ଅପରାଧୀଙ୍କ ଲଙ୍କା କାଣ୍ଡ, ଖବର ସଂଗ୍ରହ ବେଳେ ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ

ଭୁବନେଶ୍ୱର ୧୯।୦୧ : ଅପରାଧୀଙ୍କ ଲଙ୍କା କାଣ୍ଡ। ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ଓ କ୍ୟାମେରା ମ୍ୟାନକୁ ମାଡ଼ ମାରିଲେ ଦୁର୍ବୃତ୍ତ। ଲାଇଭ୍ ଖବର ପ୍ରସାରଣ ବେଳେ ରିପୋର୍ଟର ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ। ଭାଙ୍ଗିଲେ କ୍ୟାମେରା ଓ ବୁମ୍। କ୍ୟାମେରାମ୍ୟାନଙ୍କ ମୁଣ୍ଡକୁ ଆକ୍ରମଣ ହୋଇଥିବା ବେଳେ ରିପୋର୍ଟରଙ୍କ ତଣ୍ଟି ଚିପି ଜୀବନରୁ ମାରିବାକୁ ଉଦ୍ୟମ କଲେ କିଛି ଦୁର୍ବୃତ୍ତ। ଭୁବନେଶ୍ୱର  ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ଖବର ଅନୁଯାୟୀ, କିଛି ବାଇକ୍ ଚୋରଙ୍କ ସନ୍ଧାନରେ ଥିବା ପୋଲିସ ଲୋକେସନ୍ ଠାବ କରି ସର୍ଚ୍ଚ କରୁଥିଲେ। ହଠାତ୍ ଗୋଟିଏ ଘରକୁ ଯାଇ ପୋଲିସ ପଚରାଉଚରା କରିବା ବେଳେ ସେହି ଘର ଲୋକେ ପୋଲିସକୁ ଚୋର ଭାବି ତାଲା ପକାଇ ଦେଇଥିଲେ। ପରେ ଅଧିକ ପୋଲିସ ଓ ପିସିଆର୍ କର୍ମଚାରୀ ଆସିବାରୁ ପୋଲିସଙ୍କୁ ଛାଡିଥିଲେ । ତେବେ ଘଟଣା ବିଷୟରେ ଖବର ପାଇ ସାମ୍ବାଦିକମାନେ ଆସିଥିବା ବେଳେ ଏକ ଧଳା ସ୍କର୍ପିଓ ଗାଡ଼ିରୁ କିଛି ଦୁବୃର୍ତ୍ତ ବାହାରି ପ୍ରଥମେ ଗାଳିଗୁଲଜ୍ କରିଥିଲେ, ପରେ ସଂଘବନ୍ଧ ଭାବରେ ଆକ୍ରମଣ କରିଥିଲେ। ଯେଉଁଥିରେ ରିପୋର୍ଟରଙ୍କ କାନମୁଣ୍ଡା, ଅଣ୍ଟା ଓ ତଣ୍ଟିରେ ଆଘାତ ଲାଗିଛି । ସେହିପରି କ୍ୟାମେରାମ୍ୟାନ୍‌ଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଜଣାପଡିଛି । ପାଣିପାଗ ବିଭାଗର ଆଲର୍ଟ, ଆସନ୍ତା ୪ରୁ ୫ ଦିନ ଯାଏଁ ରହିବ ଶୀତ

ଅପରାଧୀଙ୍କ ଲଙ୍କା କାଣ୍ଡ, ଖବର ସଂଗ୍ରହ ବେଳେ ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ

ଭୁବନେଶ୍ୱର ୧୯।୦୧ : ଅପରାଧୀଙ୍କ ଲଙ୍କା କାଣ୍ଡ। ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ଓ କ୍ୟାମେରା ମ୍ୟାନକୁ ମାଡ଼ ମାରିଲେ ଦୁର୍ବୃତ୍ତ। ଲାଇଭ୍ ଖବର ପ୍ରସାରଣ ବେଳେ ରିପୋର୍ଟର ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ। ଭାଙ୍ଗିଲେ କ୍ୟାମେରା ଓ ବୁମ୍। କ୍ୟାମେରାମ୍ୟାନଙ୍କ ମୁଣ୍ଡକୁ ଆକ୍ରମଣ ହୋଇଥିବା ବେଳେ ରିପୋର୍ଟରଙ୍କ ତଣ୍ଟି ଚିପି ଜୀବନରୁ ମାରିବାକୁ ଉଦ୍ୟମ କଲେ କିଛି ଦୁର୍ବୃତ୍ତ। ଭୁବନେଶ୍ୱର  ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। 

ଖବର ଅନୁଯାୟୀ, କିଛି ବାଇକ୍ ଚୋରଙ୍କ ସନ୍ଧାନରେ ଥିବା ପୋଲିସ ଲୋକେସନ୍ ଠାବ କରି ସର୍ଚ୍ଚ କରୁଥିଲେ। ହଠାତ୍ ଗୋଟିଏ ଘରକୁ ଯାଇ ପୋଲିସ ପଚରାଉଚରା କରିବା ବେଳେ ସେହି ଘର ଲୋକେ ପୋଲିସକୁ ଚୋର ଭାବି ତାଲା ପକାଇ ଦେଇଥିଲେ। ପରେ ଅଧିକ ପୋଲିସ ଓ ପିସିଆର୍ କର୍ମଚାରୀ ଆସିବାରୁ ପୋଲିସଙ୍କୁ ଛାଡିଥିଲେ । ତେବେ ଘଟଣା ବିଷୟରେ ଖବର ପାଇ ସାମ୍ବାଦିକମାନେ ଆସିଥିବା ବେଳେ ଏକ ଧଳା ସ୍କର୍ପିଓ ଗାଡ଼ିରୁ କିଛି ଦୁବୃର୍ତ୍ତ ବାହାରି ପ୍ରଥମେ ଗାଳିଗୁଲଜ୍ କରିଥିଲେ, ପରେ ସଂଘବନ୍ଧ ଭାବରେ ଆକ୍ରମଣ କରିଥିଲେ। ଯେଉଁଥିରେ ରିପୋର୍ଟରଙ୍କ କାନମୁଣ୍ଡା, ଅଣ୍ଟା ଓ ତଣ୍ଟିରେ ଆଘାତ ଲାଗିଛି । ସେହିପରି କ୍ୟାମେରାମ୍ୟାନ୍‌ଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଜଣାପଡିଛି । 

ପାଣିପାଗ ବିଭାଗର ଆଲର୍ଟ, ଆସନ୍ତା ୪ରୁ ୫ ଦିନ ଯାଏଁ ରହିବ ଶୀତ