ମହାକାଳ ମନ୍ଦିରରେ ପ୍ରସାଦ ପାଇଁ ଲାଗିବ ଭେଣ୍ଡିଂ ମେସିନ୍, କ୍ୟୁଆର କୋଡ ସ୍କାନ କଲେ ମିଳିବ ଲଡ୍ଡୁ ପ୍ୟାକେଟ
ଉଜ୍ଜେନ ୦୧/୧୧: ଭେଣ୍ଡିଂ ମେସିନରୁ ବାହାରିବ ପ୍ରସାଦ ପ୍ୟାକେଟ୍ । ପ୍ରସାଦ ପାଇଁ ଆଉ ଛିଡାହେବାକୁ ପଡିବନି ଲମ୍ୱା ଲାଇନ୍ରେ । କେବଳ କ୍ୟୁଆର କୋଡ ସ୍କାନ କରି ପେମେଣ୍ଟ କଲେ ବାହାରିବ ଲଡୁ ପ୍ୟାକେଟ । ମଧ୍ୟପ୍ରଦେଶର ଉଜ୍ଜେୟନସ୍ଥିତ ମହାକାଳେଶ୍ୱର ମନ୍ଦିରରେ ହେବାକୁ ଯାଉଛି ଏପରି ବ୍ୟବସ୍ଥା । ଶ୍ରୀ ମହାକଲେଶ୍ୱର ମନ୍ଦିର ପରିଚାଳନା କମିଟିର ସଭାପତି ତଥା ଜିଲ୍ଲା କଲେକ୍ଟର ଶ୍ରୀ ନୀରଜ କୁମାର ସିଂହ ଏନେଇ ସୂଚନା ଦେଇଛନ୍ତି । ଏଥିପାଇଁ କୋଏମ୍ବାଟୁରର 5G ଟେକ୍ନୋଲୋଜି ନାମକ ଏକ କମ୍ପାନୀକୁ ମନ୍ଦିର କମିଟି ଏକ ସ୍ୱୟଂଚାଳିତ ମେସିନ୍ ନିର୍ଦ୍ଦେଶ ଦେଇଛି । ଭକ୍ତମାନେ ମେସିନରୁ ୧୦୦, ୨୦୦ ଗ୍ରାମ ଏବଂ ୫୦୦ ଗ୍ରାମ ଲଡୁ ପ୍ୟାକେଟ୍ ପାଇପାରିବେ । ଖୁବ୍ ଶୀଘ୍ର ମନ୍ଦିରରେ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ମହାକାଳେଶ୍ୱର ମନ୍ଦିରକୁ ୨୦୨୧ ମସିହାରେ ଲଡୁ ପ୍ରସ୍ତୁତ କ୍ଷେତ୍ରରେ ପରିଷ୍କାର ପରିଚ୍ଛନତା ନିମନ୍ତେ ୫ ଷ୍ଟାର ରେଟିଂ ମିଳିଥିଲା। ଏପରି ରେଟିଂ ପାଇବାରେ ଏହା ସମ୍ଭବତଃ ଦେଶର ପ୍ରଥମ ଧାର୍ମିକ ଅନୁଷ୍ଠାନ । ଏଥିନିମନ୍ତେ ଭାରତ ସରକାରଙ୍କ FSSAI ଦ୍ୱାର ଏହି ମନ୍ଦିରକୁ ସେଫ୍ ‘ଭୋଗ ପ୍ଲେସ୍’ ପ୍ରମାଣପତ୍ର ପ୍ରଦାନ କରିଛି।COVID-19 ସମୟରେ ମଧ୍ୟ ନିର୍ଦ୍ଦେଶାବଳୀ ଅନୁସରଣ କରିବା ସହିତ ଭକ୍ତମାନଙ୍କୁ ସହଜ ଦର୍ଶନ ଯୋଗାଇବା ସହିତ ଅନ୍ନକ୍ଷେତ୍ରରେ ସ୍ୱଚ୍ଛତା ଲଡୁ ପ୍ରସାଦ ଏବଂ ମାଗଣା ଖାଦ୍ୟ ପ୍ର
