ପିଟି ହୋଇ ଚାଲିଗଲା ୨ବାଇକ୍ ଆରୋହୀଙ୍କ ଜୀବନ appeared first on Dharitri Odia News.
ସୁନ୍ଦରଗଡ଼,୧୫।୩(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ବିଜୁ ଏକ୍ସପ୍ରେସ ଓ୍ବେରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ମୁତାବକ, ବିଜୁ ଏକ୍ସପ୍ରେସ ଓ୍ବେରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଶନିବାର ସନ୍ଧ୍ୟାରେ ଏକ ଟ୍ରକ୍ ଛିଡା ହୋଇଥିଲା। ସେତିକିବେଳେ ଏକ ବାଇକ୍ ଭାରସାମ୍ୟ ହରାଇ ଟ୍ରକ ପଛପଟେ ପିଟି ହୋଇଯାଇଥିଲା। ଫଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ବାଇକ୍ ଆରୋହୀଙ୍କ ପରିଚୟ ଜଣାପଡି ନ ଥିବା ବେଳେ ସେମାନେ ଟାଙ୍ଗରପାଲି ଅଞ୍ଚଳର ବୋଲି ସୂଚନା ମିଳିଛି। ଟାଉନଥାନା ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ମୃତକଙ୍କ ପରିଚୟ ଖୋଜୁଛି।
The post ଟ୍ରକ ପଛରେ ପିଟି ହୋଇ ଚାଲିଗଲା ୨ବାଇକ୍ ଆରୋହୀଙ୍କ ଜୀବନ appeared first on Dharitri Odia News.