ଭାଜପାରେ ଟିକେଟ୍ କନ୍ଦଳ, ପ୍ରାର୍ଥୀଙ୍କ କୁଶପୁତ୍ତଳିକା ଦାହ
କଟକ,୮।୪:(ଶିଳ୍ପା ପ୍ରିୟଦର୍ଶିନୀ)/ମଙ୍ଗୁଳି-ଜଗତପୁର,(ମାନସ ସାମଲ):ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ଶତାଧିକ ଭାଜପା କର୍ମୀ ରବିବାର ଭୁବନେଶ୍ୱରସ୍ଥିତ ଭାଜପା କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଇନ୍ଦ୍ରାଣୀ ପାଟଣା ମଣ୍ଡଳ ସଭାପତି ଜୟନ୍ତ କୁମାର ସ୍ବାଇଁ, ଶାଳଗଁା ସରପଞ୍ଚ ପବିତ୍ର ଉପଧ୍ୟାୟଙ୍କ ନେତୃତ୍ୱରେ ଭାଜପା କାର୍ଯ୍ୟାଳୟ ସମ୍ମୁଖରେ ଚୌଦ୍ୱାର-କଟକ ବିଧାନସଭା ପ୍ରାର୍ଥୀ ନୟନ କିଶୋର ମହାନ୍ତିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ମହାନ୍ତିଙ୍କ ଟିକେଟ ପ୍ରତ୍ୟାହାର ପାଇଁ ନାରା ଦେବା ପରେ ଏକ ପ୍ରତିନିଧି ମଣ୍ଡଳୀ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟି ଦାବି […] The post ଭାଜପାରେ ଟିକେଟ୍ କନ୍ଦଳ, ପ୍ରାର୍ଥୀଙ୍କ କୁଶପୁତ୍ତଳିକା ଦାହ appeared first on Dharitri Odia News.
କଟକ,୮।୪:(ଶିଳ୍ପା ପ୍ରିୟଦର୍ଶିନୀ)/ମଙ୍ଗୁଳି-ଜଗତପୁର,(ମାନସ ସାମଲ):ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ଶତାଧିକ ଭାଜପା କର୍ମୀ ରବିବାର ଭୁବନେଶ୍ୱରସ୍ଥିତ ଭାଜପା କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଇନ୍ଦ୍ରାଣୀ ପାଟଣା ମଣ୍ଡଳ ସଭାପତି ଜୟନ୍ତ କୁମାର ସ୍ବାଇଁ, ଶାଳଗଁା ସରପଞ୍ଚ ପବିତ୍ର ଉପଧ୍ୟାୟଙ୍କ ନେତୃତ୍ୱରେ ଭାଜପା କାର୍ଯ୍ୟାଳୟ ସମ୍ମୁଖରେ ଚୌଦ୍ୱାର-କଟକ ବିଧାନସଭା ପ୍ରାର୍ଥୀ ନୟନ କିଶୋର ମହାନ୍ତିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ମହାନ୍ତିଙ୍କ ଟିକେଟ ପ୍ରତ୍ୟାହାର ପାଇଁ ନାରା ଦେବା ପରେ ଏକ ପ୍ରତିନିଧି ମଣ୍ଡଳୀ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟି ଦାବି ଉପସ୍ଥାପନ କରିଥିଲା। ଆମର ହାରିବା ପ୍ରାର୍ଥୀ ନୁହେଁ ନୂଆ ଚେହେରା ଉକ୍ତ ନିର୍ବାଚନ ମଣ୍ଡଳୀରେ ଆବଶ୍ୟକ ବୋଲି ଦାବି ହୋଇଛି। ସମସ୍ତ ଦାବି ଶୁଣିବା ପରେ ସାମଲ କହିଛନ୍ତି, ଦୁଇଦିନ ମଧ୍ୟରେ ଏକ ନିର୍ବାଚନ କମିଟି ଗଠନ କରି ପୁନର୍ବିଚାର କରାଯିବ। ଏହାପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିବା ଜୟନ୍ତ ସୂଚନା ଦେଇଛନ୍ତି। ସୁରେଶ ମହାନ୍ତି, ବିନୟ ମଲ୍ଲିକ, ଦୀପକ ସାମନ୍ତରାୟ, ଆଇନଜୀବୀ ପ୍ରମୋଦ ସାହୁ, ଝୁନୁରାଣୀ ଦାସ, ବର୍ଷାରାଣୀ ପଲେଇ, ପୂର୍ବତନ କର୍ପୋରେଟର ନିରୋଧ ଚନ୍ଦ୍ର ପଣ୍ଡାଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।
The post ଭାଜପାରେ ଟିକେଟ୍ କନ୍ଦଳ, ପ୍ରାର୍ଥୀଙ୍କ କୁଶପୁତ୍ତଳିକା ଦାହ appeared first on Dharitri Odia News.