ଶାରଦାଙ୍କୁ ଭାରତ ରତ୍ନ ଦେବାକୁ ଉଠିଲା ଦାବି

ପାଟନା,୯।୧୧: ବିହାରର ସ୍ବର କୋକିଳା ସ୍ବର୍ଗତ ଶାରଦା ସିହ୍ନାଙ୍କ ଦେହାନ୍ତ ପରେ ସୁପଲର ଗାନ୍ଧୀ ମୈଦାନରେ ଏକ ସମବେଦନା ସଭା ଆୟୋଜନ କରାଯାଇଥିଲା। ବହୁ ସଂଖ୍ୟାରେ ସହରବାସୀ ଏହି ସଭାରେ ଯୋଗ ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଶାରଦାଙ୍କ ଆତ୍ମାର ଶାନ୍ତି ପାଇଁ ଦୁଇ ମିନିଟର ନିରବତା ପାଳନ କରାଯାଇଥିଲା। ଏହି ସଭାରେ ଉପସ୍ଥିତ ଲୋକମାନେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଏବଂ ସହରର ନୂତନ ଟାଉନ ହଲ ବିଲ୍ଡିଂକୁ ଶାରଦା […] The post ଶାରଦାଙ୍କୁ ଭାରତ ରତ୍ନ ଦେବାକୁ ଉଠିଲା ଦାବି appeared first on Dharitri Odia News.

ଶାରଦାଙ୍କୁ ଭାରତ ରତ୍ନ ଦେବାକୁ ଉଠିଲା ଦାବି

ପାଟନା,୯।୧୧: ବିହାରର ସ୍ବର କୋକିଳା ସ୍ବର୍ଗତ ଶାରଦା ସିହ୍ନାଙ୍କ ଦେହାନ୍ତ ପରେ ସୁପଲର ଗାନ୍ଧୀ ମୈଦାନରେ ଏକ ସମବେଦନା ସଭା ଆୟୋଜନ କରାଯାଇଥିଲା। ବହୁ ସଂଖ୍ୟାରେ ସହରବାସୀ ଏହି ସଭାରେ ଯୋଗ ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଶାରଦାଙ୍କ ଆତ୍ମାର ଶାନ୍ତି ପାଇଁ ଦୁଇ ମିନିଟର ନିରବତା ପାଳନ କରାଯାଇଥିଲା। ଏହି ସଭାରେ ଉପସ୍ଥିତ ଲୋକମାନେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଏବଂ ସହରର ନୂତନ ଟାଉନ ହଲ ବିଲ୍ଡିଂକୁ ଶାରଦା ସିହ୍ନା ନାମରେ ନାମିତ କରିବାକୁ ଦାବି କରିଥିଲେ।

ଏହି ଅବସରରେ ଲୋକମାନେ କହିଛନ୍ତି, ଶାରଦା ସିହ୍ନା କେବଳ ବିହାରରେ ନୁହେଁ ବରଂ ତାଙ୍କ ସଙ୍ଗୀତ ମାଧ୍ୟମରେ ସମଗ୍ର ଦେଶରେ ପାଇଁ ଗୌରବ ଆଣିଛନ୍ତି। ମିଥିଲା ଏବଂ ବିହାରର ସଂସ୍କୃତି ତାଙ୍କ ଗୀତରେ ଜୀବନ୍ତ ହୋଇଥିଲା।

ବିହାରର ଲୋକ ଗାୟିକ ଶାରଦା ଗତ ମଙ୍ଗଳବାର ରାତିରେ ଦେହାନ୍ତ କରିଥିଲେ। ସେ ଦିଲ୍ଲୀର ଏମମ୍ସ ହସ୍ପିଟାଲରେ ରାତି ୯.୨୦ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ଦୀର୍ଘ ଦିନଧରି ଅସୁସ୍ଥ ଥିଲେ, ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

The post ଶାରଦାଙ୍କୁ ଭାରତ ରତ୍ନ ଦେବାକୁ ଉଠିଲା ଦାବି appeared first on Dharitri Odia News.