ଜଙ୍ଗଲରେ ପଡ଼ିଛି ମଣିଷ ଖପୁରୀ,ହାଡ଼
ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ପାଟପୁର ଥାନା ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗାଁ ଜଙ୍ଗଲରୁ ମଣିଷ ଖପୁରୀ, ହାଡ଼ ସାଇକେଲ ଜବତ ହୋଇଛି। ଜଙ୍ଗଲରେ ମଣିଷ ଖପୁରୀ ଓ ହାଡ଼ ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ଏ ନେଇ ଅଧିକ ତଥ୍ୟ ଲାଗି ଛାନ୍ବିନ୍ ଚଲାଇଛି। ଘଟଣାକୁ ନେଇ ଗୁଣି ଗାରେଡ଼ି ସନ୍ଦେହ କରାଯାଉଛି।ଜବତ ଖପୁରି,ହାଡ଼ ଗୁଡ଼ିକୁ ଫରେନ୍ସିକ୍ ଲାବୋରେଟୋରୀକୁ ପଠାଯିବ ବୋଲି ଥାନା […] The post ଜଙ୍ଗଲରେ ପଡ଼ିଛି ମଣିଷ ଖପୁରୀ,ହାଡ଼ appeared first on Dharitri Odia News.
ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ପାଟପୁର ଥାନା ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗାଁ ଜଙ୍ଗଲରୁ ମଣିଷ ଖପୁରୀ, ହାଡ଼ ସାଇକେଲ ଜବତ ହୋଇଛି। ଜଙ୍ଗଲରେ ମଣିଷ ଖପୁରୀ ଓ ହାଡ଼ ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ଏ ନେଇ ଅଧିକ ତଥ୍ୟ ଲାଗି ଛାନ୍ବିନ୍ ଚଲାଇଛି। ଘଟଣାକୁ ନେଇ ଗୁଣି ଗାରେଡ଼ି ସନ୍ଦେହ କରାଯାଉଛି।ଜବତ ଖପୁରି,ହାଡ଼ ଗୁଡ଼ିକୁ ଫରେନ୍ସିକ୍ ଲାବୋରେଟୋରୀକୁ ପଠାଯିବ ବୋଲି ଥାନା ଆଇଆଇସି ଅଜୟ କୁମାର ସ୍ବାଇଁ କହିଛନ୍ତି। ଥାନାରେ ପୂର୍ବରୁ ନିଖୋଜ ଥିବା ନେଇ ମାମଲା ଗୁଡ଼ିକୁ ଯାଞ୍ଚ କରିବା ସହ ଏନେଇ ଗୁରୁତ୍ୱର ସହ ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ତେବେ ଜବତ ହୋଇଥିବା ସାଇକେଲଟି ଲେଡ଼ିସ ସାଇକେଲ ହୋଇଥିବା ହେତୁ ଖପୁରି ଏବଂ ହାଡ଼ ଗୁଡ଼ିକ ମଧ୍ୟ ଜଣେ ଯୁବତୀ ଙ୍କ ହୋଇଥିବା ସନ୍ଦେହ କରାଯାଉଛି ।
The post ଜଙ୍ଗଲରେ ପଡ଼ିଛି ମଣିଷ ଖପୁରୀ,ହାଡ଼ appeared first on Dharitri Odia News.