ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସମ୍ପ୍ରସାରଣ

ଭୁବନେଶ୍ୱର,୧୭।୭(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ଲିମିଟେଡ୍‌ ପରିସରରେ ବିଶ୍ୱ ଯୁବଦକ୍ଷତା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର କାର୍ଯ୍ୟ ପରିସର ଅଞ୍ଚଳଗୁଡ଼ିକରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସମ୍ପ୍ରସାରଣ ସମ୍ପର୍କରେ ଘୋଷଣାକରି ଯୁବ ସଶକ୍ତୀକରଣ ପାଇଁ ନିଜର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି। ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଯୁବକମାନଙ୍କୁ ଅର୍ଦ୍ଧକୁଶଳୀରୁ କୁଶଳୀ ବର୍ଗରେ ପରିଣତ କରିବା ପାଇଁ କମ୍ପାନୀ ନ୍ୟାଶନାଲ ବ୍ୟାଙ୍କ ଫର୍‌ ଏଗ୍ରିକଲଚର ଆଣ୍ଡ ରୁରାଲ ଡେଭଲପମେଣ୍ଟ ବା ନାବାର୍ଡ, ଓଡ଼ିଶା […] The post ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସମ୍ପ୍ରସାରଣ appeared first on Dharitri Odia News.

ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସମ୍ପ୍ରସାରଣ

ଭୁବନେଶ୍ୱର,୧୭।୭(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ଲିମିଟେଡ୍‌ ପରିସରରେ ବିଶ୍ୱ ଯୁବଦକ୍ଷତା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର କାର୍ଯ୍ୟ ପରିସର ଅଞ୍ଚଳଗୁଡ଼ିକରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସମ୍ପ୍ରସାରଣ ସମ୍ପର୍କରେ ଘୋଷଣାକରି ଯୁବ ସଶକ୍ତୀକରଣ ପାଇଁ ନିଜର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି। ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଯୁବକମାନଙ୍କୁ ଅର୍ଦ୍ଧକୁଶଳୀରୁ କୁଶଳୀ ବର୍ଗରେ ପରିଣତ କରିବା ପାଇଁ କମ୍ପାନୀ ନ୍ୟାଶନାଲ ବ୍ୟାଙ୍କ ଫର୍‌ ଏଗ୍ରିକଲଚର ଆଣ୍ଡ ରୁରାଲ ଡେଭଲପମେଣ୍ଟ ବା ନାବାର୍ଡ, ଓଡ଼ିଶା ସ୍କିଲ୍‌ ଡେଭଲପମେଣ୍ଟ ଅଥରିଟି ବା ଓଏସ୍‌ଡିଏ ଏବଂ ସ୍କିଲ୍‌ ଡେଭଲପମେଣ୍ଟ ଇନ୍‌ଷ୍ଟିଚ୍ୟୁଟ ବା ଏସ୍‌ଡିଆଇ ଭଳି ତାଲିମ ପ୍ରତିଷ୍ଠାନ ସହିତ ସହଭାଗିତ ସ୍ଥାପନ କରିଛି। ଏପରିକି ଏହି ପ୍ରୟାସ ଜରିଆରେ ବେଦାନ୍ତ ଆଲୁମିନିୟମ ସାରା ଭାରତରେ ଯୁବକମାନଙ୍କୁ ନିରନ୍ତର ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରୁଛି।

ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍‌ ସ୍ଲାଭେନ କହିଛନ୍ତି, ଆମେ କାର୍ଯ୍ୟ କରୁଥିବା ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶକୁ ଆଗେଇନେବା ଉଦ୍ଦେଶ୍ୟରେ ଯୁବ ଦକ୍ଷତା ସୃଷ୍ଟି କରିବା ଆମର ମୂଳ ଲକ୍ଷ୍ୟ। ଏପରିକି ସେମାନଙ୍କୁ ବଜାର ସମ୍ବନ୍ଧୀୟ ଜ୍ଞାନ ଦକ୍ଷତାରେ ସୁଯୋଗ୍ୟ କରି ତାଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ଆମେ କେବଳ ସାହାଯ୍ୟ କରୁ ନାହୁଁ ବରଂ ଦେଶର ମୁଖ୍ୟସ୍ରୋତରେ ସାମିଲ କରାଇବାରେ ମଧ୍ୟ ସାହାଯ୍ୟ କରୁଛୁ। ବର୍ତ୍ତମାନ ସୁଦ୍ଧା ଆମେ ୧୪,୦୦୦ ଯୁବବର୍ଗଙ୍କୁ ତାଲିମ ଦେଇଛୁ ଓ ବିଶ୍ୱ ଯୁବଦକ୍ଷତା ଦିବସରେ ଦକ୍ଷତାର ବ୍ୟବଧାନକୁ ଦୂରକରିବା ଲାଗି ଆମେ ନିଜର ପ୍ରତିବଦ୍ଧତାକୁ ଦୋହରାଉଛୁ। ଉଲ୍ଲେଖଯୋଗ୍ୟ, କମ୍ପାନୀ ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ଲାଟ୍‌ଫର୍ମ ଜରିଆରେ ଯୁୁବବର୍ଗଙ୍କୁ ତାଲିମ ପ୍ରଦାନ କରୁଛି।

The post ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସମ୍ପ୍ରସାରଣ appeared first on Dharitri Odia News.