ଉଜ୍ଜେନ ୦୧/୧୧: ଭେଣ୍ଡିଂ ମେସିନରୁ ବାହାରିବ ପ୍ରସାଦ ପ୍ୟାକେଟ୍ । ପ୍ରସାଦ ପାଇଁ ଆଉ ଛିଡାହେବାକୁ ପଡିବନି ଲମ୍ୱା ଲାଇନ୍ରେ । କେବଳ କ୍ୟୁଆର କୋଡ ସ୍କାନ କରି ପେମେଣ୍ଟ କଲେ ବାହାରିବ ଲଡୁ ପ୍ୟାକେଟ । ମଧ୍ୟପ୍ରଦେଶର ଉଜ୍ଜେୟନସ୍ଥିତ ମହାକାଳେଶ୍ୱର ମନ୍ଦିରରେ ହେବାକୁ ଯାଉଛି ଏପରି ବ୍ୟବସ୍ଥା ।
ଶ୍ରୀ ମହାକଲେଶ୍ୱର ମନ୍ଦିର ପରିଚାଳନା କମିଟିର ସଭାପତି ତଥା ଜିଲ୍ଲା କଲେକ୍ଟର ଶ୍ରୀ ନୀରଜ କୁମାର ସିଂହ ଏନେଇ ସୂଚନା ଦେଇଛନ୍ତି । ଏଥିପାଇଁ କୋଏମ୍ବାଟୁରର 5G ଟେକ୍ନୋଲୋଜି ନାମକ ଏକ କମ୍ପାନୀକୁ ମନ୍ଦିର କମିଟି ଏକ ସ୍ୱୟଂଚାଳିତ ମେସିନ୍ ନିର୍ଦ୍ଦେଶ ଦେଇଛି । ଭକ୍ତମାନେ ମେସିନରୁ ୧୦୦, ୨୦୦ ଗ୍ରାମ ଏବଂ ୫୦୦ ଗ୍ରାମ ଲଡୁ ପ୍ୟାକେଟ୍ ପାଇପାରିବେ ।
ଖୁବ୍ ଶୀଘ୍ର ମନ୍ଦିରରେ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ମହାକାଳେଶ୍ୱର ମନ୍ଦିରକୁ ୨୦୨୧ ମସିହାରେ ଲଡୁ ପ୍ରସ୍ତୁତ କ୍ଷେତ୍ରରେ ପରିଷ୍କାର ପରିଚ୍ଛନତା ନିମନ୍ତେ ୫ ଷ୍ଟାର ରେଟିଂ ମିଳିଥିଲା। ଏପରି ରେଟିଂ ପାଇବାରେ ଏହା ସମ୍ଭବତଃ ଦେଶର ପ୍ରଥମ ଧାର୍ମିକ ଅନୁଷ୍ଠାନ । ଏଥିନିମନ୍ତେ ଭାରତ ସରକାରଙ୍କ FSSAI ଦ୍ୱାର ଏହି ମନ୍ଦିରକୁ ସେଫ୍ ‘ଭୋଗ ପ୍ଲେସ୍’ ପ୍ରମାଣପତ୍ର ପ୍ରଦାନ କରିଛି।
COVID-19 ସମୟରେ ମଧ୍ୟ ନିର୍ଦ୍ଦେଶାବଳୀ ଅନୁସରଣ କରିବା ସହିତ ଭକ୍ତମାନଙ୍କୁ ସହଜ ଦର୍ଶନ ଯୋଗାଇବା ସହିତ ଅନ୍ନକ୍ଷେତ୍ରରେ ସ୍ୱଚ୍ଛତା ଲଡୁ ପ୍ରସାଦ ଏବଂ ମାଗଣା ଖାଦ୍ୟ ପ୍ରସାଦର ଉଚ୍ଚ ଉତ୍କର୍ଷ ସ୍ତର ୫ ତାରକା ମୂଲ୍ୟାୟନରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ FSSAI ଦ୍ୱାରା ଏକ ପ୍ରମାଣପତ୍ର ପ୍ରଦାନ କରାଯାଇଛି |