ଶିବରାତ୍ରୀରେ ସମସ୍ତେ କରନ୍ତି ଏହିଭୁଲ: ଜାଣିରଖନ୍ତୁ କ’ଣ, ନଚେତ….

ଦେବାଦି ଦେବ ମହାଦେବଙ୍କ ସବୁଠୁ ପ୍ରିୟ ଦିନ ହେଉଛି ମହାଶିବରାତ୍ରୀ। କୁହାଯାଏ ଶିବ ଭଗବାନଙ୍କ  ଉପାସନା କଲେ  ଏହିଦିନ  ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ।   ଯେପରି ଭଗବାନଙ୍କ ପ୍ରିୟ ଫୁଲ ଗଇଶ, ଦୁରୁଦୁା ଏବଂ ଅରଖ  ସେହିପରି ଭଗବାନ ଶିବଙ୍କ ଅତ୍ୟନ୍ତ ପ୍ରିୟ ହେଉଛି ବେଲପତ୍ର । ବେଲପତ୍ର ବିନା ଦେବାଦିଦେବ ମହାଦେବଙ୍କ ପୂଜା ଅସମ୍ପୂର୍ଣ୍ଣ ବୋଲି ମଧ୍ୟ କୁହାଯାଏ। ବିଶ୍ବାସ ରହିଛି ଯେ ମା’ଲକ୍ଷ୍ମୀ ବେଲପତ୍ରରେ ରୁହନ୍ତି । ଏହାକୁ ଭଗବାନ ଶିବଙ୍କୁ ଅର୍ପଣ […] The post ଶିବରାତ୍ରୀରେ ସମସ୍ତେ କରନ୍ତି ଏହିଭୁଲ: ଜାଣିରଖନ୍ତୁ କ’ଣ, ନଚେତ…. appeared first on Dharitri Odia News.

ଶିବରାତ୍ରୀରେ ସମସ୍ତେ କରନ୍ତି ଏହିଭୁଲ: ଜାଣିରଖନ୍ତୁ କ’ଣ, ନଚେତ….
ଦେବାଦି ଦେବ ମହାଦେବଙ୍କ ସବୁଠୁ ପ୍ରିୟ ଦିନ ହେଉଛି ମହାଶିବରାତ୍ରୀ। କୁହାଯାଏ ଶିବ ଭଗବାନଙ୍କ  ଉପାସନା କଲେ  ଏହିଦିନ  ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ।
  ଯେପରି ଭଗବାନଙ୍କ ପ୍ରିୟ ଫୁଲ ଗଇଶ, ଦୁରୁଦୁା ଏବଂ ଅରଖ  ସେହିପରି ଭଗବାନ ଶିବଙ୍କ ଅତ୍ୟନ୍ତ ପ୍ରିୟ ହେଉଛି ବେଲପତ୍ର । ବେଲପତ୍ର ବିନା ଦେବାଦିଦେବ ମହାଦେବଙ୍କ ପୂଜା ଅସମ୍ପୂର୍ଣ୍ଣ ବୋଲି ମଧ୍ୟ କୁହାଯାଏ। ବିଶ୍ବାସ ରହିଛି ଯେ ମା’ଲକ୍ଷ୍ମୀ ବେଲପତ୍ରରେ ରୁହନ୍ତି । ଏହାକୁ ଭଗବାନ ଶିବଙ୍କୁ ଅର୍ପଣ କରିବା ଦ୍ବାରା ନିଜର ଇଚ୍ଛା  ମଧ୍ୟ ପୂର୍ଣ୍ଣ ହୋଇଥାଏ। ଲୋକଙ୍କ ଏକ ଧାର୍ମିକ ବିଶ୍ବାସ ରହିଛି ଯେ, ବେଲପତ୍ରର ତିନିଟି ପତ୍ର ହେଉଛି ତ୍ରିଶୂଳର ପ୍ରତୀକ-ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବର । ତେଣୁ ଏହାର ବିଶେଷ ଗୁରୁତ୍ୱ ରହିଛି ।
ତେବେ ଶିବରାତ୍ରୀ ଦିନ କେବେ ହେଲେ ଏଭଳି ଭୁଲ କରନ୍ତୁ ନାହିଁ,  ଆମେ ସମସ୍ତେ ଶିବ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବେଲପତ୍ର ତୋଲି ଚଢ଼ାଉଥାଉ। ମାତ୍ର ବେଲପତ୍ର ଶିବରାତ୍ରୀ ଦିନ ତୋଳିବା ଅନୁଚିତ । ଏହା  ପୂର୍ବ ଦିନ ତୋଳି ଚଢ଼ାଇ ପାରିବେ।  ଜ୍ୟୋତିଷଙ୍କ କହିବାନୁସାରେ, ଶାସ୍ତ୍ର ଅନୁଯାୟୀ ଏପରି କିଛି ଦିନ ଅଛି ଯେଉଁ ଦିନ ବେଲପତ୍ର ତୋଳିବା ନିଷେଧ ବୋଲି ଧରାଯାଏ । ଏହି ଦିନରେ ବେଲପତ୍ର ତୋଳିବା ଦ୍ବାରା ନକାରାତ୍ମକ ପ୍ରଭାବ ପଡିପାରେ ଏବଂ ଭଗବାନ ଶିବ ଅସନ୍ତୁଷ୍ଟ ହୋଇପାରନ୍ତି ।”
ମହା ଶିବରାତ୍ରୀ ଦିନ ବେଲପତ୍ର ତୋଳିବା ସମ୍ପୂର୍ଣ୍ଣ ନିଷେଧ ଅଟେ । ସେହିପରି ଅଷ୍ଟମୀ, ନବମୀ, ଚାତୁଃର୍ଦଶୀ ଏବଂ ଅମାବାସ୍ୟା ତିଥିରେ ବେଲପତ୍ର ତୋଳିବାଠାରୁ ଦୂରରେ ରହିବା ଉଚିତ ।ସଂକ୍ରାନ୍ତି ଦିନ ମଧ୍ୟ ବେଲପତ୍ର ତୋଳିବା ନିଷେଧ । ଏହି ଦିନ ବେଲପତ୍ର ତୋଳିବା ଅଶୁଭ ବୋଲି  କୁହାଯାଏ। ବେଲପତ୍ରକୁ ମଧ୍ୟାହ୍ନ ପରେ ତୋଳିବା ଉଚିତ ନୁହେଁ ।
ଏହାବ୍ୟତୀତ କେତେକ ବିଶ୍ୱାସ ଅନୁଯାୟୀ ଏହି ଦିନରେ ବେଲପତ୍ର ତୋଳିଲେ ଭଗବାନ ଶିବ କ୍ରୋଧିତ ହୋଇପାରନ୍ତି ଏବଂ ଯେଉଁ ବ୍ୟକ୍ତି ବେଲପତ୍ର ତୋଳନ୍ତି ସେ ଦୁର୍ଭାଗ୍ୟର ସମ୍ମୁଖୀନ ହୋଇପାରନ୍ତି ।

The post ଶିବରାତ୍ରୀରେ ସମସ୍ତେ କରନ୍ତି ଏହିଭୁଲ: ଜାଣିରଖନ୍ତୁ କ’ଣ, ନଚେତ…. appeared first on Dharitri Odia News.