ଦାୟିତ୍ୱ ହସ୍ତାନ୍ତର ପରେ ବି ଖୋଲୁନି ସୁବିଧା କେନ୍ଦ୍ର, ଲକ୍ଷ୍ମୀ ବସ୍‌ ହଟାଇବାକୁ ଦାବି

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କିଛିଦିନ ପରେ ଶୀତ ଆସିବ ଆଉ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ। ତେବେ ଦୀର୍ଘଦିନରୁ ପର୍ଯ୍ୟଟକଙ୍କ ପାଇଁ ରହିଥିବା ସୁବିଧା କେନ୍ଦ୍ରଟି ତାଲା ପଡ଼ିଥିବା ଯୋଗୁ ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ ହେଉଛନ୍ତି। ତେବେ ଏହାର ସମାଧାନ କରିବାକୁ ପୂର୍ତ୍ତ ବିଭାଗ ବ୍ଲକ ପ୍ରଶାସନର ସହାୟତାରେ ଦାରିଙ୍ଗବାଡ଼ିର କଶ୍ମୀରା ବ୍ଲକ ମହିଳା ଫେଡେରେଶନକୁ ଉକ୍ତ ସୁବିଧା କେନ୍ଦ୍ରଟିକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। କିନ୍ତୁ ବିଭିନ୍ନ ସମସ୍ୟା ଆଳ ଦେଖାଇ ଉକ୍ତ କେନ୍ଦ୍ରଟି ଖୋଲାଯାଇପାରୁ ନ […] The post ଦାୟିତ୍ୱ ହସ୍ତାନ୍ତର ପରେ ବି ଖୋଲୁନି ସୁବିଧା କେନ୍ଦ୍ର, ଲକ୍ଷ୍ମୀ ବସ୍‌ ହଟାଇବାକୁ ଦାବି appeared first on Dharitri Odia News.

ଦାୟିତ୍ୱ ହସ୍ତାନ୍ତର ପରେ ବି ଖୋଲୁନି ସୁବିଧା କେନ୍ଦ୍ର, ଲକ୍ଷ୍ମୀ ବସ୍‌ ହଟାଇବାକୁ ଦାବି

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କିଛିଦିନ ପରେ ଶୀତ ଆସିବ ଆଉ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ। ତେବେ ଦୀର୍ଘଦିନରୁ ପର୍ଯ୍ୟଟକଙ୍କ ପାଇଁ ରହିଥିବା ସୁବିଧା କେନ୍ଦ୍ରଟି ତାଲା ପଡ଼ିଥିବା ଯୋଗୁ ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ ହେଉଛନ୍ତି। ତେବେ ଏହାର ସମାଧାନ କରିବାକୁ ପୂର୍ତ୍ତ ବିଭାଗ ବ୍ଲକ ପ୍ରଶାସନର ସହାୟତାରେ ଦାରିଙ୍ଗବାଡ଼ିର କଶ୍ମୀରା ବ୍ଲକ ମହିଳା ଫେଡେରେଶନକୁ ଉକ୍ତ ସୁବିଧା କେନ୍ଦ୍ରଟିକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। କିନ୍ତୁ ବିଭିନ୍ନ ସମସ୍ୟା ଆଳ ଦେଖାଇ ଉକ୍ତ କେନ୍ଦ୍ରଟି ଖୋଲାଯାଇପାରୁ ନ ଥିବା ବେଳେ ଏବେ ଉକ୍ତ କେନ୍ଦ୍ର ଖୋଲିବାକୁ ଫେଡେରେଶନ ଚାହୁଁଥିଲେ ମଧ୍ୟ କେନ୍ଦ୍ର ପରିସରକୁ ଲକ୍ଷ୍ମୀବସ୍‌ ଷ୍ଟାଣ୍ଡ୍‌ କରାଯାଇଥିବାରୁ ଫେଡେରେଶନ ପକ୍ଷରୁ ସୁବିଧା କେନ୍ଦ୍ରକୁ ସଫେଇ କରି ଖୋଲିବା ସମ୍ଭବ ହେଉନାହିଁ। ତେଣୁ ଉକ୍ତ ଲକ୍ଷ୍ମୀବସ୍‌ଗୁଡ଼ିକୁ ସେଠାରୁ ଅନ୍ୟତ୍ର ନେବାକୁ ଫେଡେରେଶନ ପକ୍ଷରୁ ସ୍ଥାନୀୟ ବିଡିଓ ଗଦାଧର ପାତ୍ରଙ୍କୁ ନିବେଦନ କରାଯାଇଛି। ଫେଡେରେଶନର ସଭାନେତ୍ରୀ ରଶ୍ମିଦେବୀ ନାୟକ ସମ୍ପାଦିକା ଶିଶୁମତି ପ୍ରଧାନ ପ୍ରମୁଖ ବିଡିଓଙ୍କୁ ଲିଖିତ ଜଣାଇଛନ୍ତି।

The post ଦାୟିତ୍ୱ ହସ୍ତାନ୍ତର ପରେ ବି ଖୋଲୁନି ସୁବିଧା କେନ୍ଦ୍ର, ଲକ୍ଷ୍ମୀ ବସ୍‌ ହଟାଇବାକୁ ଦାବି appeared first on Dharitri Odia News.