ସମ୍ବିଧାନ ଦିବସ ପାଇଁ ପାର୍ଲାମେଣ୍ଟରେ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୪ା୧୧: ୧୯୪୯ ନଭେମ୍ବର ୨୬ରେ ସେଣ୍ଟ୍ରାଲ ହଲ୍‌ରେ ଅନୁଷ୍ଠିତ ସମ୍ବିଧାନ ସଭାରେ ସମ୍ବିଧାନ ଗୃହୀତ ହୋଇଥିଲା। ଏହାର ୭୫ତମ ବାର୍ଷିକୀ ନିମନ୍ତେ ମଙ୍ଗଳବାରଠାରୁ ବର୍ଷବ୍ୟାପୀ ଉତ୍ସବ ପାଳନ କରାଯିବ। ଏହି ଅବସରରେ ପୁରୁଣା ପାର୍ଲାମେଣ୍ଟ ଭବନର ସେଣ୍ଟ୍ରାଲ ହଲ୍‌ରେ ମଙ୍ଗଳବାର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ବୋଧନ ଦେବେ। ଉପରାଷ୍ଟ୍ରପତି ଜଗଦୀପ୍‌ ଧନ୍‌କର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ମଧ୍ୟ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ବର୍ଷବ୍ୟାପୀ ଉତ୍ସବ […] The post ସମ୍ବିଧାନ ଦିବସ ପାଇଁ ପାର୍ଲାମେଣ୍ଟରେ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ appeared first on Dharitri Odia News.

ସମ୍ବିଧାନ ଦିବସ ପାଇଁ ପାର୍ଲାମେଣ୍ଟରେ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୪ା୧୧: ୧୯୪୯ ନଭେମ୍ବର ୨୬ରେ ସେଣ୍ଟ୍ରାଲ ହଲ୍‌ରେ ଅନୁଷ୍ଠିତ ସମ୍ବିଧାନ ସଭାରେ ସମ୍ବିଧାନ ଗୃହୀତ ହୋଇଥିଲା। ଏହାର ୭୫ତମ ବାର୍ଷିକୀ ନିମନ୍ତେ ମଙ୍ଗଳବାରଠାରୁ ବର୍ଷବ୍ୟାପୀ ଉତ୍ସବ ପାଳନ କରାଯିବ। ଏହି ଅବସରରେ ପୁରୁଣା ପାର୍ଲାମେଣ୍ଟ ଭବନର ସେଣ୍ଟ୍ରାଲ ହଲ୍‌ରେ ମଙ୍ଗଳବାର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ବୋଧନ ଦେବେ।

ଉପରାଷ୍ଟ୍ରପତି ଜଗଦୀପ୍‌ ଧନ୍‌କର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ମଧ୍ୟ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ବର୍ଷବ୍ୟାପୀ ଉତ୍ସବ ପାଳନ ନିମନ୍ତେ ଟ୍ୟାଗ୍‌ଲାଇନ ‘ହମାରା ସମ୍ବିଧାନ, ହମାରା ସ୍ବାଭିମାନ’ ରହିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଖବରଦାତାମାନଙ୍କୁ କହିଛନ୍ତି।

ଏହି ଅବସରରେ ଏକ ସ୍ମାରକୀ ମୁଦ୍ରା ଏବଂ ଡାକଟିକେଟ ଉନ୍ମୋଚନ କରାଯିବା ସହ ସଂସ୍କୃତ ଓ ମୈଥିଲୀ ଭାଷାରେ ସମ୍ବିଧାନ ପୁସ୍ତକ ଉନ୍ମୋଚନ ହେବ। ‘ମେକିଂ ଅଫ୍‌ କନ୍‌ଷ୍ଟିଚ୍ୟୁଶନ: ଏ ଗ୍ଲିମ୍ପେଜ୍‌’ ଏବଂ ମେକିଂ ଅଫ୍‌ କନ୍‌ଷ୍ଟିଚ୍ୟୁଶନ ଆଣ୍ଡ ଇଟ୍‌ସ ଗ୍ଲୋରିଅସ୍‌ ଜର୍ନି’ ନାମରେ ଦୁଇଟି ପୁସ୍ତକ ମଧ୍ୟ ରିଲିଜ୍‌ ହେବ। ରାଷ୍ଟ୍ରପତିଙ୍କ ସହ ଭାରତ ଓ ବିଦେଶରେ ଥିବା ଲୋକେ ସମ୍ବିଧାନର ପ୍ରସ୍ତାବନା ପଢ଼ିବେ ବୋଲି ରିଜିଜୁ କହିଛନ୍ତି। କେନ୍ଦ୍ରୀୟ ହଲ୍‌ ବ୍ୟତୀତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ରାଜ୍ୟପାଳ, ଉପରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀମାନେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବେ।

The post ସମ୍ବିଧାନ ଦିବସ ପାଇଁ ପାର୍ଲାମେଣ୍ଟରେ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ appeared first on Dharitri Odia News.