କେକେଆର୍ ଯିବେ ରୋହିତ!
ନୂଆଦିଲ୍ଲୀ,୧୨।୫: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୪ ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ିଥିଲେ ହେଁ ଏହାର ବିବାଦ ପିଛା ଛାଡ଼ୁନାହିଁ। ଟୁର୍ନାମେଣ୍ଟ ଆରମ୍ଭରୁ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ମନାନ୍ତର ନେଇ ଖବର ଆସିଥିଲା। ଏବେ ଦଳ ବାହାର ହେବା ପରେ ରୋହିତ ଫ୍ରାଞ୍ଚାଇଜ୍ ଛାଡ଼ିବାକୁ ନେଇ ଅନୁମାନ କରାଯାଉଛି। ନିକଟରେ କୋଲକାତା ନାଇଟ୍ ରାଇଡର୍ସର ଏକ ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏବେ କେକେଆର୍ ସପୋର୍ଟ ଷ୍ଟାଫ୍ ଏବଂ ଖେଳାଳିଙ୍କ […] The post କେକେଆର୍ ଯିବେ ରୋହିତ! appeared first on Dharitri Odia News.
ନୂଆଦିଲ୍ଲୀ,୧୨।୫: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୪ ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ିଥିଲେ ହେଁ ଏହାର ବିବାଦ ପିଛା ଛାଡ଼ୁନାହିଁ। ଟୁର୍ନାମେଣ୍ଟ ଆରମ୍ଭରୁ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ମନାନ୍ତର ନେଇ ଖବର ଆସିଥିଲା। ଏବେ ଦଳ ବାହାର ହେବା ପରେ ରୋହିତ ଫ୍ରାଞ୍ଚାଇଜ୍ ଛାଡ଼ିବାକୁ ନେଇ ଅନୁମାନ କରାଯାଉଛି। ନିକଟରେ କୋଲକାତା ନାଇଟ୍ ରାଇଡର୍ସର ଏକ ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏବେ କେକେଆର୍ ସପୋର୍ଟ ଷ୍ଟାଫ୍ ଏବଂ ଖେଳାଳିଙ୍କ ସହ ରୋହିତଙ୍କ ଫଟୋ ଏବେ ଚର୍ଚ୍ଚାକୁ ବଢ଼ାଇ ଦେଇଛି। ପୁଣିଥରେ ହିଟ୍ମ୍ୟାନ୍ ଶାହାରୁଖ ଖାନ୍ଙ୍କ ଟିମ୍ ସହ ଯୋଡ଼ିହେବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଥିବା କୁହାଯାଉଛି।
ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମେ ୧୧ରେ ମ୍ୟାଚ୍ ଖେଳାଯାଇଥିଲା। ହେଲେ ବର୍ଷା କାରଣରୁ ମ୍ୟାଚ୍ ଆରମ୍ଭରେ ବିଳମ୍ବ ହୋଇଥିଲା। ଏହି ସମୟରେ ସାଧାରଣତଃ ଖେଳାଳି ନିଜ ଦଳ ସହ ରହିଥାନ୍ତି। ହେଲେ ରୋହିତ କେକେଆର୍ର ଡ୍ରେସିଂ ରୁମ୍ରେ ନଜର ଆସିଥିଲେ। ତାଙ୍କ ସହ କୋଲକାତାର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ଥିଲେ। ରୋହିତ ସେମାନଙ୍କ ସହ ଅନେକ ସମୟ ଆଲୋଚନା କରିଥିଲେ। ଏବେ ଏହି ଫଟୋ ପ୍ରଶଂସକଙ୍କ ସନ୍ଦେହକୁ ସତରେ ପରିବର୍ତ୍ତନ କରିଛନ୍ତି।
Rohit Sharma having a long chat with KKR players and support staff. pic.twitter.com/wU4VMPHS3p
— Mufaddal Vohra (@mufaddal_vohra) May 11, 2024
The post କେକେଆର୍ ଯିବେ ରୋହିତ! appeared first on Dharitri Odia News.